ବସ୍-ଟ୍ରକ୍ ମୁହାଁମୁହିଁ ; ୪ମୃତ, ୧୧ ଆହତ

ଉତ୍ତରପ୍ରଦେଶ : ପୁଣି ଉତ୍ତରପ୍ରଦେଶ ବସ୍ତିର ନ୍ୟାସନାଲ ହାଇୱେ-୨୮ ରେ ବଡ଼ ଦୁର୍ଘଟଣା ଘଟିଛି । ଏପରି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି । ଯେଉଁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୧ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀବାହୀ ବସ୍ ଓ ଟ୍ରକର

ପହଲଗାମ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଧରାଇଲେ ମିଳିବ ୧୦ ଲକ୍ଷ ଟଙ୍କା: NIA

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ଖୁଲାସା କରୁଛି ଏନଆଇଏ । ବର୍ତ୍ତମାନ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ପରିଚୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ସୂଚନାନୁଯାୟୀ,

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ପରେ ଜଳିଗଲା ଗାଡ଼ି; ଚାଲିଗଲା ୪ ଜୀବନ, ୧୦୦ରୁ ଉର୍ଦ୍ଧ୍ବ ଆହତ

ଉତ୍ତରପ୍ରଦେଶ : ଘନ କୁହୁଡ଼ି ଯୋଗୁଁ ଉତ୍ତରପ୍ରଦେଶ ମଥୁରାର ଏକ୍ସପ୍ରେସୱେରେ ୭ଟି ବସ୍ ଏବଂ ୩ ଟି କାର୍ ଧକ୍କା ହୋଇଛି । ଦୁର୍ଘଟଣା ହେବା ପରେ ବସ୍ ଏବଂ କାରଗୁଡିକରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦୦ରୁ ଅଧିକ ଲୋକ ଏଥିରେ ଆହତ

ଘନ କୁହୁଡ଼ି : ଦିଲ୍ଲୀରେ ୨୨୮ ବିମାନ ବାତିଲ, ଅନଲାଇନରେ ପାଠ ପଢିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ବାୟୁ ଗୁଣବତ୍ତାମାନ ବିପଦଜନକ ସ୍ଥିତିରେ ପହଞ୍ଚିବା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଅନଲାଇନରେ ହେବ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା । ସ୍ବାସ୍ଥ୍ୟଗତ କାରଣକୁ ଦୃଷ୍ଟିରେ ରଖି ସ୍କୁଲକୁ ଛୋଟ

ନବବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଉଚ୍ଚସ୍ତରୀୟ ବୈଠକ

ପୁରୀ: ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି। ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ ଓ ସୁପରିଚାଳନା ଉପରେ ମଙ୍ଗଳବାର

ଲଘୁ ଖଣିଜ ଚାଲାଣ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଡିଜିପି

ରାଜ୍ୟରେ ଚୋରା ବାଲି, ମୋରମ, ମାଙ୍କଡା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ଓଡିଶା ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ ଗୋ ଚାଲାଣ ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ପୁଲିସ ତରଫରୁ

ଦେଶର ଫାର୍ମା ହବ୍ ହେବ ଓଡ଼ିଶା : ପୁଞ୍ଜି ନିବେଶ ହେବ ୬୨୬୩ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର : ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଓଡ଼ିଶା ଫାର୍ମା ସମ୍ମିଳନୀରେ ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି -୨୦୨୫ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମ୍ମିଳନୀରେ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ

ଆଶ୍ରମ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରଙ୍କୁ ବୀଭତ୍ସ ହତ୍ୟା !

ସୁବର୍ଣ୍ଣପୁର: ଯୁକ୍ତ ୨ ଛାତ୍ରଙ୍କୁ ହତ୍ୟା। ପିଟି ପିଟି ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ। ସୁବର୍ଣ୍ଣପୁରର ତରଭା ଆଶ୍ରମ ବିଦ୍ୟାଳୟରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଚାରଭଟା ଡାକ୍ତରଖାନାରେ ଛାତ୍ରଙ୍କ ମୃତଦେହ

କୋଟିଏ ଟଙ୍କାର ଠକେଇ; ଦମ୍ପତି ଗିରଫ

ଭୁବନେଶ୍ୱର : ବନ୍ଧା ହେଲେ ବଣ୍ଟି ଅର୍ ବବଲି ।  କୋଟିଏ ଟଙ୍କା ଠକେଇ କରି ଠକ ଦମ୍ପତି ଗିରଫ ।  MCL ର ପୁର୍ବତନ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ତାଙ୍କ ପତ୍ନୀ ଗିରଫ ।  ଚନ୍ଦ୍ରଶେଖର ସାହୁ ଓ ଝରଣା ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ସେୟାର ଟ୍ରେଡିଂ ଆଳରେ କମ୍ପାନି ଖୋଲି

ସରକାରୀ ଅର୍ଥ ହଡ଼ପ; ପଟ୍ଟାମୁଣ୍ଡାଇ କନିଷ୍ଠ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ) ରତ୍ନେଶ କୁମାର ପାଣ୍ଡେଙ୍କୁ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ମଙ୍ଗଳବାର ଦିନ ଓଡିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ୨୦୨୩-୨୪ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍