ନକଲି ଔଷଧ କାରବାର୍‌, ସବୁ ଜିଲ୍ଲାରେ ହେବ ଚଢାଉ- ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ୧୪।୦୯: ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯଦି କେହି ଭୁଲ୍‌ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଆଇନ ତା ବାଟରେ ଯିବ । କାହାରିକୁ ଛଡ଼ାଯିବ ନାହିଁ । ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ଶୌଚ ହେବାକୁ ଯାଇ ବୃଦ୍ଧାଙ୍କ ମୃତ୍ୟୁ

ଧର୍ମଗଡ଼ 14/09: ଶୌଚ ହେବାକୁ ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି l ମହିଳାଜଣକ ହେଲେ ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ପାବଳୀ ଗ୍ରାମର ସୁନାଫୁଲ ନାଗ। ଗତକାଲି ଅପରାହ୍ନ ୪ଟା ବେଳେ ଜିଲ୍ଲା ମୁଖୀଗୁଡା ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଶୌଚ ହେବାକୁ…

ବାଇକ୍‌ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା

ଭଦ୍ରକ ୧୪।୦୯: ଭଦ୍ରକ ବାସୁଦେବପୁର ବତଡ଼ା ବଜାରରେ ବଡ଼ଧରଣର ଲୁଟ୍‌ । ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ କେଜିଏ ଅଧିକ ସୁନା ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ ଲୁଟ୍‌ ହୋଇଛି । ଦୁଇ ଜଣ…

ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ

ଜଳେଶ୍ୱର ୧୪।୦୯ : ବିଧାୟକଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍‌ ବିଧାୟକ । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୮.୩୦ରୁ ୯ଟା…

ନାରାୟଣ ବସ୍ତିରେ ଚନ୍ଦୁ ହତ୍ୟାକାଣ୍ଡ ମାମଲା, ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା ଗିରଫ

ଭୁବନେଶ୍ବର ୧୪।୦୯ : ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ୍‌ ଚନ୍ଦୁ ହତ୍ୟାକାଣ୍ଡ ମାମଲା । ଗିରଫ ହେଲେ ଲେଡି ଡନ୍ ରଞ୍ଜୁ ଓ ତାଙ୍କ ସହଯୋଗୀ କାହ୍ନା । ଦୁଇ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ହତ୍ୟାକାଣ୍ଡ ପରେ ବାହାର ଜିଲ୍ଲାରେ ଯାଇ ଲୁଚିଥିଲେ ରଞ୍ଜୁ ଓ ସହଯୋଗୀ । …

ମୁଣ୍ଡାସାହି ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗାର ଜବତ, ଦୁଇ ଗିରଫ

ଅନୁଗୁଳ ୧୪/୦୯: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଇଲାକା ମୁଣ୍ଡାସାହି ଛକ ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗର ଜବତ। ଚୋରା କାରବାରରେ ଲିପ୍ତ ଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ଅବକାରୀ ବିଭାଗ । ସୂଚନାନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ନାଲକୋ ଥାନା ଅଞ୍ଚଳର…

ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ

ନୂଆପଡା ୧୪।୦୯: ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ । ଥାନାରେ ମାମଲା ରୁଜୁ । କ୍ଷତିପୂରଣ ଦାବିରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରଲୋକେ । ଘଟଣାସ୍ଥଳରେ ନୂଆପଡ଼ା ଏସ୍‌ଡିପିଓ ସହ ନୂଆପଡ଼ା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା…

ପିଲାଛୁଆ ହେଲାନି ବୋଲି ମାରିଦେଲେ ଶାଶୁ ଘର !

ଭଦ୍ରକ ୧୪।୦୯: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଘଟଣା । ବିବାହର ଦୁଇ ବର୍ଷ ପରେ ପିଲା ପିଲି ନହେବାରୁ ବଧୂ ହତ୍ୟା ଅଭିଯୋଗ । ଝିଅ ପରିବାର ପକ୍ଷରୁ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମହିଳାଙ୍କ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୪।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ…

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଆୟୋଜନକୁ କ୍ୟାବିନେଟ୍ ମଞ୍ଜୁରି, ଫୁଟବଲ ମହାସଂଘକୁ ଦିଆଯିବ ୧୦ କୋଟି…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ୨୦୨୨ ଭାରତରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ…