ବାରିପଦାରେ ତାଣ୍ଡବ ରଚିଲା କାଳବୈଶାଖୀ: ୨ ମୃତ, ୩ ଆହତ

ମୟୁରଭଞ୍ଜ: ବାରିପଦାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ପବନରେ ଦୁଇ ମୃତ ଓ ୩ ଆହତ । ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ପ୍ରାୟ ୮ଟା ବେଳେ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଥିଲା । ରାତି ୧୦ଟା…

ଶ୍ରୀଜିଉଙ୍କୁ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ପୁରୀ: ଶ୍ରୀଜିଉଙ୍କ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ । ସପତ୍ନୀକ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଉପେନ୍ଦ୍ର ଦ୍ବିବେଦୀ । ସକାଳ ୭ଟାରେ ସିଂହଦ୍ବାରରେ ପହଞ୍ଚିବା ପରେ ସେବାୟତ ଓ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ମହାପ୍ରଭୁଙ୍କ ପତାକା ଦିଆଯାଇଥିଲା ।…

ଓଲଟିଲା ଟୁରିଷ୍ଟ ବସ୍: ୫ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

ଦଶପଲ୍ଲା: ଓଲଟିଲା ଟୁରିଷ୍ଟ ବସ୍ । ୫ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପୀଠାଖାଇ ଘାଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତାହତ ବ୍ରହ୍ମପୁର ଅଞ୍ଚଳର। ବସଟି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁରରୁ ବୌଦ୍ଧ ଅଭିମୁଖେ ଯାଉଥିଲା ।…

ଗ୍ରାମେ ଗ୍ରାମେ ପ୍ରବେଶ ଉତ୍ସବର ଉତ୍ସାହ – ଶିଶୁ ବାଟିକା ପାଇଁ ଘରେ ଘରେ ନିମନ୍ତ୍ରଣ…

ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଅଭିଭାବକ ଓ ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି ନୟାଗଡ଼(ନିସର୍ତ୍ତ) : ଆସନ୍ତା ୨୦୨୬–୨୭ ଶିକ୍ଷା ବର୍ଷର ପ୍ରବେଶ ଉତ୍ସବକୁ ଆଗରୁ ରଖି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଶିକ୍ଷା ପ୍ରଚାର ଜୋରଦାର ଭାବେ ଆରମ୍ଭ ହୋଇଛି। ସରକାରୀ ବିଦ୍ୟାଳୟରେ…

ଗ୍ୟାସ ସିଲିଣ୍ଡର ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ, ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ଅବରୋଧ

ନୟାଗଡ଼,୨୭/୦୩(ନିସର୍ତ୍ତ): ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଖୋର୍ଦ୍ଧା, ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ଏଥି ସହିତ ଅଟକି ରହିଥିଲା ଶହ ଶହ ଗାଡ଼ି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିନୋଦପଡ଼ା…

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ ପାଳିତ

ବାଲିଗୁଡା : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଟାଉନ ର ଶ୍ରୀ ଶ୍ରୀ ହନୁମାନ ମନ୍ଦିର, ପାଟଖଣ୍ଡା ମନ୍ଦିର ପରିସର…

ଶ୍ରୀରାମ ନବମୀ ଉପଲକ୍ଷେ ବିଶାଳ ବାଇକ୍ ଶୋଭଯାତ୍ରା ଆୟୋଜିତ

ନୟାଗଡ଼ (ନିସର୍ତ୍ତ ) : ପବିତ୍ର ଶ୍ରୀରାମ ନବମୀ ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ବିରାଜିତ ପ୍ରଭୁ ଶ୍ରୀରଘୁନାଥଙ୍କ ପୀଠରେ ଶ୍ରୀରାମ ନବମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏନେଇ ରାଜସୁନାଖଳାର ଗୋପୀନାଥପୁର ସାହି ଏବଂ ନୃସିଂହପୁର ଟାଙ୍ଗି ସାହିର ଶ୍ରୀରଘୁନାଥଙ୍କ…

ବ୍ରହ୍ମପୁରରେ ‘ଅଭିନୟ ଜଗତ’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ: ବହୁ କଳାକାର ସମ୍ବର୍ଦ୍ଧିତ

ବ୍ରହ୍ମପୁର : ରେଶମ ସହର ବ୍ରହ୍ମପୁରଠାରେ ସଂସ୍କୃତିଧର୍ମୀ ପତ୍ରିକା ‘ଅଭିନୟ ଜଗତ’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳା ଓ ସଂସ୍କୃତିର ଏକ ନିଆରା ଝଲକ ଦେଖିବାକୁ ମିଳିଥିଲା।…

ଲାଞ୍ଜିପଲ୍ଲୀ ବରିଷ୍ଠ ନାଗରିକ ମଂଚରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ

ବ୍ରହ୍ମପୁର : ଲାଞ୍ଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ଚଣ୍ଡି ମନ୍ଦିର ନିକଟସ୍ଥ ଦିବ୍ୟ ଜୀବନ ସଂଘ ପରିସରରେ ମର୍ଯ୍ଯାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ନୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମଂଚ ସଭାପତି ଶ୍ରୀ ବିଶ୍ବନାଥ…

ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ବିବାହିତ ପୁରୁଷଙ୍କ ଲିଭ୍-ଇନ୍ ସମ୍ପର୍କ ଅପରାଧ ନୁହେଁ । ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ଶୁଣାଣି କରି କହିଛନ୍ତି ଯେ, ଯଦି ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ଯୁବତୀଙ୍କ ସହ ସହମତିରେ ‘ଲିଭ୍-ଇନ୍’ ସମ୍ପର୍କରେ ରହୁଛନ୍ତି, ତେବେ କୌଣସି ଅପରାଧ ନୁହେଁ। କୋର୍ଟ କହିଛନ୍ତି ଯେ…