ଆଜିର ଇନଷ୍ଟାଣ୍ଟ ନୁଡୁଲ୍ସ ଯୁଗରେ, ଲୋକମାନେ ତୁରନ୍ତ ନ୍ୟାୟ ଚାହୁଁଛନ୍ତି : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଆଜି କାଲି ଇନଷ୍ଟାଣ୍ଟ ନୁଡୁଲ୍ସର ଯୁଗରେ ଲୋକମାନେ ନ୍ୟାୟ ମଧ୍ୟ ତୁରନ୍ତ ଚାହୁଁଛନ୍ତି । ମାତ୍ର ଲୋକମାନେ ବୁଝିବା ଆବଶ୍ୟକ ଯେ ତୁରନ୍ତ ନ୍ୟାୟ ପାଇବା ଲକ୍ଷ୍ୟରେ ପ୍ରକୃତ ନ୍ୟାୟ ମିଳିନପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନା ।ମାଡ୍ରାସ

‘ତୁମ ପୁଅକୁ ସମ୍ଭାଳିପାରୁନି’ କହି ଆତ୍ମହତ୍ୟା କଲେ ଆଇଏଏସ ଅଧିକାରୀଙ୍କ ପତ୍ନୀ

ପାଟନା: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ନାଗେନ୍ଦ୍ର ନାରାୟଣ ସିଂଙ୍କ ପତ୍ନୀ ନୀତା ସିଂ (୫୨) ପୁଅ ସହିତ ଝଗଡା କରିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବିହାରର ପାଟନାର ଶାସ୍ତ୍ରୀ ନଗର ଥାନା ଅନ୍ତର୍ଗତ ଆଶିଆନା-ଦିଘା ରୋଡରେ ଥିବା ଥ୍ରୀ ପାମ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଗୁରୁବାର

ଦିଲ୍ଲୀ ହିଂସା ମାମଲା: ୮ଦିନିଆ ରିମାଣ୍ଡରେ ଗଲେ ୫ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ୫ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ୮ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିବା ବେଳେ ଦିଲ୍ଲୀର ରୋହିଣୀ କୋର୍ଟ ମଞ୍ଜୁର କରିଛନ୍ତି। ଅନ୍ୟପଟେ ଆଉ ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ୧୪ ଦିନିଆ

ହନୁମାନ ଚାଳିଶା ବିବାଦ: ମହାରାଷ୍ଟ୍ରର ନେତା ଦମ୍ପତି ଗିରଫ

ମୁମ୍ବାଇ: ହନୁମାନ ଚାଳିଶାକୁ ନେଇ ବିବାଦ ଘନଉଥିବା ବେଳେ ମହରାଷ୍ଟ୍ରର ଏମପି ନଭନୀତି ରାଣା ଏବଂ ତାଙ୍କ ବିଧାୟିକ ସ୍ୱାମୀ ରଭି ରାଣାଙ୍କୁ ମୁମ୍ବାଇର ଖାର ପୁଲିସ ଗିରଫ କରିଛି। ଉଭୟଙ୍କ ନାମରେ ୧୫୩ ଏରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ହନୁମାନ

ମୋ ଇସ୍ତଫା ପତ୍ର  ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବେ ପଡ଼ି ରହିଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ମୋ ଇସ୍ତଫାପତ୍ର କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖରେ ସ୍ଥାୟୀ ଭାବରେ ପଡ଼ିରହିଛି। ସିଏ ଯେତେବେ ବେଳେ ଚାହିଁବେ ନିଷ୍ପତ୍ତି ନେଇ ପାରିବେ। ତେଣୁ ଏଥିରେ କେହି ଗୁଜବ ନଖେଳାନ୍ତୁ ବୋଲି ରାଜସ୍ଥାନ ମୁଖ୍ୟମମନ୍ତ୍ରୀ ଅଶୋକ ଗେହେଲେଟ୍‌ କହିଛନ୍ତି । ଆସନ୍ତା ବର୍ଷ ରାଜସ୍ଥାନ

ସିବିଏସ୍ଇ ପାଠ୍ୟକ୍ରମରୁ ବାଦ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ

ନୂଆଦିଲ୍ଲୀ: ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ। ମୋଗଲ କୋର୍ଟ ଓ ଫୈଜିଙ୍କ କବିତା ମଧ୍ୟ ପାଠ୍ୟକ୍ରମରୁ ବାଦ ପଡ଼ିଲା। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ ଯୁକ୍ତିଯୁକ୍ତ ସୁପାରିଶ ଉପରେ ଏହି ପରିବର୍ତ୍ତନ ହୋଇଛି।

ଜଣେ ଆତଙ୍କବାଦୀ ନିହତ, ୩ ଗିରଫ

ଜମ୍ମୁ: ଆତଙ୍କବାଦୀ ନିପାତ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀମାନେ ଜଣେ ଆତଙ୍କବାଦୀକୁ ନିହତ କରଥିବା ବେଳେ ୩ ଜଣ ଆତଙ୍କବାଦିଙ୍କୁ କାବୁ କରିଛନ୍ତି। ଦକ୍ଷିଣ କାଶ୍ମୀରିର କୁଲଗାମ ଜିଲ୍ଲାରେ ଏହି ଘଟଣା ଘଟିଛି। ଶନିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ

ନବନିର୍ବାଚିତ ପଞ୍ଚାୟତସ୍ତରୀୟ ପ୍ରତିନିଧିମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରେ ଓଡ଼ିଶା ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳର ଫୁଲବାଣୀ ଶାଖା ତରଫରୁ ବ୍ଲକର ନବ ନିର୍ବାଚିତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଚିକିଟି କଲେଜରେ ଛାତ୍ରୀ ଆତ୍ମସୁରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଚିକିଟି : ଚିକିଟି ମହାବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷାବିଭାଗ ର ନିର୍ଦ୍ଦେଶ କ୍ରମେ ଯୁକ୍ତଦୁଇ ଛାତ୍ରୀଙ୍କୁ ନେଇ ଆଠ ଦିନ ବ୍ୟାପି ଚାଲିଥିବା ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଭବାନୀ ପ୍ରସାଦ ପଣ୍ଡା ଙ୍କ

ଘରର ଝରକା ଭାଙ୍ଗି ସୁନା, ଓ ଟଙ୍କା ଚୋରି

ଦାରିଙ୍ଗବାଡ଼ି,୨୩/୪ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମର ପ୍ରଭାକର ଦିଗାଲଙ୍କ ଘରେ ପଶି ସୁନା ଓ ଟଙ୍କା ଚୋରି କଲେ ଦୁର୍ବୁତ୍ତ । ଅଭିଯୋଗ ପ୍ରକାରେ, ପ୍ରଭାକର ଦିଗାଲ ନିଜ ପରିବାର ସହ ଗତ ୨ ତାରିଖ ଦିନ ସୁନାବେଡାରେ ରହୁଥିବା ପୁଅ ଘରକୁ ବୁଲିବାକୁ ଯାଇଥିଲେ ।