ରିଓ ଡୋ ଜେନେରିଓରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ପୋଲିସର ବଡ଼ ଅଭିଯାନ, ୬୪ ମୃତ

ବ୍ରାଜିଲ : ବ୍ରାଜିଲ ରାଜଧାନୀ ରିଓ ଡୋ ଜେନେରିଓରେ ପୋଲିସର ବଡ଼ ଅଭିଯାନ । ଏଠାରେ ଅପରାଧୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ ଅଭିଯାନରେ ଚାରି ଜଣ ପୋଲିସ ଅଧିକାରୀ ଓ ପ୍ରାୟ ୬୪ ଜଣ ଲୋକ ପ୍ରାଣ ହରାଇଛନ୍ତି । ବ୍ରାଜିଲର ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଅଭିଯାନ ଆରମ୍ଭ କରିଛି ।

ଚିକିତ୍ସାରେ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ବାଲେଶ୍ଵର: ଶିଶୁ ମୃତ୍ୟୁ ଅଭିଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳା ପାଇଁ ଜଣେ ୩ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଶିଶୁ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଜମାଳପୁର ଅଞ୍ଚଳର ଶମ୍ଭୁନାଥ ରାଉଳଙ୍କ ତିନିମାସର ଶିଶୁ

ଟିପିଏସ୍ଓଡିଏଲର ଦୃଢ଼ ପ୍ରସ୍ତୁତି; ବାତ୍ୟା ମୋନ୍ଥାର ସଫଳ ମୁକାବିଲା

ଅତ୍ୟନ୍ତ ଆବଶ୍ୟକ ଭିତ୍ତିଭୂମିରେ ୧୦୦% ବିଜୁଳି ଯୋଗାଣ ସ୍ୱାଭାବିକ ବାତ୍ୟା ପରେ ୯୮% ପୁନରୁଦ୍ଧାର କାର୍ଯ୍ୟ ଶେଷ ୧୮ ଘଣ୍ଟାରେ ରେକର୍ଡ଼ ଅଞ୍ଚଳରେ ପୁନରୁଦ୍ଧାର ବ୍ରହ୍ମପୁର : ବାତ୍ୟା ମୋନ୍ଥା ପ୍ରଭାବରେ ସମଗ୍ର ଦକ୍ଷିଣ ଓଡ଼ିଶାରେ ପବନ ଏବଂ ବର୍ଷା ଦେଖିବାକୁ ମିଳିଥିଲା। ଟିପି

ମାଟି ଅତଡା ଧସି ୨୦ଆଦିବାସୀ ଗ୍ରାମକୁ ଯାତାୟତ ଠପ୍

ପାତ୍ରପୁର: ସାମୁଦ୍ରିକ ଝଡ ମନ୍ଥା ପ୍ରଭାବରେ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ୍ ରେ ଜିଲ୍ଲାର ସର୍ବାଧିକ ବୃଷ୍ଟି ରେକଡ୍ ହୋଇଛି। ବର୍ଷା ଫଳରେ ଦୁର୍ଗମ ପାହାଡ ଅଞ୍ଚଳରେ ଆଦିବାସୀ କରିଥିବା ବିଭିନ୍ନ ଫସଲ ମାଟିରେ ଅତଡାରେ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି। ଗତକାଲି ରାତିରେ ପ୍ରବଳ ବର୍ଷା ଫଳରେ

ରାଜଭବନ ସଚିବାଳୟ କାର୍ଯ୍ୟର ସମୀକ୍ଷା କଲେ ରାଜ୍ୟପାଳ

ଭୁବନେଶ୍ବର: ରାଜଭବନ ସଚିବାଳୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି। ଏ ନେଇ ରାଜଭବନ ମିନି କନଫରେନ୍ସ ହଲ​‌ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସେକ୍ସନର ପ୍ରଦର୍ଶନର ମୂଲ୍ୟାଙ୍କନ କରିଥିଲେ। ବିଶେଷ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଏସଟି ଅଧିକାରୀ

ଟିଟିଲାଗଡ଼:  ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଟିଟିଲାଗଡ଼ ସି.ଟି. ଏଣ୍ଡ ଜି.ଏସ.ଟି. ଅଧିକାରୀ ଉମାକାନ୍ତ ମହାକୁର । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ ମହାକୁର । ରମେଶଙ୍କୁ ୨୩

ମହୁମାଛି ଆକ୍ରମଣରେ ଛେଳି ଚରାଳି ମୃତ

ଚମ୍ପୁଆ : ମହୁମାଛି ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ରାମଚନ୍ଦ୍ରପୁରର ନିରାଶ ମୁଣ୍ଡା ବୋଲି ଜଣାପଡିଛି। ଦୁଇ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି

କାଚ ଭାଙ୍ଗି କାରରୁ ୨୦ ଲକ୍ଷ ଟଙ୍କା ଲୁଟ୍

ବରଗଡ : ବରଗଡ ଗାନ୍ଧୀ ଛକରେ ଅଭାବନୀୟ ଘଟଣା ଘଟିଛି। କାର୍‌ କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ହୋଟେଲରେ ଖାଇବା ସମୟରେ କିଛି ଦୁର୍ବୁତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କିଛି ଯୁବକ ଗାନ୍ଧୀ ଛକରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ବରଗଡ ଏସ୍‌ବିଆଇରୁ ୧୫ ଲକ୍ଷ ଏବଂ

ବାତ୍ୟା ‘ମୋନ୍ଥା’ର ପ୍ରଭାବ: ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି

ଭୁବନେଶ୍ଵର: ବାତ୍ୟା ମନ୍ଥା ପାଇଁ ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅକ୍ଟୋବର ୨୮ରେ ୨୦୨୬ର ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣର ଶେଷ ତାରିଖ ଥିଲା। ହେଲେ ବାତ୍ୟା ମନ୍ଥା ପ୍ରଭାବ ପାଇଁ ଅନେକ କଲେଜର ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିନାହାନ୍ତି। ଏ ନେଇ କଲେଜ

ବାତ୍ୟାରେ ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ, କ୍ଷୟକ୍ଷତି ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର : ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ। କାଲିଠାରୁ କ୍ଷୟକ୍ଷତି ନେଇ ରିପୋର୍ଟ ସଂଗ୍ରହ କରିବେ ଜିଲ୍ଲାପାଳ। ଫସଲର କ୍ଷୟକ୍ଷତି ନେଇ ତଥ୍ୟ ସଂଗ୍ରହ କରିବେ ଅଧିକାରୀ । ସଠିକ ଆକଳନ କରି ୭୨ ଘଣ୍ଟାରେ ରିପୋର୍ଟ ଦେବେ ଜିଲ୍ଲାପ୍ରଶାସନ । ଏନେଇ ସୂଚନା