କନ୍ଧମାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଧାରଣା

କନ୍ଧମାଳ : ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘର ଡାକରା ଅନୁସାରେ ଦୁଇ ଦଫା ଦାବି ଯଥା ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ପରିଚାଳନା କର୍ମଚାରୀଙ୍କ ଚାକିରି ସ୍ଥାୟୀ କରିବା ଓ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି କରିବା ନେଇ ସମଗ୍ର ରାଜ୍ୟରେ ଗତ ମାର୍ଚ୍ଚ ୧୦

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ: ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପର ସମସ୍ତ ଖର୍ଚ୍ଚ

ପୁଣି ମାତିଲେ ସାରଥି ଅନୁଗାମୀ, ଜଗନ୍ନାଥ ଓ ସାରଥୀ ଏକ ବୋଲି ଦାବି କରିଛନ୍ତି ଭକ୍ତ

ଭୁବନେଶ୍ଵର: ସାରଥୀ ପ୍ରେମରେ ପୁଣି ବାଇଆ ହେଲେ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ସମଗ୍ର ଅଞ୍ଚଳ । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରିଦେଇଛନ୍ତି ସାରଥୀ ଭକ୍ତ । କୋର୍ଟ କଚେରୀରେ ଫସିଥିବା ଭଣ୍ଡ ଅଭିଯୁକ୍ତ ବାବା ସାରଥୀଙ୍କ କ୍ରେଜ୍ ଏବେବି ତାଙ୍କ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି।

ଲଦାଖରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ

ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି। ଜମ୍ମୁ କାଶ୍ମୀର ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଭୂକମ୍ପଟି ବିଳମ୍ବିତ ରାତି ପ୍ରାୟ ୨ଟା ୫୦ରେ ହୋଇଥିଲା। ଭୂକମ୍ପ ହେବା ମାତ୍ରେ ଭୟଭୀତ ହୋଇ

ଆଗାମୀ ୫ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ପାଇଁ ଓଡ଼ିଶା ରାଜ୍ୟ ପାଇଁ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏକ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ଏହି ପରିପ୍ରେକ୍ଷୀରେ ଏକ ସତର୍କ ପରାମର୍ଶ ଜାରି କରିଛି। ମଧ୍ୟାହ୍ନରେ ସିଧାସଳଖ ସୂର୍ଯ୍ୟ କିରଣରେ ବାହାରକୁ

ଏସଟିଏଫର ବଡ ସୂଚନା, କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ

କଟକ: କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ । କଟକରେ ବେଆଇନ ବନ୍ଧୁକ କାରଖାନା ଠାବ ମାମଲାରେ ଏସଟିଏଫ୍ ଡିଆଇଜିଙ୍କ ପ୍ରେସମିଟ୍‌ । ଘଟଣାରେ ଏଯାବତ୍ ୪ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଘର ମାଲିକ ସହ ୪ ଜଣ ଗିରଫ ହୋଇଛନ୍ତି । ଘର ମାଲିକ ଜାଣତରେ ଚାଲିଥିଲା ବନ୍ଧୁକ ବେପାର । ଘର ମାଲିକ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସହ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

ବାଲୁଗାଁ: ଏମିତି ଦୁର୍ଘଟଣା । ଦେଖିଲେ ଛାତି ଥରି ଉଠିବ । ଏକା ସାଥିରେ ହାତ ଧରା ଧରି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ । ସବୁଦିନ ପାଇଁ ଶୋଇଗଲେ ଚିର ନିଦ୍ରାରେ । ସତରେ ମୃତ୍ୟୁ ଏମିତି ବି ଆସେ । ଗୋଟିଏ ଦୁର୍ଘଟଣା ବଦଳାଇ ଦେଲା ଜୀବନର ଗତିପଥ । ସାତ ଜନ୍ମ ପାଇଁ ବିବାହ ବନ୍ଧନରେ

ପାକିସ୍ତାନ ମସଜିଦରେ ବିସ୍ଫୋରଣ

ଇସ୍ଲାମାବାଦ: ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଗତ ୪ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ତୃତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ। ଜିଲ୍ଲା ପୁଲିସ ଅଧିକାରୀ ଆସିଫ୍ ବାହାଦାରଙ୍କ ସୂଚନା ଅନୁଯାୟୀ, ଆଜମ ୱାର୍ସାକ ବାଇପାସ୍

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ତୁଠ ଜଗିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ଵର: ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଏକ ସଙ୍ଗରେ ୧୫ରୁ ଅଧିକ ଛେଳିର ମୃତ୍ୟୁ

ଢେଙ୍କାନାଳ : ଏକ ସଙ୍ଗରେ ୧୫ରୁ ଅଧିକ ଛେଳିର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରୁ ଆସିଛି ଅଭିଯୋଗ । ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଅଧିକ ଛେଳିର ଅକସ୍ମାତ ମୃତ୍ୟୁ ହୋଇଛି । ଛେଳି ମଡକ ଦେଖି କ୍ଷତିଗ୍ରସ୍ତ ଛେଳି ଚାଷୀ