ସରକାରୀ ମେଡିକାଲ କଲେଜରେ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲା…

ସୁନ୍ଦରଗଡ : ସରକାରୀ ମେଡିକାଲ କଲେଜରେ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲା । ମେଡିକାଲ କର୍ମଚାରୀ ଓ ଶିକ୍ଷକଙ୍କ ସମେତ ୫ଜଣ ଗିରଫ। ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ଦଲାଲ,ଜଣେ କମ୍ପ୍ୟୁଟର ଦୋକାନୀ ଓ ମେଡିକାଲ କର୍ମଚାରୀ । ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ଡାଟା ଏଣ୍ଟ୍ରି

ଏକା ସାଙ୍ଗରେ ବିଷ ପିଇଲେ ଦୁଇ ନାବାଳିକା

ରାୟଗଡା : ଏକାଠି ବିଷ ପିଇ ଦୁଇ ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର। ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଉତୁକାପାଢୁ ଗାଁରେ ଅଭାବନୀୟ ଘଟଣା। ଦୁଇ ନାବାଳିକା ପରସ୍ପରର ଅନ୍ତରଙ୍ଗ ବନ୍ଧୁ ବୋଲି ଜଣାପଡିଛି। ମୃତ ନାବାଳିକା ଜଣକ ୧୦ମ

ମହର୍ଷି କଲେଜରେ ଛାତ୍ରଙ୍କୁ ଆକ୍ରମଣ, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ବର: କଲେଜ କ୍ୟାମ୍ପସ ପରିସରରେ ତୁମୁଳକାଣ୍ଡ ଘଟାଇଲେ ଅଣଛାତ୍ର । ସମସ୍ତଙ୍କ ଉପସ୍ଥିତିରେ କଲେଜର ସୁରକ୍ଷା ବଳୟକୁ ଭେଦ କରି କ୍ୟାମ୍ପସ୍‌ ଭିତରକୁ ଛାତ୍ରଙ୍କୁ ବାହାରକୁ ଟାଣି ଆଣି ପିଟିଲେ। ଅଣ ଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ୩ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ

ସମ୍ବଲପୁରରେ କୋହଳ ହେଲା କର୍ଫ୍ୟୁ, ଗିରଫ ସଂଖ୍ୟା ୮୫କୁ ବୃଦ୍ଧି

ସମ୍ବଲପୁର: ସମ୍ବଲପୁରରେ ଆଜିଠୁ କୋହଳ ହୋଇଛି କର୍ଫ୍ୟୁ। ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ। ସକାଳେ ଏବଂ ଅପରାହ୍ନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା। ପରେ

ଫେକର କାରଖାନା ପରିସରରେ ପୁଣି ବଢ଼ିଲା ୧୪୪ ଧାରା

ଭଦ୍ରକ: ବେଦାନ୍ତ ଫେକର କାରଖାନାରେ ପୁଣି ୧୪୪ ଧାରା ବୃଦ୍ଧି କରାଯାଇଛି। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶ୍ରମିକଙ୍କ ମୁମ୍ବାଇରେ ମୃତ୍ୟୁ ହୋଇଯାଇଛି। କିଛି ଅଘଟଣ ଆଶଙ୍କାରେ ଆଜି ସକାଳ ୬ଟାରୁ ୧୯ ତାରିଖ ୬ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ଅବଧିକୁ ବଢ଼ାଇ ଦିଆଯାଇଛି। ଫେକର

ସରିଲା ବଡ଼ଦାଣ୍ଡ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ, ରଥଯାତ୍ରା ପୂର୍ବରୁ ହେବ ଉଦ୍‌ଘାଟନ

ପୁରୀ : ବଡ଼ଦାଣ୍ଡ ମାର୍କେଟ୍‌ କ‌ମ୍ପ୍ଲେକ୍ସରେ ମୁଣ୍ଡି ମରାଯାଇଛି। ବ୍ୟବସାୟୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ୪୦ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ୍‌ କମ୍ପ୍ଲେକ୍ସ ଚଳିତ ମାସ ଶେଷ ସୁଦ୍ଧା ପ୍ରଶାସନକୁ ହସ୍ତାନ୍ତର କରାଯିବ। ବ୍ୟବସାୟୀମାନଙ୍କୁ ତୁରନ୍ତ

ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

କଟକ : ମେ’ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ। ସୋସିଆଲ ସାଇନ୍ସ ପ୍ରଶ୍ନ ପତ୍ର ତ୍ରୁଟି ପାଇଁ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନରେ ସମସ୍ୟା ହେବ ନାହିଁ । ଏହା ସହ ତ୍ରୁଟି ଶୂନ୍ୟ ମୂଲ୍ୟାୟନ ପାଇଁ ବୋଡ଼ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି ।

ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ପୁଣି ବଢିଲା ଇଣ୍ଟରନେଟ୍‌ କଟକଣା। ଆଉ ୨୪ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ। ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା। ହ୍ଵାଟ୍ସଆପ୍‌, ଟୁଇଟର୍‌, ଫେସବୁକ, ଇନଷ୍ଟାଗ୍ରାମ୍‌ ବନ୍ଦ ରହିବ । ସମସ୍ତ ମୋବାଇଲ୍‌ ସେବା

5T ସଚିବଙ୍କୁ ଭେଟି ଦୁଃଖ ଜଣାଇଲେ ବୟସ୍କ ଦମ୍ପତି

ପୁରୀ: ବିଭିନ୍ନ ସମୟରେ ପୁରୀ ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥାନ୍ତି 5T ସଚିବ ଭି.କେ. ପାଣ୍ଡିଆନ। ଏଥି ପାଇଁ ପ୍ରାୟ ସମୟରେ ସେ ପୁରୀ ଗସ୍ତ କରିଥାନ୍ତି। ଠିକ୍ ସେହିପରି ଆଜି ମଧ୍ଯ ପୁରୀ ଆସିଥିଲେ 5T ସଚିବ। ହେଲେ ଏହି ସମୟରେ କିଛି ଏମିତି ଦ୍ରୁଶ୍ଯ ଦେଖିବାକୁ

ଓଡ଼ିଶାରେ ୨୪ ଘଣ୍ଟାରେ ୩୦୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨୦୪ । ଏହି ସମୟରେ ମୋଟ୍‌ ୫ହଜାର ୯୩୧ କୋଭିଡ୍‌ ଟେଷ୍ଟ ହୋଇଛି । ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌ । ମୃତ ୭୦ ବର୍ଷୀୟ ବୃଦ୍ଧ