Sign in
Sign in
Recover your password.
A password will be e-mailed to you.
ନୟାଗଡ଼ ପୌର ପରିଷଦରେ ସଫେଇ ନାଁରେ ହାତ ସଫେଇ…
ନୟାଗଡ଼: ନୟାଗଡ଼ ପୌର ପରିଷଦରେ କର୍ମଚାରୀ ଓ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହୁନି କି ଜନସଚେତନତା କରାଯାଉନାହିଁ । ଠିକାରେ ମାଳମାଳ କର୍ମଚାରୀ ନିଯୁକ୍ତି କରି ବାର୍ଷିକ ପ୍ରାୟ ୧କୋଟି ୮୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଉଛି ମାତ୍ର ସହରବାସୀ ଆବଶ୍ୟକୀୟ ସୁବିଧା ପାଇ!-->…
ଅଗ୍ନିବୀରଙ୍କୁ ଆଶ୍ବସ୍ତି, ସୀମା ସୁରକ୍ଷା ବଳ ନିଯୁକ୍ତିରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା
ନୂଆଦିଲ୍ଲୀ : ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି । ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ସୀମା ସୁରକ୍ଷା!-->…
VB G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ନୂଆଦିଲ୍ଲୀ: ଇତିହାସ ପାଲଟିଲା ମନରେଗା । VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ । ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G । ନୂଆ ଆଇନରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ଦିନ ଶ୍ରମ ଦିବସ!-->…
ଗଗନାୟନ ମିଶନ ପାଇଁ ସଫଳ ହେଲା ଇସ୍ରୋର ଡ୍ରୋଗ ପାରାସୁଟ୍ ପରୀକ୍ଷଣ
ନୂଆଦିଲ୍ଲୀ: ମାନବ ମିଶନ ଆଡ଼କୁ ଆଉ ପାଦେ ଅଗ୍ରସର ଭାରତ । ସଫଳତାର ସହ ଡ୍ରୋଗ ପାରସୁଟ୍ ଡିପ୍ଳଏମେଣ୍ଟ କ୍ବାଲିଫିକେସନ ଟେଷ୍ଟ କଲା ଇସ୍ରୋ । ଗଗନାୟନ କ୍ରିୟୁ ମଡ୍ୟୁଲ ପାଇଁ ଏହି ପରୀକ୍ଷା । ସଫଳତାର ସହ ଚଣ୍ଡିଗଡ଼ RTRS କେନ୍ଦ୍ରରେ ପରୀକ୍ଷା କରିଛି ଇସ୍ରୋ ।
ଏ!-->!-->!-->…
ଭୁଶୁଡିଲା ନିର୍ମାଣାଧୀନ ବେସମେଣ୍ଟ, ଚାପି ହୋଇଛନ୍ତି ଅନେକ ଶ୍ରମିକ !
ଆଗ୍ରା : ତାଜ ନଗରୀ ଆଗ୍ରାର ନମକ ମଣ୍ଡି ଅଞ୍ଚଳରେ ବଡ଼ ଅଘଟଣ । ବେସମେଣ୍ଟ ନିର୍ମାଣ ସମୟରେ କାନ୍ଥ ଧସିଯିବାରୁ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସ୍ଥଳରେ!-->…
ମହଙ୍ଗା ହେଲା ଟ୍ରେନ୍ ଭଡ଼ା
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପକେଟକୁ ଝଟକା । ଦୂର ଯାତ୍ରା ପାଇଁ ମହଙ୍ଗା ହେଲା ରେଳ ଭଡ଼ା । ୫୦୦ କିଲୋମିଟିର ପାଇଁ ୧୦ ଟଙ୍କା ବଢ଼ିଲା ଏସି ଟିକେଟ । ଏସି କୋଚ୍ ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି । ସାଧାରଣ କ୍ଲାସରେ ୨୧୫ କିମିରୁ ଅଧିକ କିଲୋମିଟର ପିଛା ୧!-->…
ନୋଏଡ଼ାରେ ଘନ କୁହୁଡ଼ି ଓ ବାୟୁ ପ୍ରଦୂଷଣ, ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ
ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଧୀରେ ଧୀରେ ଶୀତ ପ୍ରଭାବ ବୃଦ୍ଧି ପାଉଛି । ଥଣ୍ଡା ବଢିବା ସହ କୁହୁଡ଼ି ମଧ୍ୟ ବଢିବାରେ ଲାଗିଛି । ବାୟୁ ଗୁଣବତ୍ତାରେ ପରିବର୍ତ୍ତନ ହେବାରୁ ଲୋକଙ୍କ ସମସ୍ୟାର କାରଣ ପାଲଟିଛି । ସକାଳେ ଏବଂ ସନ୍ଧ୍ୟାରେ କୁହୁଡ଼ିର ମାତ୍ରା ଏତେ!-->…
ଦକ୍ଷିଣ ଆଫ୍ରିକାରେ ଆଖିବୁଜା ଗୁଳିମାଡ଼, ୧୦ ମୃତ, ୧୦ ଆହତ
ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସୂଚନାନୁଯାୟୀ, ଦକ୍ଷିଣ ଆଫ୍ରିକାର ବେକର୍ସଡାଲର ଏକ ବାର୍!-->!-->!-->…
ଘନେଇଲା ଯୁଦ୍ଧ ବାଦଲ, ଆହୁରି କଡ଼ାକଡ଼ି କଟକଣା ଲାଗୁ କଲେ ଟ୍ରମ୍ପ
ଆମେରିକା : ଘନେଇଲା ଯୁଦ୍ଧ ବାଦଲ । ଭେନେଜୁଏଲା ଉପରେ ଆମେରିକାର କଡ଼ା କାର୍ଯ୍ୟାନୁଷ୍ଠାନ । ଆମେରିକା କବଜାରେ ଦୁଇଟି ବଡ଼ ତେଲ ଟାଙ୍କର । ଆମେରିକା ସରକାର ଭେନେଜୁଏଲା ଉପରେ ଲଗାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କଲେ । ଯେଉଁଥିରେ ଭେନେଜୁଏଲାରୁ ଅଶୋଧିତ ତେଲ ଚୋରା ଚାଲାଣ ହେଉଥିଲା!-->…
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୧୪ ଆହତ…
ବ୍ରହ୍ମପୁର: ଘାଟିରୁ ଖସିଲା ପିକନିକ୍ ବସ୍ । ଜଣେ ମୃତ ଏବଂ ୧୪ ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ବାରିଁଆ ପଥର ଘାଟିରେ ୫୦ ଫୁଟ ତଳକୁ ଖସିପଡ଼ିଛି ପିକନିକ୍ ବସ୍ । ସମସ୍ତ ଆହତଙ୍କୁ ପ୍ରଥମେ ପାତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
!-->!-->!-->…