Sign in
Sign in
Recover your password.
A password will be e-mailed to you.
ପଥର ମାଫିଆଙ୍କ ଆକ୍ରମଣରେ ଆରଆଇଙ୍କ ଫାଟିଲା ମୁଣ୍ଡ
ଉଦଳା : ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ମୟୁରଭଞ୍ଜ ଜିଲା ଖୁଣ୍ଟା ତହସିଲ ଅଧୀନ ସପଞ୍ଚୁଆ ପଞ୍ଚାୟତର ସୁବର୍ଣ୍ଣମଞ୍ଜରୀ ଗ୍ରାମ ନିକଟରେ ଶନିବାର କାର୍ଯ୍ୟରତ ବଡପଥରା ରାଜସ୍ୱ ନିରୀକ୍ଷକଙ୍କୁ ପଥର ମାଫିଆ ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ଜଣାପଡ଼ିଛି। ତାଙ୍କୁ ଡୁକୁରା ଗୋଷ୍ଠୀ!-->…
ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ଜଳେଶ୍ୱର: ଘରର ଛାତ ଉପରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନଗର ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା। ତେବେ ଏହି ହତ୍ଯା ନା ଆତ୍ମହତ୍ଯା କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ସ୍ତ୍ରୀ ମିଲି ପରିଡ଼ା। ଏହି ଘଟଣାକୁ ନେଇ!-->…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଇସଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଦଣ୍ଡାଦେଇ ଶୁଣାଇଛନ୍ତି । ପାକିସ୍ତାନର ଜିଲ୍ଲା ଓ ସେସନ୍ସ କୋର୍ଟ ପାକିସ୍ତାନ!-->…
ଘାଟି ତଳକୁ ଖସିଲା ଟ୍ରକ; ଡ୍ରାଇଭର ମୃତ, ହେଲପର ଆହତ
ବାଙ୍ଗିରିପୋଷି : ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରକ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଦ୍ୱାରସୁଣୀ ଘାଟି ତଳକୁ ଟ୍ରକ ଖସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ମୃତ ଟ୍ରକ ଚାଳକ ହେଲେ ଶ୍ୟାମସୁଦ୍ଦିନ ଖାନ(୪୫) ଓ!-->…
ଜ୍ୟୋତି ମୌର୍ଯ୍ୟଙ୍କ ମାମଲାରେ ନୂଆ ମୋଡ଼: ୩୨ ପୃଷ୍ଠାର ଡାଏରିରେ ୩୩ କୋଟି ଟଙ୍କା ନେଣଦେଣ ସୂଚନା
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ ତାଙ୍କ ସଫେଇକର୍ମୀ ସ୍ବାମୀ ଆଲୋକ ଆଣିଥିବା ଅଭିଯୋଗକୁ ନେଇ ତଦନ୍ତ ଜୋର୍ ଧରିଛି। ତାଙ୍କ ବିରୋଧରେ ବେଆଇନ୍ ନେଣଦେଣ ଅଭିଯୋଗ ରହିଥିବା ବେଳେ ସେ ପ୍ରୟାଗରାଜ୍ ଯାଞ୍ଚ୍ କମିଟି ଆଲୋକ ଓ ଜ୍ୟୋତି ମୌର୍ଯ୍ୟଙ୍କ ବୟାନ!-->…
୮ ଦିନ ପରେ ମାଟି ତଳୁ ମହିଳାଙ୍କ ଶବ ଜବତ
ମୋହନା : ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଜୁକା ଗ୍ରାମରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ଼ ନେଇଛି । ୮ ଦିନ ପରେ ଶ୍ମଶାନରୁ ମାଟି ଖୋଳି ଶବ ଜବତ କଲା ପୋଲିସ । ଝିଅକୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ହତ୍ୟା କରି ପୋତି ଦେଇଥିବା ନେଇ ଝିଅର ବାପା ଥାନାରେ!-->…
ଜହ୍ନର ଆହୁରି ନିକଟତର ହେବ ଚନ୍ଦ୍ରଯାନ: ଆଜି ଛୁଇଁବ କକ୍ଷପଥ
ନୂଆଦିଲ୍ଲୀ : ମୁନ୍ ମିଶନରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଜହ୍ନ ରାଇଜର ଆହୁରି ନିକଟତର ହେବ ଚନ୍ଦ୍ରଯାନ । ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ସଂଧ୍ୟା ୭ଟା ବେଳକୁ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ତାର ଦୁଇ ତୃତୀୟାଂଶ ଦୂରତା!-->…
ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ
ତୁଚ୍ଛ ହେଲା ରକ୍ତ ସମ୍ପର୍କ। ସାନ ଭାଇକୁ ଜଣେ ବ୍ୟକ୍ତି କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ସୋଗରପଷୀ ଦେହୁରୀ ସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଭୟ ଦେହୁରୀ। ପୁଲିସ ପ୍ରଶାନ୍ତ ଦେହୁରୀଙ୍କୁ ଗିରଫ କରି ପଚରାଉଚରା କରୁଛି।
!-->!-->!-->…
ବ୍ରିଟେନରେ ବ୍ୟାପୁଛି କରୋନାର ନୂଆ ଭାରିଏଣ୍ଟ EG.5.1
ସମଗ୍ର ବିଶ୍ୱରୁ କୋଭିଡ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ୨୦୨୦ରେ ଆରମ୍ଭ ହୋଇଥିବା ମହାମାରୀ ୩ ବର୍ଷ ହେଲାଣି ଶେଷ ହୋଇନାହିଁ । କୋଭିଡ ଭାଇରସର ଅଲଗା ଅଲଗା ଭାରିଏଣ୍ଟ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ଏପରି ସ୍ଥଳେ ବ୍ରିଟେନରେ ଏକ ନୂଆ ଭାରିଏଣ୍ଟ ବ୍ୟାପୁଥିବାର ଖବର ମିଳିଛି । ୟୁକେ ହେଲଥ!-->…
ମୟୂରଭଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଷ୍ଟୋର ରୁମରେ ଗତକାଲି ରାତି ପ୍ରାୟ ୮ଟା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଷ୍ଟୋର ରୁମଟି ବନ୍ଦ ଥିବାବେଳେ ଭିତର ପଟୁ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ପରେ ନିଆଁର ପ୍ରକୋପ!-->…