ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ମେଗା ନାମଲେଖା ଶିବିର : ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ରଘୁନାଥ ବିଦ୍ୟାପୀଠରେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପାଇଁ ନାମଲେଖା ଶିବିର ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ୧୪ ବର୍ଷରୁ ଉର୍ଦ୍ଧ୍ବ ୩୫ ଜଣ ପରୀକ୍ଷାର୍ଥୀ ହାଇସ୍କୁଲ ପରୀକ୍ଷା ଦେବେ

ରଣପୁର ଅର୍ଜୁନ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଲା…

ନୟାଗଡ଼,୮/୧/୨୬,(ନିସର୍ତ୍ତ):ରଣପୁର ମାଟିର ମହାକବି ଭକ୍ତଚରଣ ଦାସଙ୍କ ଉଦ୍ଦେଶ୍ୟରେ ସମର୍ପିତ 'ଅର୍ଜୁନ-୨୦୨୬'ର ଚତୁର୍ଥ ସନ୍ଧ୍ୟାରେ ଅନୁଷ୍ଠିତ ସଭାକାର୍ଯ୍ୟ ଏବଂ ସାଂସ୍କୃତିକ ଉତ୍ସବରେ ଓଡିଶା ବିଧାନସଭାର ବାଚସ୍ପତି ଅଧ୍ଯକ୍ଷତା କରି କହିଥିଲେ ମହୋତ୍ସବ ହେଉଛି ଆମ ସମସ୍ତଙ୍କୁ ଏକତାର

୩ ଭାରତୀୟଙ୍କୁ କାବୁ କଲା ଆମେରିକା

ଆମେରିକା: ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ ।ଆମେରିକା ଦ୍ୱାରା ରୁଷୀୟ ତେଲ ଟ୍ୟାଙ୍କର ଜାହାଜ ଜବତ ଘଟଣାରେ ଜାହାଜରୁ ମିଳିଲେ ୩ ଭାରତୀୟ । ଗତକାଲି ମାରିନେରା ନାମକ ଏକ ରୁଷୀୟ ତେଲ ଟ୍ୟାଙ୍କର ଜାହାଜକୁ ଅନ୍ତର୍ଜାତୀୟ ଜଳପଥରୁ କବଜା

ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ବେଳେ ଇଡି-ମମତା ମୁହାଁମୁହିଁ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଇଡି ଓ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ସମୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।ପଶ୍ଚିମବଙ୍ଗ ଶାସକ ଦଳ ଟିଏମସିର ରାଜନୈତିକ ପରାମର୍ଶଦାତା ଏବଂ ଆଇଟି ସେଲ୍ ଦାୟିତ୍ୱରେ ଥିବା (ଭାରତୀୟ ରାଜନୈତିକ କାର୍ଯ୍ୟ କମିଟି)

ଭାରତୀୟଙ୍କ ପାଇଁ ସମସ୍ତ ଭିସା ବନ୍ଦ କଲା ବାଂଲାଦେଶ

ଢାକା: ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାକୁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ,

ମୁହାଁମୁହିଁ ହେଲେ ଟ୍ରମ୍ପ-ପୁଟିନ

ୱାଶିଂଟନ: ସମଗ୍ର ବିଶ୍ବ ଏକ ବଡ ଅସ୍ଥିରତା ଆଡକୁ ମୁହାଁଇଛି। କାରଣ ବିଶ୍ବର ଦୁଇ ପ୍ରମୁଖ ମହାଶକ୍ତି ଏବେ ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି। ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ଜବତ କରିବା ପରେ ଏହି ଅସ୍ଥିରତାର ସୂଚନା ମିଳିଛି। ଉତ୍ତର ଆଟଲାଣ୍ଟିକ୍ ମହାସାଗର ଦେଇ ଯାଉଥିବା ରୁଷ୍‌ର

କୋଭିଡ୍ ଟିକା ତଥ୍ୟ ନେଇ ଡିପିଆଇଆଇଟିକୁ ସତ୍ୟପାଠ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡ୍ ଟିକା ତଥ୍ୟର ସୂଚନା ଉପଲବ୍ଧ ନଥିବା କହିଥିବା ନେଇ କେନ୍ଦ୍ର ସୂଚନା ଆୟୋଗ ଡିପିଆଇଆଇଟିକୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମହାବୀର ସିଂହ ଶର୍ମାଙ୍କ ଦ୍ବାରା ଦାୟର ଏକ ସୂଚନା ଅଧିକାର(ଆରଟିଆଇ)ର ଶୁଣାଣି ସମୟରେ ଏହି ନିର୍ଦେଶ

୧୦୦୦ ଲିଟର ମେଣ୍ଢା ଓ ଛେଳି ରକ୍ତ ଜବତ, ଅବୈଧ କ୍ଲିନିକାଲ ଟ୍ରାଏଲ ପାଇଁ ପଠାଯାଉଥିଲା

ହାଇଦ୍ରାବାଦ : ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅଜବ ଘଟଣା । ନୀରିହ ଜୀବଜନ୍ତୁଙ୍କ ରକ୍ତ ଅବୈଧ ଭାବେ କାରବାର ହେଉଥିବା ଖବର ମିଳିଛି । ଫଳରେ ଡ୍ରଗ କଣ୍ଟ୍ରୋଲ ଏବଂ ହାଇଦ୍ରାବାଦ ସିଟି ପୋଲିସ ବିପୁଳ ମାତ୍ରାରେ ମେଣ୍ଢା ଏବଂ ଛେଳି ରକ୍ତ ଜବତ କରିଛି । ଏଭଳି କାର୍ଯ୍ୟାନୁଷ୍ଠାନ ପରେ

ଗଛରେ ଧକ୍କା ହେଲା କାର୍, ୪ ମୃତ

ତେଲେଙ୍ଗାନା : ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମିର୍ଜାଗୁଡ଼ାରେ ଏକ SUV ଗଛରେ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ

ଅନେକ କୋର୍ଟକୁ ବୋମା ଧମକ, ଯାଞ୍ଚ ଆରମ୍ଭ

ପାଟନା : ପାଟନା ସହିତ ବିହାରର ଅନେକ ସିଭିଲ କୋର୍ଟକୁ ବୋମା ଧମକ ମିଳିଛି । କିଶନଗଂଜ ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଗୟାଜୀ ସିଭିଲ କୋର୍ଟକୁ ମଧ୍ୟ ଧମକ ମିଳିଛି । ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ଲୋକ । ତୁରନ୍ତ ଜିଲ୍ଲା