Browsing Category

ଓଡିଶା

ବୈକୁଣ୍ଠ ଧାମ ଆଶ୍ରମ ଉପରେ ଚାଲିଲା ବୁଲ୍‌ଡୋଜର୍

ଭୁବନେଶ୍ବର: ମାଟିରେ ମିଶିଲା ବୈକୁଣ୍ଠ ଧାମ ଆଶ୍ରମ । ବିଡିଏ ପକ୍ଷରୁ ନିର୍ଦ୍ଧାରିତ ସମୟ ୧୨ଟାରେ ଆଶ୍ରମ ଉପରେ ଚାଲିଲା ବୁଲ୍‌ଡୋଜର୍ । କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ତଦନ୍ତ ପରେ ଏହା ସରକାରୀ ଜମିରେ ଥିବା ଜଣାପଡିଥିଲା । ତେବେ ଗତକାଲି ଆଶ୍ରମ

ହାଇ ପ୍ରୋଫାଇଲ ଠକ ହଂସିତା ଓ ଅନୀଲ ଠକେଇ ମାମଲା, ହଂସିତାଙ୍କୁ କୋର୍ଟରେ ହାଜର କଲା ଇଡି

ଭୁବନେଶ୍ବର : ହାଇପ୍ରୋଫାଇଲ ଠକ ହଂସିତା ଓ ଅନୀଲ ଠକେଇ ମାମଲା । ହଂସିତାଙ୍କୁ କୋର୍ଟରେ ହାଜର କଲା ଇଡି । ହାଜର ପରେ ରିମାଣ୍ଡ ଆବେଦନ କଲା ଆୟକର ବିଭାଗ । ହଂସିତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କଲା ପୋଲିସ । ପାସପୋର୍ଟରେ ଭୁଲ୍ ତଥ୍ୟ ଦେଇଥିବା

ଟ୍ରାଇସିଟିରେ ସାମିଲ ହେବ ପୁରୀ, ବେଆଇନ ନିର୍ମାଣକାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ପୁରୀ: ରାଜ୍ୟ ସରକାରଙ୍କ ଟ୍ରାଇସିଟି ଯୋଜନାରେ ସାମିଲ ହେବ ପୁରୀ ସହର। ରାଜ୍ୟର ଦୁଇ ପ୍ରମୁଖ ମହାନଗର ନିଗମ ଭୁବନେଶ୍ବର ଓ କଟକ ସହ ଯୋଡ଼ିହେବ ଐତିହ୍ୟ ସହର ପୁରୀ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ପୁରୀ ସହରରେ ବେଆଇନ୍

ହାଇକୋର୍ଟରେ ଭିସୁଟ୍ ଛାତ୍ରୀଙ୍କ ମୃତ୍ୟୁ ମାମଲା, ଏସପିଙ୍କ ତତ୍ତ୍ବାବଧାନରେ ଯଥାଶୀଘ୍ର ତଦନ୍ତ ‌ସଂପୂର୍ଣ୍ଣ କରିବାକୁ…

କଟକ: ୨୦୨୩ରେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହି ଘଟଣାର ଯଥା ଶୀଘ୍ର ତଦନ୍ତ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିନ୍ମୟୀଙ୍କ ମୃତ୍ୟୁ ଘଟଣାର ସିବିଆଇ ବା କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ

ଗଞ୍ଜାମରେ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଛତ୍ରପୁର: ଅଦିନିଆ ବର୍ଷାରେ ରାଜ୍ୟରେ ସବୁଠୁ ଅଧିକ ଫସଲ କ୍ଷତି ଗଞ୍ଜାମ ଜିଲ୍ଲାରେ ହୋଇଛି। ଏନେଇ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଫସଲ କ୍ଷତି ବାବଦକୁ ନେଇ କରିଛନ୍ତି ସମୀକ୍ଷା।

ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍

ସମ୍ବଲପୁର: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆଇଟି ରେଡ୍। ସକାଳୁ ସକାଳୁ ତାଙ୍କ ଘରେ ପଶିଛି ଆୟକର ବିଭାଗ। ସୁପର୍‌କ୍ଲାସ ଠିକାଦାର ବ୍ରଜ କିଶୋର ଦାସଙ୍କ ଘରେ ଆଇଟି ଚଢଉ କରିଥିବା ସୂଚନା ମିଳିଛି। ଭୁବନେଶ୍ବର ଓ ଛତିଶଗଡ଼ ଆୟକର ଟିମ୍‌ର ମିଳିତ ଚଢ଼ାଉ ଜାରି ରହିଛି।

ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ଯୋଜନା, ଅଧିକାରୀ ଓ କର୍ମଚାରୀ ଦାଖଲ କରିବେ ନିଜର ସମ୍ପତ୍ତି ତାଲିକା

ପୁରୀ : ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ କାର୍ଯ୍ୟାବଳୀ । ଡ୍ଯୁଟି ସମୟରେ ଶ୍ରୀମନ୍ଦିର ପ୍ରଶାସନରେ କୌଣସି ଅଧିକାରୀ ତଥା କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ

ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଘନ କୁହୁଡ଼ି ପାଇଁ ଆଜି ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଘନକୁହୁଡ଼ି ଅନୁଭୂତ ହେବ। ୧୦ ଡିଗ୍ରୀ ତଳକୁ ଖସିପାରେ ରାତି ତାପମାତ୍ରା। କଳାହାଣ୍ଡି, କନ୍ଧମାଳ ଓ ଭଦ୍ରକରେ ଘନ କୁହୁଡ଼ି ସମ୍ଭାବନା ରହିଥିବାରୁ

ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି।ଏକାଧିକ

ଶିମିଳିପାଳ ଜଗିବ ପୁଲିସ

ବାରିପଦା: ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୁଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟୟରେ ମୁତୟନ ହେବେ ଏକ ପ୍ଲାଟୁନ ପୁଲିସ ଫୋର୍ସ। ଜଏଣ୍ଟ ଟାସ୍କ ଫୋର୍ସ ସହ ମିଶି ପାଟ୍ରୋଲିଂ ଓ ଚଢ଼ାଉ କରିବେ ବୋଲି ମୟୂରଭଞ୍ଜ ଏସପି ସୂଚନା ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି