କ୍ୟାବିନେଟ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ବର: ଗାଁକୁ ପକ୍କା ସଡ଼କ, ନଦୀରେ ବ୍ରିଜ ! ଗ୍ରାମାଞ୍ଚଳ ଭିତ୍ତିଭୂମି ଓ ଯୋଗାଯୋଗ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟରେ ୨୭ ହଜାର କୋଟିରୁ ଅଧିକ ଟଙ୍କାର ମେଗା ପ୍ୟାକେଜ । ଗ୍ରାମୀଣ ଅଞ୍ଚଳରେ ରାସ୍ତାଘାଟ ଓ ପୋଲ ନିର୍ମାଣକୁ ବ୍ୟାପକ କରିବା ପାଇଁ ଓଡ଼ିଶା କ୍ୟାବିନେଟ୍ ଏକ

ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

କଟକ : ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ସାମ୍ବାଦିକତାର ଉତ୍ତୁଙ୍ଗ ପୁରୁଷ, ଦୈନିକ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମଙ୍ଗଳବାର କଟକ ସ୍ଥିତ ସହିଦ୍ ଭବନ ଠାରେ ଦୈନିକ ‘ସମାଜ’ ଓ ଲୋକସେବକ ମଣ୍ଡଳ

ଜମିରେ କାମ କରିବା ବେଳେ ବିଦ୍ୟୁତ୍‌ ତାର ଛିଣ୍ଡି ଶ୍ରମିକ ମୃତ

ବାଲିଶଙ୍କରା: କିଞ୍ଜିରକେଲା ଥାନା ଅନ୍ତର୍ଗତ ବେହେରାଡିହି ପଂଚାୟତର ଗୀତପାହାଡି ଗ୍ରାମରେ ଆଜି (ମଙ୍ଗଳବାର) ଏକ ଦୁଃଖଦ ଘଟଣା ଘଟିଛି। କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଉପରେ ନିକଟରେ ଯାଇଥିବା ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଯିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର

ପୁରୀ : ନବଯୌବନ ବେଶରେ ମଙ୍ଗଳବାର ଶ୍ରୀମନ୍ଦିରରେ ଦର୍ଶନ ଦେଲେ ମହାପ୍ରଭୁ। ୧୫ ଦିନ ପରେ ୩ ଠାକୁରଙ୍କ ନବଯୌବନ ଦର୍ଶନ। ଦର୍ଶନ ପାଇଁ ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖାଯାଇଛି।ସୂଚନାନୁଯାୟୀ, ସ୍ନାନପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ମହାପ୍ରଭୁ ଦିବ୍ୟସ୍ନାନ କରି ଜ୍ୱରରେ

ଜେଲରୁ ମୁକୁଳିବେ ଦାରା ସିଂ, ୨୬ ବର୍ଷ ଧରି ଦଣ୍ଡ ଭୋଗୁଛନ୍ତି

ଭୁବନେଶ୍ୱର:ଜେଲରୁ ମୁକୁଳିବେ ଦାରା ସିଂ।ଦାରା ସିଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କାଲି ଦାନା ବାନ୍ଧିବ ଲଘୁଚାପ, ୧୭ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ବର: କାଲି ଲଘୁଚାପ । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତରବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତରବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ପଶ୍ଚିମ ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି ।

ବାଇକ୍ ଆରୋହୀଙ୍କୁ କଚାଡ଼ି ମାରିଲା ହାତୀ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଗୁଆଲି ସେକ୍ସନର ସୋୟବଲି ଜଙ୍ଗଲ ନିକଟ ରାସ୍ତାରେ ଜଣେ ବାଇକ୍ ଆରୋହୀଙ୍କୁ ହାତୀ ଆକ୍ରମଣ କରି ମୃତ୍ୟୁ ଘଟାଇ ଥିବା ଜଣାପଡିଛି। ମୃତକ ହେଲେ ସେରେଣ୍ଡ। ଗ୍ରାମ ପଞ୍ଚାୟତର ସୋୟବଲି ଗ୍ରାମର ଚିନ୍ତାମଣି ପାତ୍ର(୫୫) । ମିଳିଥିବା ସୂଚନା ଅନୁଯାୟୀ ଆଜି

କୋଲ୍ଡ ଡ୍ରିଙ୍କସ୍ ଟିଣରେ ତିଆରି ହେଲା ଅବିକଳ ନନ୍ଦିଘୋଷ ରଥ: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ଆଉ ଏକ ବିରଳ…

ଭୁବନେଶ୍ବର : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତିରେ ଭିଜିଛି ସାରା ଓଡ଼ିଶା। ଏହି ଅବସରରେ ନିଜ ନିଆରା କଳାକୃତି ପାଇଁ ବେଶ୍ ଜଣାଶୁଣା ଥିବା ଖ୍ୟାତନାମା ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏଥର ମଧ୍ୟ ଏକ ଚମତ୍କାର ନିଦର୍ଶନ ସୃଷ୍ଟି କରିଛନ୍ତି। ଚଳିତ

ବିରମିତ୍ରପୁରରେ ରଥଯାତ୍ରା ଓ ବାହୁଡ଼ା ପାଇଁ କଟକଣା: ମାଛ, ମାଂସ ଦୋକାନ ବନ୍ଦ ରଖିବାକୁ ପୌରାଞ୍ଚଳର କଡ଼ା ନିର୍ଦ୍ଦେଶ

ବିରମିତ୍ରପୁର: ଆସନ୍ତା ପବିତ୍ର ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିରମିତ୍ରପୁର ପୌରାଞ୍ଚଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ପାର୍ବଣର ପବିତ୍ରତା ବଜାୟ ରଖିବା ଲାଗି ସହରର ସମସ୍ତ ଆମିଷ ଦୋକାନ ବନ୍ଦ ରଖିବାକୁ

ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ସିଏସ୍ଆର୍ ଉତ୍କର୍ଷତା ପୁରସ୍କାର କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗୋଷ୍ଠୀ ବିକାଶ, ସ୍ଥାୟୀ ଜୀବିକା ଓ ସାମାଜିକ ପରିବର୍ତ୍ତନ ଦିଗରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ନିଜର ପ୍ରୟାସ ଜାରି ରଖିଛି । ଏହିକ୍ରମରେ କମ୍ପାନୀ ବ୍ରହ୍ମପୁରସ୍ଥିତ ନିଜର ପରିଚାଳନା ବିକାଶ କେନ୍ଦ୍ରଠାରେ ସିଏସ୍ଆର୍ ଉତ୍କର୍ଷ