ଚୋରଙ୍କ ଅମରାବତୀ ପାଲଟିଛି ରାଇଘର ସଦର

ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରର ଉପଦ୍ରବ ବୃଦ୍ଧି ପାଇବାକୁ ଲାଗୁଛି । କିନ୍ତୁ ପୋଲିସ ପ୍ରଶାସନ ଚୋରକୁ ଧରିବାରେ ବା ଚୋରର କାର୍ଯ୍ୟକଳାପକୁ ଟେର ପାଇଁ ପାରୁ ନାହାନ୍ତି। ରାତ୍ରିକାଳୀନ ସଦର ପୋଲିସ ଆଉଟ ପୋଷ୍ଟରେ ପୋଲିସ ପ୍ରଶାସନ

କୃଷ୍ଣା ମହାନ୍ତି ପାଇଲେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର

ଓଡ଼ିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତି କୃଷ୍ଣା ମହାନ୍ତି ପାଇଛନ୍ତି ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର। ରାଷ୍ଟ୍ରୀୟ ସ୍ତରରେ ଗାନ୍ଧୀ ଓ ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ)

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଫୁଲବାଣୀ: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ 2024 ପାଳିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ତଥା ଆଶିଷ ଇଶ୍ୱର ପାଟିଲ, କନ୍ଧମାଳର ଡିସି ଆକ୍ସନ ଏଡ଼ ଇଣ୍ଡିଆ ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି , କନ୍ଧମାଳର DSWO କୃଷ୍ନା

କ୍ୟାଟ୍ରିନା ଗର୍ଭବତୀ !: ମୁହଁ ଖୋଲିଲେ ଭିକି କୌଶଲ…

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବ୍ୟାଡ୍ ନ୍ୟୁଜ’ର ପ୍ରମୋସନ କରୁଛନ୍ତି। ଭିକି ଫିଲ୍ମର ପ୍ରମୋସନରେ ବହୁତ ବ୍ୟସ୍ତ ଅଛନ୍ତି । ସେ କେବଳ ତାଙ୍କର ବୃତ୍ତିଗତ ଜୀବନ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ହେଡଲାଇନରେ ଅଛନ୍ତି।

ସବୁ ଜିଲ୍ଲାରେ ଖୋଲିବ ପରିବା ମଣ୍ଡି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଦରଦାମ ନିୟନ୍ତ୍ରଣ ପାଇଁ କରାଯିବ ପ୍ରୟାସ। ଏଥି ସହିତ ପ୍ରତି ଜିଲ୍ଲାରେ ଖୋଲିବ ପରିବା ମଣ୍ଡି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ପରିବା ମଣ୍ଡି ଖୋଲିବ। କୃଷକ ମଣ୍ଡିକୁ

ବ୍ୟାନ ହେବ ଇମ୍ରାନ ଖାନଙ୍କ ପିଟିଆଇ!

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନସାଫ(ପିଟିଆଇ) ଖୁବଶୀଘ୍ର ଦେଶରେ ବ୍ୟାନ ହେବାକୁ ଯାଉଛି। ଦେଶ ବିରୋଧୀ କାର୍ଯ୍ୟରେ ପିଟିଆଇ ଲିପ୍ତ ଥିବାରୁ ଏହାକୁ ପାକିସ୍ତାନରେ ଅସିଦ୍ଧ ଘୋଷଣା କରାଯିବ ବୋଲି ରିପୋର୍ଟ ପ୍ରକାଶ

ରଥ ଉପରକୁ ଅଣସେବକ ଚଢିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ

ପୁରୀ : ରଥ ଉପରକୁ ଚଢିବା ନିଷେଧ ନେଇ ନିୟମ ଥିଲେ ମଧ୍ୟ ବାରମ୍ବାର ଏହାର ବ୍ୟତିକ୍ରମ ଘଟୁଛି । ଆଜି ବାହୁଡା ଯାତ୍ରାରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରକୁ ଚଢ଼ିଛନ୍ତି ଜଣେ ଅଣସେବାୟତ । ସେବାୟତ ବେଶରେ ରଥ ଉପରକୁ ଚଢ଼ିଥିଲେ ଏହି ଅଣସେବାୟତ ଜଣଙ୍କ । ଏହାଙ୍କ ଉପରେ ନଜର ପଡିବା ପରେ

କେପି ଶର୍ମା ଓଲି ହେଲେ ନେପାଳର ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ ମୋଦି

ନେପାଳର ପ୍ରଧାନମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ ଶପଥ ନେଇଛନ୍ତି କେପି ଶର୍ମା ଓଲି। ରାଷ୍ଟ୍ରପତି ପୌଡେଲ ତାଙ୍କୁ ଶୀତଳ ନିବାସରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।

କାନ୍ଥ ଭୁଶୁଡି ଜଣେ ମୃତ, ପାଚେରୀ କାନ୍ଥ ତଳେ ଚାପି ହୋଇଥିଲେ ମହିଳା

ନବରଙ୍ଗପୁର: କାନ୍ଥ ଭୁଶୁଡି ମହିଳା ମୃତ। ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ସଦର ମହାକୁମା ଚାମୁରିୟା ଗୁଡା ଅଞ୍ଚଳରେ। ମୃତ ମହିଳା ହେଲେ କୁସୁମା ଧାକଡ଼। ସ୍ୱାମୀ ଚନ୍ଦ୍ର ଧାକଡ଼। ସେ ସକାଳୁ ନିଜ ଘର ଚାରି ପାଖ ଝାଡୁ କରୁଥିବା ବେଳେ ଘର ପାଖର ଏକ ପାଚେରୀ କାନ୍ଥ ଭୁଶୁଡି ପଡିଲା।

ମୋଦିଙ୍କୁ ଭେଟିଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ହେମନ୍ତ ସୋରେନ । ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟ ନେତାଙ୍କ ମଧ୍ୟରେ ଔପଚାରିକ ସାକ୍ଷାତ,ଆଲୋଚନା ହୋଇଛି। ପ୍ରାୟ ୩ ବର୍ଷ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ