Browsing Category

ଆଞ୍ଚଳିକ

ଗହଙ୍ଗୁ ଓମ୍ ଶାନ୍ତି ଭବନରେ ରକ୍ତଦାନ ଶିବିର : ମାନବସେବାର ମହତ୍ ଉଦ୍ଦେଶ୍ୟରେ ୧୬ ୟୁନିଟ୍ ରକ୍ତ ସଂଗ୍ରହ

ଆସିକା : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଗହଙ୍ଗୁ ଉପସେବା କେନ୍ଦ୍ର ‘ଓମ୍ ଶାନ୍ତି ଭବନ’ ପରିସରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରୁ ସର୍ବମୋଟ ୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଆସ୍କା ଶାନ୍ତି ଶକ୍ତି ଭବନ

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ

ବାଲିଗୁଡ଼ା, ତା, ୨୨/୦୮: କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବ୍ରାଉନ୍ ସୁଗାର କାରବାରର ମୁଖ୍ୟ କିଙ୍ଗ ପିନ ବାଲିଗୁଡ଼ା କଟାରୀ ସାହିର ରାଧେଶ୍ୟାମ କାର୍ଜି (୨୭) କୁ ୫୯ ନଂ. ଜାତୀୟ ରାଜପଥ

ନୟାଗଡ଼କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ?

ନୟାଗଡ଼ : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷାଦାନ ସମୟ ନିର୍ଘଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରାକ୍ତନ ଛାତ୍ର ସଂଘ ସଭାପତି ତଥା ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର। ମହାବିଦ୍ୟାଳୟରେ ଶିକ୍ଷାଦାନ ସକାଳ ୭ଟାରୁ ଆରମ୍ଭ କରାଯାଇ ପୂର୍ବାହ୍ନରେ ପ୍ରାୟ ସମସ୍ତ କ୍ଲାସ୍ ଶେଷ

ଥାନା ଓ ଡାକ୍ତର ଖାନାରେ ଗୋଦି ମିଡ଼ିଆ ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରରେ ସଞ୍ଜ ନଇଁଲେ ଡାକ୍ତର ଖାନା ଠାରୁ ଆରମ୍ଭ କରି ଥାନା ଗୁଡିକରେ କିଏ ନିଜକୁ ସମାଜ ସେବୀ କିଏ ଗୋଦି ମିଡ଼ିଆ ର ପରିଚୟ ଦେଇ ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଯୋଗୁଁ ସରକାରୀ କର୍ମଚାରୀ ଅଣନିଶ୍ୱାସୀ ହୋଇଥିବା ଲକ୍ଷ କରାଯାଇଛି। ସନ୍ଧ୍ୟା

ଲୋକଲୋଚନରୁ ଆଢୁଆଳରେ ଏକ ଆଧ୍ୟାତ୍ମିକ ଶାନ୍ତିପୀଠ: ନୟାଗଡ଼ର ‘ବ୍ରଜ ପଲ୍ଲୀ’

ନୟାଗଡ଼(ନିସର୍ତ୍ତ) : ଆଧୁନିକତାର ଚାକଚକ୍ୟ ଏବଂ କୋଳାହଳପୂର୍ଣ୍ଣ ସହରୀ ଜୀବନଠାରୁ ବହୁ ଦୂରରେ, ପ୍ରକୃତିର ନିବିଡ଼ କୋଳରେ ଲୁଚି ରହିଛି ଏକ ଶାନ୍ତି ଏବଂ ଆଧ୍ୟାତ୍ମିକତାର ଅନନ୍ୟ ପୀଠ— 'ବ୍ରଜ ପଲ୍ଲୀ' । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକର ସୂର୍କାବାଡ଼ି ପଞ୍ଚାୟତ ଅଧୀନରେ ଥିବା

ଓଡ଼ଗାଁ ସହର ଉପକଣ୍ଠରେ ହାତୀପଲ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ଏନଏସି କଦଳୀବନ୍ଧ ୨୧ ନମ୍ବର ରାଜ୍ୟ ରାଜପଥ ଦକ୍ଷିଣ ପାର୍ଶ୍ଵରେ ଗୟଳ ସିଂ ପାହାଡ଼ ପାଦଦେଶରେ ୩ ହାତୀ ଛୁଆଙ୍କ ସହିତ ପ୍ରାୟ ୧୨ ରୁ ୧୫ ପଟ ହାତୀ ପଲଙ୍କ ଉପସ୍ଥିତି ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି।ଜାଭିୟର ସ୍କୁଲ

ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକ ଦିବସ ପାଳିତ

ନୟାଗଡ଼: ସମର୍ପଣ ବୃଦ୍ଧାଶ୍ରମରେ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କ୍ଲବ ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମର୍ପଣର କାର୍ଯ୍ୟକାରୀ ସଭାପତି ଅରୁଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସମର୍ପଣର ସମ୍ପାଦକ ଶ୍ରୀଧର ସାହୁ ବରିଷ୍ଠ

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

ବାଲିଗୁଡା, ତା, ୨୨/୦୮ : ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣର ସୁତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫୋଟ ଗ୍ରାଫି ଦିବସ

ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ଷଷ୍ଠ ବାର୍ଷିକ ସମାରୋହରେ ଯୋଗ ଦେଲେ ରାଜ୍ୟପାଳ

ଯୁବପିଢ଼ିଙ୍କ ଭବିଷ୍ୟତ ଗଢ଼ିବାରେ ପୂରାତନ ଛାତ୍ରଛାତ୍ରୀ ଭୂମିକା ବଢ଼ାଇବାକୁ ରାଜ୍ୟପାଳଙ୍କ ଆହ୍ୱାନ ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ, ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହନ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଶିଳ୍ପ-ଶିକ୍ଷାନୁଷ୍ଠାନ ସହ ସମନ୍ୱୟ ସୁଦୃଢ଼ କରି ଉତ୍କଳ

ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଡ଼ ଥାନା ପକ୍ଷରୁ ପାବୁରିଆ ହାଇସ୍କୁଲ ସଭାଗୃହ ପରିସରରେ ନିଶାମୁକ୍ତ ଓଡିଶା ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସାରଙ୍ଗଡ଼ ଥାନା ଅଧିକାରୀଣୀ ସ୍ମିତା ଜେନା ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି l