ମାଲକାନଗିରିରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍: ୬ଟି ରୁଟରେ ବସ୍ ଚଳାଚଳ ବାତିଲ

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ହିଁ ତତ୍କାଳୀନ ସରକାର ସମସ୍ତ ବିକାଶ ମୂଳକ ଯୋଜନା ଆରମ୍ଭ କରିଥିଲେ। ଏପରିକି ଲକ୍ଷ୍ମୀ ବସ ଯୋଜନା ମଧ୍ୟ ଏହି ଜିଲ୍ଲାରୁ ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଜିଲ୍ଲାରେ ପ୍ରାୟ ୩୬ଟି ଲକ୍ଷ୍ମୀ ବସ ଚଳାଚଳ…

ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ୱାମୀ; ଲାଇନରେ ଥିଲେ ଆହୁରି ୪୯

ଭୁବନେଶ୍ବର : ମିଛ କହି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ନେଇ ତଥା ସେମାନଙ୍କ ନାଁରେ ଲୋନ୍ ଉଠାଇ ବ୍ୟବସାୟ ସହିତ ମଉଜ କରୁଥିବା ଜଣେ ଠକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ତାଙ୍କ ନାଁ ସତ୍ୟଜିତ ମାନଗୋବିନ୍ଦ ସାମଲ (୩୪)। ତାଙ୍କ ଘର ଯାଜପୁର ଜିଲ୍ଲା…

ନଷ୍ଟ ହେଲାଣି ମହାପ୍ରଭୁଙ୍କ ୧୦ ହଜାର କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳ!

ଭୁବନେଶ୍ବର : ୬ ମାସ ତଳେ ପ୍ରତି ଗାଁରୁ ସଂଗୃହୀତ ହୋଇଥିବା ହଜାର ହଜାର କ୍ୱିଣ୍ଟାଲ୍‌ ଅର୍ପଣ ଚାଉଳର ସ୍ଥିତି କ’ଣ ଅଛି? ଜଗନ୍ନାଥଙ୍କୁ ସେଥିରେ ଭୋଗ ଲାଗୁଛି ତ? ଏବେ ପୁଣି ଥରେ ଉଠିଲାଣି ଏମିତି ପ୍ରଶ୍ନ। କାରଣ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଫା ସଫା ଶୁଣାଇଛି, ପୋକ ଖିଆ ଚାଉଳରେ…

ସେପ୍ଟେମ୍ବର ୧୦ ତାରିଖ ପରେ ରାଜ୍ୟରେ ଲାଗୁହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା

ଭୁବନେଶ୍ବର: ପୂର୍ବତନ ସରକାରଙ୍କ ଅନ୍ୟତମ ଲୋକପ୍ରିୟ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଆସନ୍ତା ମାସ (ସେପ୍ଟେମ୍ବର) ୧୦ ତାରିଖ ଯାଏଁ ଚାଲିବ। ଏହା ପରଠାରୁ ବିଏସ୍‌କେୱାଇ ବଦଳରେ ଲୋକଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ସୁବିଧା ମିଳିବ।…

କୋର୍ଟରେ IRS ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କଲେ ଶ୍ୱଶୁର

ଚଣ୍ଡୀଗଡ଼ :ସର୍ବସମ୍ମୁଖରେ ଜ୍ୱାଇଁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଶ୍ୱଶୁର। ଚଣ୍ଡିଗଡ଼ ଜିଲ୍ଲା କୋର୍ଟ ପରିସରରେ ଶନିବାର ଅପରାହ୍ନରେ ଏପରି ଘଟଣା ଘଟିଛି। କୃଷି ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଆଇଆରଏସ ଅଧିକାରୀ ହରପ୍ରୀତ ସିଂହଙ୍କୁ ତାଙ୍କ ଶ୍ୱଶୁର ମାଲୱିନ୍ଦର ସିଂହ ସିଦ୍ଧୁ ଗୁଳି କରି…

ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଉପରେ କାମ କରୁଛି ଭାରତ – ପ୍ରଧାନମନ୍ତ୍ରୀ ମୋଦୀ

ନୂଅଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏବେ ଖାଦ୍ୟ ବଳକା ଦେଶ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷାର ସମାଧାନ ଦିଗରେ କାର୍ଯ୍ୟ କରୁଛି। ଆଜି କୃଷି ଅର୍ଥଶାସ୍ତ୍ରୀଙ୍କ ଅନ୍ତର୍ଜାତୀୟ ସମ୍ମିଳନୀକୁ ସଂବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, କୃଷକଙ୍କ ଜୀବନରେ ସୁଧାର ଆଣିବା…

ଶାନ୍ତ ରହିବାକୁ ଚେଷ୍ଟା କରୁଥିଲି, କିନ୍ତୁ ନର୍ଭସ୍ ଥିଲି – ମନୁ ଭାକର

ନୂଅଦିଲ୍ଲୀ : ଭାରତୀୟ ସୁଟର ମନୁ ଭାକର ଆଜି ୨୫ ମିଟର ବନ୍ଧୁକ ଚାଳନା ଫାଇନାଲରେ ଟିକେ ନର୍ଭସ୍ ଅନୁଭବ କରିଥିବା ସ୍ୱୀକାର କରିଛନ୍ତି। ଚତୁର୍ଥ ସ୍ଥାନରେ ରହି ପ୍ୟାରିସ ଅଲିମ୍ପିକ୍ସରେ ତୃତୀୟ ବ୍ୟକ୍ତିଗତ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି ମନୁ ଭାକର। ୨୨ ବର୍ଷୀୟ ମନୁ ପୂର୍ବରୁ ମହିଳା ୧୦…

ବିବାଦରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଜାମିଆ ମିଲିଆ ଇସଲାମିଆକୁ ନେଇ ବିବାଦ ଦେଖାଦେଇଛି । ଏଠାକାର କେତେକ ପ୍ରଫେସର ସେଠାରେ କାମ କରୁଥିବା ବାଲ୍ମିକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଇବା ସହ ଜାତିଗତ ନିର୍ଯାତନା ଦେଇଥିବା ଅଭିଯୋଗ…

ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଭିତରେ ମଣିପୁରରେ ପୁଣି ହିଂସା

ଇମ୍ଫାଲ : ମଣିପୁରରେ ଥମୁନି ହିଂସା। ଶାନ୍ତି ଚୁକ୍ତିର ୨୪ ଘଣ୍ଟା ଭିତରେ ଏଠାରେ ପୁଣି ଥରେ ହିଂସା ଘଟିଛି। ଗୋଟିଏ ପଟେ ମଣିପୁରର ଜିରିବାମରେ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟ ମଧ୍ୟରେ ଏକ ଚୁକ୍ତି ହୋଇଥିବା ବେଳେ ଆଉ ଗୋଟିଏ ପଟେ ମୋତେଇ କଲୋନୀରେ ଗୁଳିମାଡ ହୋଇଛି।…

କାଠଯୋଡିରେ କୁମ୍ଭୀର, ତ୍ରିଶୁଳିଆ ବ୍ରିଜ୍‌ରେ ଅସମ୍ଭାଳ ଭିଡ୍‌

କଟକ : କାଠଯୋଡି ନଦୀ ମଝିରେ ଥିବା ଶୁଖିଲା ବାଲି ଉପରେ ଗୋଟିଏ କୁମ୍ଭୀର ଶୋଇଛି। ଏହି ଖବର ପ୍ରଚାରିତ ହେବା ପରେ ତ୍ରିଶୁଳିଆ ବ୍ରିଜ୍‌ରେ ଅସମ୍ଭାଳ ଭିଡ୍‌ ପରିଲକ୍ଷିତ ହୋଇଛି। ଯେଉଁଥିପାଇଁ ଅଜଥାରେ ଟ୍ରାଫିକ୍‌ ଜାମ୍‌ ହୋଇଛି। କମିଶନରେଟ୍‌ ପୁଲିସ୍‌ ପହଞ୍ଚି ଭିଡ୍‌ ନିୟନ୍ତ୍ରଣ କରୁଛି ।ଆଜି…