କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା କେଏଫଏଫ, ତ୍ରିରଙ୍ଗା ରାଲିରେ ଯିବାରୁ କରାଯାଇଛି ହତ୍ୟା

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରେ ଆଜି ଆଉ ଜଣେ ପଣ୍ଡିତଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ମଙ୍ଗଳବାରଦିନ ସୋପିଆନ ଜିଲ୍ଲାରେ ରହୁଥିବା ୪୫ ବର୍ଷୀୟ କଶ୍ମୀର ପଣ୍ଡିତ ସୁନୀଲ କୁମାର ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଏହି ଆକ୍ରମଣରେ ତାଙ୍କ ସାନ ଭାଇ ପିଣ୍ଟୁ କୁମାର ଭଟ୍ଟ

ଏପର୍ଯ୍ୟନ୍ତ ସାରା ଦେଶରେ ସ୍ବାଭାବିକଠାରୁ ୮% ଅଧିକ ବର୍ଷା : ସ୍କାଏମେଟ୍

ନୂଆଦିଲ୍ଲୀ : ଦେଶରେ ଜୁନ୧ରୁ ଅଗଷ୍ଟ ୧୫ ମଧ୍ୟରେ ସ୍ବାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ଜଣାପଡ଼ିଛି । ତେବେ କେତେକ ରାଜ୍ୟରେ ଚିନ୍ତାଜନକ ଭାବେ କମ ବର୍ଷା ହୋଇଥିବାବେଳେ କେତେକ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି

୪ ଦେଶର ୧୨ ଗାୟକ ଗାଇଲେ ଗାଇଲେ ଜାତୀୟ ସଂଗୀତ ‘ଜନ ଗଣ ମନ’… ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଭାରତ ଗତ ସୋମବାର ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିସାରିଛି । ଏହି ଅବସରରେ ସାରା ଦେଶରେ ବହୁ ଉତ୍ସାହ ଓ ଉତ୍ସବ ଦେଖିବାକୁ ମିଳିଥିଲା । ଏହି ଅବସରରେ ଦେଶବାସୀ ଜାତୀୟ ସଂଗୀତ ଗାନ କରି ତ୍ରିରଙ୍ଗା ଉଡାଇ ଏହାକୁ ପାଳନ କରିଥିଲେ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ

ସବରକରଙ୍କ ପୋଷ୍ଟର ଚିରାକୁ ନେଇ କର୍ଣ୍ଣାଟକରେ ବଢୁଛି ସାଂପ୍ରଦାୟିକ ଉତ୍ତେଜନା

ଟୁମକୁରୁ : ସବରକରଙ୍କ ପୋଷ୍ଟରକୁ ନେଇ କର୍ଣ୍ଣାଟକରେ ସାଂପ୍ରଦାୟିତ ଉତ୍ତେଜନା ବଢିବାରେ ଲାଗିଛି । ମାଙ୍ଗାଲୁରୁ ଓ ଶିବମୋଗା ପରେ କର୍ଣ୍ଣାଟକର ଆଉ ଏକ ସହର ଟୁମକୁରୁଠାରେ ଲାଗିଥିବା ସବରକରଙ୍କ ଏକ ପୋଷ୍ଟର ଚିରାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।ଟୁମକୁରୁରେ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ

ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ : ଚାଲାଣକାରୀ ଚମ୍ପଟ ମାରିଲେ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପକ୍ଷରୁ ୨୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ଏକ କାରକୁ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପୁଲିସ ପାଟ୍ରୋଲିଂରେ ଯାଉଥିବା ସମୟରେ ରାଇକିଆ ଥାନା ଅନ୍ତର୍ଗତ ପେଟାପାଙ୍ଗା ଛକ

ମୁଣ୍ଡଳୀରେ ୬ରୁ ୭ ଘଣ୍ଟା ରହିବ ପିକ୍ ଫ୍ଲୋ: SRC

ଭୁବନେଶ୍ବର: ରାଜ୍ୟର ବନ୍ୟା ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବର୍ତ୍ତମାନ ପିକ ଫ୍ଲୋ ଚାଲିଛି । ମୁଣ୍ଡଳୀରେ ୬ରୁ ୭ ଘଣ୍ଟା ରହିବ ଏହି ପିକ୍ ଫ୍ଲୋ । ରାତି ୩ ଘଣ୍ଟା ଯାଏ ଏହି ଫ୍ଲୋ ରହିବା ନେଇ ଆଶା କରାଯାଉଛି । ସେହିଭଳି ଏହା ଡେଲଟାରେ ପହଞ୍ଚିବା ବେଳକୁ

ହୀରାକୁଦରେ ଖୋଲିଲା ୪୦ ଗେଟ୍‌

ସମ୍ୱଲପୁର : ହୀରାକୁଦର ଆଉ ୪ଟି ଗେଟ୍‌ ଖୋଲିଲା। ଏବେ ମୋଟ୍‌ ୪୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ। ପର୍ଯ୍ୟୟକ୍ରମେ ଆଜି ମୋଟ ୧୪ ଗେଟ୍ ଖୋଲାଯାଇଛି। ଏବେ ହୀରାକୁଦ ଡ୍ୟାମକୁ ପଶୁଛି ୬,୯୧, ୯୫୦ କ୍ୟୁସେକ୍‌ ପାଣି। ବାହାରୁଛି ୬,୧୦,୦୦୩ କ୍ୟୁସେକ୍‌ ପାଣି। ଆଜି ହୀରାକୁଦ ଡ୍ୟାମରୁ ଛଡ଼ା

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର ସଦସ୍ୟ

ଦାରିଙ୍ଗବାଡି,୧୫/୮, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରାୟ ୭ ଦିନ ଧରି ଲାଗି ରହିଛି। ହେଲେ କମିବାର ନା ଧରୁନାହିଁ। ଚାଷ ଜମି ସହିତ ଜନ ଜୀବନ ସହ ଗୃହପାଳିତ ପ୍ରାଣୀ ସବୁ ଲଘୁଚାପ ଜନିତ ବର୍ଷାରେ ବହୁ ପ୍ରଭାବିତ ହୋଇଥିବା ଖବର ହସ୍ତଗତ ହୋଇଛି। ବ୍ଲକ

ମାଟି ଅତଡା ଖସି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି, ୧୬/୮: ଦୁଇ ଦିନ ହେବ ଲଗାଣ ବର୍ଷା ହେବା ଫଳରେ ମାଟି ଅତଡା ଖସି ରାସ୍ତା ବନ୍ଦ ହୋଇଥିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗି ଠାରୁ କିଲିମେରା ପ୍ରଧାନ ମନ୍ତ୍ରୀ ରାସ୍ତାରେ ଏଭଳି ସ୍ଥିତି ଉପୁଜିଥିବା

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ନବରଙ୍ଗପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୧୫ ଅଗଷ୍ଟ ସୋମବାର ଅପରାହ୍ନ ତିନିଟା ବେଳେ ଓଡ଼ିଶାର ପଚିଶି ଟି ଜିଲ୍ଲାର ୧୫୦ ଟି ସ୍ଥାନରେ ପ୍ରାୟ ୩ ହଜାର କବି ଓ କବୟିତ୍ରୀ ଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ