Browsing Category

ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ : ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ଜିଲ୍ଲାର ଚାରିଜଣ…

କନ୍ୟା ଶିଶୁଙ୍କ ସୁରକ୍ଷା, ନିରାପତ୍ତା, ଜୀବନ କୌଶଳ ବିକାଶ ଓ ଆତ୍ମରକ୍ଷା ସମ୍ବନ୍ଧୀୟ ଆଲୋଚନା ଛତ୍ରପୁର : ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ରିକାପାଲି ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଗଞ୍ଜାମ ବିଜୟଲକ୍ଷ୍ମୀ ବେହେରାଙ୍କ ଅଧ୍ୟକ୍ଷତାରେ…

ବ୍ଲକ୍ କଲୋନୀ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ

ବାଲିଗୁଡା, ତା, ୨୧/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବ୍ଲକ୍ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ବୈଜ୍ଞାନିକ ପଦ୍ଧତିରେ କାଜୁ ଚାଷ କରି ବାହାଡ଼ାଝୋଲାର ବିରଞ୍ଚି ନାରାୟଣ ବେହେରା କୃଷି ମନ୍ତ୍ରୀଙ୍କ ଦ୍ୱାରା…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ନିକଟସ୍ଥ ବଧୁଲିପୁର ଗ୍ରାମର ବିରଞ୍ଚି ନାରାୟଣ ବେହେରା ସର୍ବ ଭାରତୀୟ କାଜୁ ଗବେଷଣା ପ୍ରକଳ୍ପ ସହିତ ଜଡିତ ରହି କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳକୁ ଆପଣାଇ ବୈଜ୍ଞାନିକ ପଦ୍ଧତିରେ କାଜୁ ଚାଷ କରି ସଫଳତା ହାସଲ କରିଥିବା ସହିତ…

ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା : ଜନ ଜୀବନ ଅସ୍ତ ବ୍ୟସ୍ତ…

ବାଲିଗୁଡା, ତା. ୨୦/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା ହେବା ଫଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି l ଘନ ମେଘ ଆକାଶକୁ ଆଛାଦିତ କରିଦେବା ସହ ଘଡଘଡିର ଶବ୍ଦରେ କିଛି ସମୟ…

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବଙ୍କ ସମୀକ୍ଷା

କୋରାପୁଟ : ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବ ପ୍ରେମଚନ୍ଦ୍ର ଚୌଧୁରୀ ଦୁଇ ଦିନିଆ ଗସ୍ତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। କୋରାପୁଟ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ବିଭିନ୍ନ…

ବିଶ୍ୱ ଘର ଚଟିଆ ଦିବସ ପାଳିତ…

ବ୍ରହ୍ମପୁର :୨୦/୦୩/୨୬ ରିଖ ଶୁକ୍ରବାର, ମାର୍ଚ୍ଚ ମାସ କୋଡିଏ ତାରିଖ ବିଶ୍ୱ ଘର ଚଟିଆ ଦିବସ ଭାବେ ପାଳନ କରାଯାଉଛି l ଘର ଚଟିଆ ବଂଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ବର୍ଷ ବ୍ୟାପି ଅହରହ ଉଦ୍ୟମ ଚଳାଇଛନ୍ତି l ଗଞ୍ଜାମ ଜିଲ୍ଲା ଗୁଣ୍ଠବନ୍ଧ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ଦୀର୍ଘ ତେର…

ବାଲିଗୁଡାରେ ଗ୍ୟାସ୍‌ ସମସ୍ୟା: ଅଧିକାଂଶ ଫାଷ୍ଟଫୁଡ୍‌-ହୋଟେଲ, ଚା ‘ ଦୋକାନ ବନ୍ଦ, ଖାଉଟି ଅସନ୍ତୁଷ୍ଟ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି । ଲୋକଙ୍କୁ ମିଳୁନି ଗ୍ୟାସ୍‌। ଫଳରେ ଖାଉଟି ତଥା ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଏଥିସହ ଗ୍ୟାସ କଳାବଜାର ହେଉଥିବା ମଧ୍ୟ ଅଭିଯୋଗ ହୋଇଛି।…

ମାର୍ଚ୍ଚ ୩୧ ସୁଦ୍ଧା ସମଗ୍ର କନ୍ଧମାଳ ହେବ ମାଓମୁକ୍ତ : ସମଗ୍ର ଜଙ୍ଗଲ ରେ ଚାଲିଛି ମାଓ ଅପରେସନ: ୱାଇ.ବି. ଖୁରାନିଆ

କନ୍ଧମାଳ : ରାୟଗଡ଼ା-କଳାହାଣ୍ଡି-କନ୍ଧମାଳ ଜଙ୍ଗଲ ସୀମାନ୍ତିରେ ମାଓ ନେତା ଶୁକ୍ରୁକୁ ଘେରି ରହିଛି ସୁରକ୍ଷା ବାହିନୀ । ଚାଲିଛି ଜୋରଦାର୍ ଅପରେସନ । ଆସନ୍ତା ୩୧ ତାରିଖ ସୁଦ୍ଧା ଓଡିଶାରୁ ନିପାତ ହେବେ ମାଓବାଦୀ । ହାର୍ଡକୋର୍ ଶୁକ୍ରୁ ଠାରେ ହିଁ ଶେଷ ହେବ ମାଓ ଅପରେସନ । ମାଓ ଅପରେସନ ଏବେ…

ମହିଳା ଆୟୋଗ ଦ୍ବାରା ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ !

କୋରାପୁଟ : ମହିଳାଙ୍କ ବିରୁଦ୍ଧରେ ଘରୋଇ ହିଂସା, ନିର୍ଯ୍ୟାତନା, ଯୌତୁକ ନିର୍ଯ୍ୟାତନା, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯ୍ୟାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ, ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ, ଇତ୍ୟାଦି ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ…

ଋଷିମାଳ ପର୍ବତରେ ପ୍ରକୃତି ଶିବିରର ଆୟୋଜନ

ବାଲିଗୁଡା, ତା, ୨୦/୦୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛତ୍ରଛାତ୍ରୀ ମାନଙ୍କୁ ନେଇ ତମାଙ୍ଗି ଗ୍ରାମ ନିକଟସ୍ଥ ଋଷିମାଳ ପର୍ବତରେ ଶିକ୍ଷାନୁଷ୍ଠାନ ତରଫରୁ ଏକ ପ୍ରକୃତି ଶିବିରର ଆୟୋଜନ ହୋଇଯାଇଥିଲା। ଜଙ୍ଗଲ,…