ଏଥର ଗୋଟିଏ ପର୍ଯ୍ୟାୟରେ ହେବ ନିଟ୍‌ ପିଜି-୨୦୨୬ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ପିଜି-୨୦୨୬ ପରୀକ୍ଷାକୁ ସ୍ବଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ ୩୦ ତାରିଖ ରବିବାର ସକାଳ ୯ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ

କାବେରୀ ଜଳ ବିବାଦ: ଫସଲକୁ ବଞ୍ଚାଇବା ପାଇଁ ବାଲିରେ ନିଜକୁ ପୋତି ପ୍ରତିବାଦ କଲେ ଚାଷୀ

ଚେନ୍ନାଇ: ତାମିଲନାଡୁର ତ୍ରିଚିର ଚାଷୀମାନେ କୃଷି ପାଇଁ ପାଣି ଦାବି କରି କାବେରୀ ନଦୀର ବାଲିରେ ନିଜକୁ ପୋତି ଦେଇ ଏକ ନିଆରା ପ୍ରତିବାଦ କରିଛନ୍ତି। ମେଟୁର ଡ୍ୟାମ୍ ଖୋଲିବାରେ ବିଳମ୍ବ ଏବଂ କୁରୁଭଇ ଧାନ ଚାଷକୁ ପ୍ରଭାବିତ କରୁଥିବା ଜଳ ଅଭାବ ଯୋଗୁଁ ଏହି ପ୍ରତିବାଦ ଆରମ୍ଭ ହୋଇଛି।

ବେଆଇନ ନିଶା କାରବାର: ୪୫୩ ଇଞ୍ଜେକ୍ସନ୍ ଜବତ, ୪ ଗିରଫ

କୋରାପୁଟ : କୋରାପୁଟରେ ନିଶା ରାକେଟ୍ ର ନୂଆ ଠିକଣା। ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଜଣ ଗିରଫ। ସେମିଳିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ ବେଆଇନ ଭାବେ ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିଥିଲା ପୋଲିସ।

ଆସୁଛନ୍ତି ରାଷ୍ଟ୍ରପତି, ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ

ଭୁବନେଶ୍ୱର :ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ। ଏୟାରପୋର୍ଟଠାରୁ ଆରମ୍ଭ ହୋଇଛି କାରକେଡ୍ ରିହର୍ସାଲ୍। ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଭୁବନେଶ୍ୱର ଓ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏୟାରପୋର୍ଟରୁ ରେଳ

୭,୪୩୬.୨୨ କୋଟିର ପ୍ୟାକେଜ୍ କୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର : ୭ ହଜାର ୪୩୬ କୋଟି ୨୨ ଲକ୍ଷର ଯୋଜନାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ । ଜନଜାତି, ଚାଷୀ, ସିଚାଇ, ଆବାସ ଓ ସହର ବିକାଶକୁ ପ୍ରାଥମିକତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଜନଜାତି କଲ୍ୟାଣ, ସିଚାଇ

ବ୍ରାହ୍ମଣୀରେ ଭାସିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର, ଜଣେ ନିଖୋଜ

ତାଳଚେର  : ଭାସିଗଲେ ଦୁଇ ସାଙ୍ଗ ।  ଜଣେ ଉଦ୍ଧାର, ଜଣେ ନିଖୋଜ । ତାଳଚେର ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ଭାସିଗଲେ ଦୁଇ ସାଙ୍ଗ ।  ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ଏବେବି ନିଖୋଜ ଅଛନ୍ତି । ତାଳଚେର କାକୁଡି ଗାଧୁଆ ତୁଠ କୁ ତାଳଚେର ଟାଉନର କିଛି ଯୁବକ

ଧବଳେଶ୍ୱରଙ୍କ ପୀଠରେ କିପରି ହେବ ଜଳଲାଗି, ବନ୍ୟା ପାଇଁ ମହାନଦୀରେ କଟକଣା

ଆଠଗଡ଼ : ଦ୍ୱନ୍ଦରେ କାଉଡିଆ, ଶ୍ରଦ୍ଧାଳୁ, ପୂଜକ । ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ବାବା ଧବଳେଶ୍ବରଙ୍କ ପୀଠରେ ଜଳଲାଗି କରିବେ ହଜାର ହଜାର ଶ୍ରଦ୍ଧାଳୁ । ହେଲେ ମହାନଦୀରେ ବନ୍ୟା ସ୍ଥିତିକୁ ନେଇ

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ବ୍ରହ୍ମପୁର : ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଆଜି ବ୍ରହ୍ମପୁରସ୍ଥିତ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସୁରକ୍ଷା ବ୍ୟବସ୍ଥାର ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର

ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ : ଜାରି ହେଲା ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି

୪ ଓ ୫ ଅଗଷ୍ଟରେ ବିଭିନ୍ନ ରୁଟ୍‌ରେ କଟକଣା, ସହଯୋଗ କରିବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳଙ୍କ ଅନୁରୋଧ ବ୍ରହ୍ମପୁର : ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଓ ୫ ଅଗଷ୍ଟ ଦୁଇ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରି ଜାରି

ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ

ଆମ୍ବଗଡ଼ : ଗତ ଅଗଷ୍ଟ ୧ ତାରିଖ ଶନିବାର ଦିନ ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଦ୍ୱିତୀୟ ମାସିକ କ୍ଲଷ୍ଟର ବୈଠକ (MCM) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆମ୍ବଗଡ଼ ସମବାୟ ସମିତିର ସଭାପତି तथा ଯୁବ ଶିକ୍ଷାବିତ୍ କାହ୍ନୁ ଚରଣ ପାତ୍ର