କଳାହାଣ୍ଡିରେ ଲାଲବାହିନୀର ବର୍ବରତା: ପୋଲିସ୍ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଘରୁ ଉଠାଇ ନେଇ ହତ୍ୟା

କଳାହାଣ୍ଡି: କଳାହାଣ୍ଡିରେ ଲାଲବାହିନୀର ବର୍ବରତା । ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗାଁର ଲାଲବତି ମାଝୀଙ୍କୁ ମାଓବାଦୀ ଘରୁ ଉଠାଇ ନେଇ ହତ୍ୟା କରିଛନ୍ତି । ମାଓବାଦୀଙ୍କ

ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଦା ପୋଷାକଧାରୀ ପୋଲିସ୍

ଅନୁଗୋଳ: ପୋଲିସ୍ ମାଡରେ ଲହୁ ଲୁହାଣ ହେଲେ ମହିଳା । ଆଠମଲ୍ଲିକ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ଗୋଡ଼ାଇ ଗୋଡ଼ାଇ ପିଟିଲା ସାଦା ପୋଷାକଧାରୀ ପୋଲିସ୍। ଏବେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୀଡିତା । ସାଦା ପୋଷାକଧାରୀ

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ବାଣୁଆ ଉଦୟ ଭୋଇଙ୍କ ମୃତ୍ୟୁ ହୋଇଛି । ଉଦୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ଗାଁର । ସେ ପେସାରେ ଜଣେ ବାଣୁଆ । ବାଣ ବିସ୍ଫୋରଣରେ ତାଙ୍କ

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା । ଜଣେ ବାଇକ୍‌ ଆରୋହୀଙ୍କ ସହ ତାଙ୍କ କାର୍‌ ଦୁର୍ଘଟଣା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ବାଇକ୍‌ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ

ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର

ବ୍ରହ୍ମପୁର ୨୬/୧୧: ବ୍ରହ୍ମପୁରରେ ଥମୁନି ରାଗିଂ । ଏତର କିନ୍ତୁ କୌଣସି କଲେଜ ନୁହେଁ । ଏଥର ରାଗିଂ ହୋଇଛି ଘରୋଇ ସ୍କୁଲରୁ । ଘରୋଇ ସ୍କୁଲରୁ ରାଗିଂ ହୋଇଥିବା ହୋଇଛି ଅଭିଯୋଗ । ଏକ ଘରୋଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ କେତେକ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା, ୨ ଶିକ୍ଷୟତ୍ରୀ ମୃତ

ଜି. ଉଦୟଗିରି ୨୬।୧୧ : ବାଇକ୍‌-ସ୍କୁଟି ମୁହାଁମହିଁ ଧକ୍କା । ଚାଲିଗଲା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନ ।କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ନିଲୁଙ୍ଗିଆ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଦୁଇ ଜଣ ଶିକ୍ଷୟତ୍ରୀ ନିଜ ସ୍କୁଟି ଯୋଗେ ସ୍କୁଲକୁ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ୩ ମାଓବାଦୀ ନିହତ

ମାଲକାନଗିରି ୨୬।୧୧ : ଓଡିଶା ସୀମାନ୍ତରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ ହୋଇଛନ୍ତି । ଏବେ ବି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଖବର ଅନୁଯାୟୀ, ଛତିଶଗଡ଼ ସୀମାନ୍ତ ବିଜାପୁର ଜଙ୍ଗଲରେ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ତଦାରଖ କଲେ 5T ସଚିବ

ପୁରୀ ୨୬/୧୧: ପୁରୀରେ 5T ସଚିବ ଭି. କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲାଭ କଲେ କଲେ 5T ସଚିବ । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନତି ମୂଳକ ପ୍ରକଳ୍ପ ମଧ୍ୟରେ

ପୁଣି ସକ୍ରିୟ ହୋଇଗଲେଣି ମାଓବାଦୀ, ଉପନିର୍ବାଚନ ପୂର୍ବରୁ ମାଓ ପୋଷ୍ଟର

ପଦ୍ମପୁର ୨୬।୧୧ : ଆଉ କିଛି ଦିନ ପରେ ପଦ୍ମପୁରରେ ଉପନିର୍ବାଚନ । ହେଲେ ଏହାପୂର୍ବରୁ ଲାଗିଛି ମାଓ ପୋଷ୍ଟର । ପୁଣି ସକ୍ରିୟ ହୋଇଗଲେଣି ମାଓବାଦୀ । ପଦ୍ମପୁରରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଖବର ଅନୁଯାୟୀ, ପାଇକମାଲ ରାସ୍ତା ମାଗୁରମାଲ ଛକରେ ଥିବା ନିଶାନୀ ମନ୍ଦିର ପାଖରେ ଲାଗିଛି

ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର ୨୬।୧୧ : ରାଜ୍ୟରେ ପାରଦ କ୍ରମଶଃ ତଳକୁ ଖସୁଛି । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ୧୨, ସୁନ୍ଦରଗଡ଼ରେ ୧୨.୫, ଫୁଲବାଣୀରେ ୧୩, ଦାରିଙ୍ଗିବାଡି଼ରେ ୧୩, କେନ୍ଦୁଝରରେ ୧୩.୨, ଭବାନୀପାଟଣାରେ ୧୩.୨, ଦେବଗଡ଼ରେ ୧୩.୪, ବରଗଡ଼ରେ ୧୩.୮ ରହିଛି ।