ଲୁଣ ଭାବି ଥିମେଟ୍ ଖାଇଦେଲେ ୩ ଶିଶୁ: ଅବସ୍ଥା ଗୁରୁତର

ନୀଳଗିରି: ଲୁଣ ଭାବି ଥିମେଟ୍ ଖାଇଦେଲେ । ଗୁରୁତର ୩ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଘଟିଛି ଅଘଟଣ । ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ ।

ସାଲିଆ ସାହି ବସ୍ତିରେ ବୁଲିବ ତାରବାଡ, ଅନୁପ୍ରବେଶକାରୀଙ୍କୁ ପ୍ରବେଶ ମନା

ଭୁବନେଶ୍ବର: ସାଲିଆ ସାହି ବସ୍ତିକୁ ନୋ ଏଣ୍ଟ୍ରି । ବୁଲିବ ତାରବାଡ । ପ୍ରବେଶ କରିପାରିବେ ନାହିଁ ଅନୁପ୍ରବେଶକାରୀ । ଗତକାଲି ସାଲିଆ ସାହି ବସ୍ତି ଉଚ୍ଛେଦ ଅଭିଯାନ ଶେଷ ହୋଇଛି । ପ୍ରାୟ ୩ ଦିନ ଧରି ଏହି ଅଭିଯାନ ଚାଲିଥିବା ବେଳେ ହଜାର ହଜାର ଲୋକେ

୭ ଦିନ ମଧ୍ୟରେ ବାଲିଯାତ୍ରା ପଡ଼ିଆ ସଫେଇ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ମାମଲାର ଶୁଣାଣି ବେଳେ ବାଲିଯାତ୍ରା ଶେଷ ହେବା ପରେ ପଡ଼ିଆ ସଫେଇ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ । ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଘରୋଇ ଏଜେନ୍ସିକୁ ସଫେଇ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ସଫେଇ ଏକପ୍ରକାର ପ୍ରହସନ ହୋଇଥିବା

ଗାଁ ପଡିଆରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା କୋଣାର୍କ ପୋଲିସ

ଭୁବନେଶ୍ବର: ଗାଁ ପଡିଆରେ ଅର୍ଦ୍ଧଦଗ୍ଧ ମୃତଦେହ । କୋଣାର୍କ ଥାନା ରଇତିସାହି ଗାଁ ପଡିଆରେ ପଡିଛି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଗାଁ ଲୋକେ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ । ତେବେ ଯୁବକ ଜଣକ କିଏ ତାଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ପାଦରେ ଚପଲ

ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ। ଭୁବନେଶ୍ବରରେ ପ୍ରାଥମିକ ଭାବେ ୯୦ଟି ଘର ନିର୍ମାଣ ହୋଇଛି। ଏହି ଘରଗୁଡ଼ିକୁ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୧୪ରୁ ୫୦ଲକ୍ଷ ଟଙ୍କା ଭିତରେ ଘର ବିକ୍ରି କରାଯିବ। ଏହି ଲକ୍ଷ୍ୟ

ଗଞ୍ଜାମ ଜିଲ୍ଲାର ମାଫିଆ ମାନେ ବାବୁ ମାନଙ୍କ ଭାଗ୍ୟ ବିଧାତା : ବୋଲ ନମାନିଲେ ଜିଲ୍ଲା ଛାଡିବାକୁ ବାଧ୍ୟ…!

ବ୍ରହ୍ମପୁର: ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ବାଲି ମାଫିଆ ଜମି ମାଫିଆ ଏବଂ ମଦ ମାଫିଆ ମାନଙ୍କ ମନ ମାନି ବଢ଼ିବାରେ ଲାଗିଛି। ବାଲି ମାଫିଆ ମାନେ ସ୍ଥାନୀୟ ନେତାଙ୍କ ସହ ହାତକୁ ହାତ ମିଶାଇବା ଫଳରେ ମାଫିଆ ମାନେ ନେତା ମାନଙ୍କ ଗେଲ୍ହା ପୁଅ ସାଜିଥିବା ଏବେ ଚର୍ଚ୍ଚା ହେଉଛି। ନେତାଙ୍କ ପୋଷା

ଏସ.ଆଇ. ପରୀକ୍ଷା ଦୁର୍ନୀତି ମାମଲା: ତିନି ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଖାରଜ, ସିବିଆଇର ମାମଲା ସ୍ଥାନାନ୍ତର…

ବ୍ରହ୍ମପୁର : ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପୋଲିସ୍ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ମାମଲାରେ ଗିରଫ ହୋଇଥିବା ତିନିଜଣ ମୁଖ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ

ଏକଥରକେ ଭଗବତ ଗୀତା ଗାଇଲେ ୩୫ ହଜାର ଛାତ୍ରଛାତ୍ରୀ…

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଚିନ୍ମୟ ମିଶନ ପକ୍ଷରୁ ସାମୁହିକ ଗୀତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।‌ ଏଥିରେ ସହରର ୧୦୦ରୁ ଅଧିକ ସ୍କୁଲ ଓ କଲେଜର ୩୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ପ୍ରଥମେ ବର୍ତ୍ତମାନର ସମାଜରେ ଗୀତାର ଗୁରୁତ୍ବ କେତେ ରହିଛି ସେ ନେଇ

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ: ବନ ବିଭାଗ ତତ୍ପର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ନିକଟ ଋଷିକୂଲ୍ୟା ମୁହାଣ ସମୁଦ୍ର ଅଂଚଳରେ ବିରଳ ସାମୁଦ୍ରିକ କଇଁଚ୍ଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସମୁଦ୍ର ମଧ୍ୟରେ ଯୋଡ଼ା ଯୋଡ଼ା ହୋଇ କଇଁଚ୍ଛମାନଙ୍କୁ ପାଣିରେ ଭାସମାନ

ଏସଆଇଆର ବନ୍ଦ କରିବା ଲାଗି ନିର୍ବାଚନ କମିସନଙ୍କୁ ପତ୍ର ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖି ଏହି ପ୍ରକ୍ରିୟାକୁ "ବିପଜ୍ଜନକ" ବୋଲି କହିଛନ୍ତି ଏବଂ