Sign in
Sign in
Recover your password.
A password will be e-mailed to you.
ଧନ୍ୟବାଦ ପ୍ରସ୍ତାବ ଉପରେ ରାଜ୍ୟ ସଭାରେ କଂଗ୍ରେସ ଉପରେ ବର୍ଷିଲେ ମୋଦି
ନୂଆଦିଲ୍ଲୀ,୬।୨: ରାଜ୍ୟ ସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଗୁରୁବାର ଆଲୋଚନାର ଉତ୍ତର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ତାଙ୍କ ଭାଷଣରେ କହିଥିଲେ, ଶାସକ ଏବଂ ବିରୋଧୀ ଉଭୟ ପକ୍ଷ ପକ୍ଷରୁ ଆଲୋଚନା ହୋଇଥିଲା। ଏହା ପରେ ସେ କହିଲେ, ‘ସବକା ବିକାଶ, ସବକା ସାଥ’ ବିଷୟରେ ଏଠାରେ ବହୁତ!-->…
ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଉପରେ ପୁଣି ଭାରତକୁ ଧମକ ଦେଲେ ୟୁନୁସ୍
ଢାକା,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନା ଏବଂ ଅନ୍ୟମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଯଥାସମ୍ଭବ ପ୍ରୟାସ କରୁଛି। ଗୃହ ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲମ ଚୌଧୁରୀ ବୁଧବାର ଏହି ସୂଚନା ଦେଇଛନ୍ତି।!-->…
ଫେବୃଆରୀ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି
ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୯ତମ କିସ୍ତି କେନ୍ଦ୍ର ସରକାର ଫେବୃଆରୀ ଶେଷ ସୁଦ୍ଧା ଜାରି କରିବେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ରେ ବିହାର!-->…
ନୂଆ ଚିଠା ୟୁଜିସି ନିୟମାବଳୀ ହେଉଛି ଆରଏସଏସର ଏଜେଣ୍ଡା : ରାହୁଲ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଶ୍ବ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଡ୍ରାଫ୍ଟ ନିୟମକୁ ସମାଲୋଚନା କରି କହିଛନ୍ତି ଯେ ଆମେ ସମସ୍ତ ରାଜ୍ୟର ପରମ୍ପରା, ଭାଷା, ସଂସ୍କୃତି ଏବଂ ଇତିହାସକୁ ସମ୍ମାନ ଦେବା ଉଚିତ। କିନ୍ତୁ କେନ୍ଦ୍ର ସରକାର!-->…
ରେଜଲ୍ଟ ପୂର୍ବରୁ ଆପର ବଡ ଅଭିଯୋଗ, ବିଜେପି ଆରମ୍ଭ କଲାଣି ଅପରେସନ ଲୋଟସ
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ, ଆପ ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଥିଲେ ଯେ ବିଜେପି ଦିଲ୍ଲୀରେ 'ଅପରେସନ ଲୋଟସ୍' ଆରମ୍ଭ କରିଛି। ୮ ଫେବୃଆରୀ ପୂର୍ବରୁ ବିଜେପି ପରାଜୟକୁ ସ୍ୱୀକାର କରିସାରିଛି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଆମର ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା!-->…
ମଧ୍ୟପ୍ରଦେଶରେ ବାୟୁସେନାର ମିରାଜ ବିମାନ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ଏକ ଦୁଃଖଦ ଖବର। ଗୁରୁବାର ମଧ୍ୟପ୍ରଦେଶର ଶିବପୁରୀରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଲଢୁଆ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଲଢୁଆ ବିମାନ ଟି ଖରାପ ଭାବେ!-->…
ବଦଳିଲା ରାମମନ୍ଦିରର ଆଳତୀ ଓ ଦର୍ଶନ ସମୟ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟ ରାମ ମନ୍ଦିର ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ କରିଛି। ସୂଚନା ଅନୁଯାୟୀ, ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରୟାଗରାଜର ମହାକୁମ୍ଭକୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ରାମ!-->…
୧୩ ଫେବୃଆରୀରୁ ବିଧାନସଭା ବଜେଟ୍ ଅଧିବେଶନ, ୧୨ରେ ସର୍ବଦଳୀୟ ବୈଠକ
ଭୁବନେଶ୍ବର: ଫେବ୍ରୁଆରି ୧୩ରୁ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଫେବ୍ରୁଆରି ୧୨ ତାରିଖରେ ବିଧାନସଭାର ସର୍ବଦଳୀୟ ବୈଠକ. ପୂର୍ବାହ୍ନ ୧୧ରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।ଶାନ୍ତିଶୃଙ୍ଖଳାର ସହିତ ବଜେଟ୍ ଅଧିବେଶନ ଅନୁଷ୍ଠିତ!-->…
ବଦଳିବ ଭୂମିହୀନଙ୍କ ସଂଜ୍ଞା: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ ଅନୁସାରେ ଭୂମିହୀନମାନଙ୍କ ପାଇଁ ଘର ତିଆରି ଲାଗି ୪ ଡ଼ିସିମିଲ ଜାଗା ଦେବେ।ଉତ୍ତରାଧିକାରୀ ସୂତ୍ରରେ ଯେଉଁମାନଙ୍କର ୪ ଡିସିମିଲରୁ କମ୍ ଜମି ଥିବ ସେଭଳି ଲୋକଙ୍କୁ ଭୂମିହୀନ ଭାବେ ଗ୍ରହଣ କରାଯିବ। ଆଉ ୪ ଡିସିମିଲିରୁ ଯେତେ କମ୍ ଜାଗା!-->…
କଷ୍ଟ ସହି ନ ପାରି ମେଡିକାଲ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ
ଆନନ୍ଦପୁର : କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାଇଲେସିସ କଷ୍ଟ ସହି ନ ପାରି ଜଣେ ରୋଗୀ ମେଡିକାଲ ଛାତ ଉପରୁ ଡେଇଁ ଜୀବନ ହାରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦେଢ଼ ବର୍ଷରୁ!-->!-->!-->…