ଲାଞ୍ଚ ନେବା ବେଳେ ପୁଲିସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ବୌଦ୍ଧ: ଲାଞ୍ଚ ନେବା ବେଳେ ପୁଲିସ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ। ଏହି ପୁଲିସ ବାବୁ ଜଣକ ବୌଦ୍ଧ ଜିଲ୍ଲା ଜହ୍ନପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ। ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଏକ ମାମଲାର ତଦନ୍ତ

୨୦୦୨ ମସିହା ପରଠାରୁ ଗୁଜୁରାଟରେ ବିଜେପି ଶାନ୍ତି ପ୍ରତିଷ୍ଠା କରିଛି

ଅହମଦାବାଦ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି ଯେ ଆଗରୁ ଅସାମାଜିକ ତତ୍ତ୍ୱମାନେ ଗୁଜରାଟରେ ହିଂସାକାଣ୍ଡ ଭିଆଉଥିଲେ, ସେମାନଙ୍କୁ କଂଗ୍ରେସ ସମର୍ଥନ କରୁଥିଲା। କିନ୍ତୁ ୨୦୦୨ ମସିହାରେ ହିଂସାକାଣ୍ଡ ସୃଷ୍ଟି କରୁଥିବା ଲୋକମାନଙ୍କୁ ଉଚିତ ଶିକ୍ଷା ଦିଆଯିବା ପରେ

ଚାକିରି ପାଇଁ ଅଭିନବ ପ୍ରତିବାଦ: ବିଧାନସଭା ଆଗରେ କାନ ଧରି ଆଣ୍ଠେଇଲେ ଶହ ଶହ ଯୁବକ

ଭୁବନେଶ୍ବର: ଚାକିରି ପାଇଁ ଅଭିନବ ପ୍ରତିବାଦ। କାନ ଧରି ଆଣ୍ଠେଇ ବିଧାନସଭା ଆଗରେ ପ୍ରତିବାଦ। ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ପ୍ରତିବାଦ କରିଛନ୍ତି। ମୃତକଙ୍କ ସ୍ଥାନରେ ଚାକିରିରେ ଥଇଥାନ ଦାବିରେ ଆନ୍ଦୋଳନ କରିଛନ୍ତି। ଓଡ଼ିଶା ବେସାମପରିକ ସେବା- ପୁନଃ ଥଇଥାନ

ସମଲିଙ୍ଗୀ ବିବାହକୁ ମିଳିବ କି ଆଇନଗତ ମାନ୍ୟତା – କେନ୍ଦ୍ରକୁ ‘ସୁପ୍ରିମ’ ନୋଟିସ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ସୁପ୍ରିମକୋର୍ଟ ଏହାର ଶୁଣାଣି କରିବାକୁ ରାଜି ହେବା ସହ କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନୋଟିସ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ

ଓକିଲ ସଂଘର ଆନ୍ଦୋନଳ: ରାଜଧାନୀକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରଣ ଓ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି

ଭୁବନେଶ୍ୱର: ଭୁବନେଶ୍ୱରରେ କୋର୍ଟ କାର୍ଯ୍ୟ ସଂପର୍ଣ୍ଣ ବନ୍ଦ । ରାଜଧାନୀକୁ ଓଡ଼ିଶା ହାଇକୋର୍ଟ ସ୍ଥାନାନ୍ତରଣ ଓ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଓକିଲ ସଂଘର ଆନ୍ଦୋନଳ ଚାଲିଛି । ମାସର ଶେଷ ଶୁକ୍ରବାର ଓକିଲ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଉଛି ।

କେନ୍ଦ୍ରାପଡ଼ାରେ ବାଣ ବିସ୍ଫୋରଣ ଘଟଣା: ଏସସିବିରେ ୩୪ ଜଣ ଚିକିତ୍ସିତ, ୫ ଅତି ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ବିସ୍ଫୋରଣ ଘଟଣାରେ ଆହତ ୪୦ ଜଣଙ୍କ ମଧ୍ୟରୁ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ୩୪ ଜଣ । ସେମାନଙ୍କ ଭିତରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୫ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ଗୁରୁତରଙ୍କୁ ଆଇସିୟୁରେ

ଭାରତ ବାୟୋଟେକର ନାଜାଲ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ : ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ନାଜାଲ ଟିକା ବା ନାକରେ ପଡ଼ୁଥିବା କରୋନା ଟିକା ଇନକୋଭାକ୍କୁ ଜୁରରୀକା​ଳୀନ ବ୍ୟବହାର ଅନୁମତି ମିଳିଛି । ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ଏହି ଅନୁମତି ଦିଆଯାଇଛି । ଏହି ଟିକାକୁ ଅନୁମତି ମିଳିବା ପରେ ଦେଶରେ ଟିକାକରଣ ଆହୁରି ସହଜ ଓ

ଅର୍ଚ୍ଚନା ମାମଲାରେ ‘ମୋ ଫଟୋକୁ ଯୋଡ଼ା ଯାଇଛି’ : ଥାନାରେ ଏତଲା ଦେଲେ କରଞ୍ଜିଆ ଏନଏସିର ପୂର୍ବତନ ଉପନଗରପାଳ

କରଞ୍ଜିଆ : ଅର୍ଚ୍ଚନା ନାଗ ସହ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧ । ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି କରଞ୍ଜିଆ ଏନଏସିର ପୂର୍ବତନ ଉପନଗରପାଳ ଗିରିଧାରୀ ପୃଷ୍ଟି। ନିଜର ଶତାଧିକ ସମର୍ଥକ ତଥା ବିଜେଡି ନେତାଙ୍କ ସହ

ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା

ନିମାପଡା: ନିଜ ଭିଣୋଇଙ୍କୁ ଗୋଡେଇ ଗୋଡେଇ ହାଣିଲେ ଶଳା। ପୁରୀ ଜିଲ୍ଲା ଡେଲାଙ୍ଗ ଥାନାରେ ମାମଲା ରୁଜୁ।  ଗୁରୁତର ଅବସ୍ଥାରେ ମେଡିକାଲରେ ଭିଣୋଇଙ୍କୁ ଭର୍ତ୍ତି କରାଯାଇଛି। ସ୍ତ୍ରୀର ପରକ୍ରିୟା ପ୍ରୀତିକୁ ବିରୋଧ କରିବାରୁ ସ୍ୱାମୀ ଙ୍କୁ ଗୋଡେଇ ଗୋଡେଇ ହାଣିଲେ ନିଜ ଶଳା ମାନେ। ପୋଲିସ

ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟଫୋନ୍‌ ବାରଣ

ପୁରୀ ୨୫/୧୧: ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେଇପାରିବେ ନାହିଁ ପୋଲିସ କର୍ମଚାରୀ । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି । ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ