ଶ୍ରୀଲିଙ୍ଗରାଜଙ୍କ ରୋଷଘରେ ପଶି ପିଠା ଖାଇଦେଲା ଯୁବକ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୁଣିଥରେ ନୀତି ମାରା ହୋଇଛି। ଜଣେ ଅଣ-‌ସେବାୟତ ସାର୍ଟପ୍ୟାଣ୍ଟ୍‌ ପିନ୍ଧି ରୋଷ ଘରେ ପଶି କୋଠ ଭୋଗ ଖାଇବାରୁ ଏପରି ଅଘଟଣ ଘଟିଛି। ଆଜିକୁ ମିଶାଇ ଚଳିତ ମାସରେ ମହାପ୍ରଭୁଙ୍କ ଚାରିଥର ନୀତି ବିଭ୍ରାଟ ହେବା ଘଟଣା ଭକ୍ତମହଲରେ ଅସନ୍ତୋଷ ସୃଷ୍ଟି କରିଛି।

ରାଇରଙ୍ଗପୁରରେ ୫୦ କୋଟି ଟଙ୍କାରେ ନିର୍ମାଣ ହେବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସର୍କିଟ୍‌ ହାଉସ

ରାଇରଙ୍ଗପୁର: ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ଗସ୍ତ, ରହଣି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଚାଲିଛି। ରାଇରଙ୍ଗପୁର ସହରରେ ତାଙ୍କ ଗସ୍ତ ସମୟରେ ରହଣି ତଥା ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଏକ

ବିଜେପି ନେତ୍ରୀଙ୍କ ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ: ସୋନାଲିଙ୍କୁ ଅଧିକ ନିଶା ଦିଆଯାଇଥିଲା

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ କାହାଣୀରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ଘଟଣା ଦିନ ସୋନାଲିଙ୍କୁ ଅତ୍ୟଧିକ ନିଶା ଦିଆଯାଇଥିଲା। ଏହି ନିଶା ସୋନାଲିଙ୍କ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଗୋଆ ପୁଲିସ କହିଛି। ଶବ ବ୍ୟବଚ୍ଛେଦ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୨ କରୋନା ପଜିଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ଶହ ତଳେ ରହିଛି ଦୈନିକ କରୋନା ସଂକ୍ରମଣ। ଗତକାଲି ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୯ ଜଣ

ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ

ଅମ୍ବାଲା: ଘର ଭିତରରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତଦେହ। ପରିବାର ସବୁ ସଦସ୍ୟ ଗୁରୁବାର ରାତ୍ର ଭୋଜନ କରି ଶୋଇଥିବା ବେଳେ ଆଜି ଆଉ ଉଠି ନାହାନ୍ତି। ହରିଆଣାର ଅମ୍ବାଲା ଅନ୍ତର୍ଗତ ବାଲାନା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ପୁଲିସ୍‌ ଖବର ପାଇ

ନୂଆଖାଇ ପାଇଁ ୨ ଦିନ ଛୁଟି ଘୋଷଣା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୁକ୍ରବାର ଚିଠି ଲେଖିଛନ୍ତି। ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରିବା ନେଇ ଶ୍ରୀ ମିଶ୍ର ଦାବି କରିଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ, ଆସନ୍ତା

ରାହୁଲଙ୍କ ପାଇଁ ୨୦୧୪ରେ ହାରିଥିଲା କଂଗ୍ରେସ: ଗୁଲାମ ନବୀ

ନୂଆଦିଲ୍ଲୀ: ଦୀର୍ଘ ୫୦ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସକୁ ଅଲବିଦା କହିଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହ କାମ କରିଥିବା ଗୁଲାମ ନବୀଙ୍କ ଇସ୍ତଫା ପୂରା ଦେଶର ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ସେ ସୋନିଆ ଗାନ୍ଧିଙ୍କ

ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ନେଇ ସତର୍କ କଲା UGC

ଭୁବନେଶ୍ୱର: ଦେଶରେ ୨୧ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ଏନେଇ ୟୁନିଭରସିଟି ଗ୍ରାଣ୍ଟ କମିଶନ (UGC) ସତର୍କ କରାଇଛନ୍ତି । ଓଡ଼ିଶାରେ ୨ଟି ନକଲି ବିଶ୍ୱବିଦ୍ୟାଳୟ ଥିବା ଜଣାପଡ଼ିଛି । ଗୋଟିଏ ରାଉରକେଲା ଓ ଗୋଟିଏ ନକଲି ବିଶ୍ୱବିଦ୍ୟାଳୟ ବାରିପଦାରେ ରହିଛି । ରାଉରକେଲାରେ ନବଭାରତ

୨୨ ବର୍ଷ ସରକାରର ଭୁଲ୍ ନୀତି ପାଇଁ ଦୁର୍ଦ୍ଦଶାରେ ବିପନ୍ନ: ପିସିସି ସଭାପତି

ଭୁବନେଶ୍ୱର: ବନ୍ୟା ପାଇଁ ରାଜ୍ୟ ସରକାର ଦାୟୀ । ସରକାରଙ୍କ ଭୁଲ ନୀତି ଯୋଗୁଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି। ଏପରି କହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକ। ଏହାପୂର୍ବରୁ ସମାନ କଥା କହି ବିଜେପି ମଧ୍ୟ ଶାସକ ଦଳକୁ ଟାର୍ଗେଟ କରିଥିଲା। ପିସିସି ସଭାପତି କହିଛନ୍ତି,

କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା, ଠିକ୍‌ ସେଇଆ ହୋଇଛି। ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ପାଇଁ କାମ କରୁଥିବା କରି ଆସୁଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଦଳ ସହ ସବୁ ସମ୍ପର୍କଚ୍ଛିନ୍ନ କରି ଦେଇଛନ୍ତି। ସେ ଆଜି କଂଗ୍ରେସର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିବା କଥା ଘୋଷଣା