Sign in
Sign in
Recover your password.
A password will be e-mailed to you.
ଲୁଫଥାନ୍ସା ଏୟାରଲାଇନର ୨୦ ହଜାର ବିମାନ ବାତିଲ
ନୂଆଦିଲ୍ଲୀ : ଜର୍ମାନୀର ସବୁଠୁ ବଡ଼ ଏୟାରଲାଇନ କମ୍ପାନୀ ଲୁଫଥାନ୍ସା ଅକ୍ଟୋବର ଯାଏଁ ୨୦ ହଜାରରୁ ଅଧିକ ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ବିମାନର ଇନ୍ଧନ ଦାମ୍ ବଢୁଥିବା ଯୋଗୁଁ ଏୟାରଲାଇନ୍ କମ୍ପାନୀ ଏଭଳି ନିଷ୍କତ୍ତି ନେଇଛି । ଏୟାରଲାଇନ ପକ୍ଷରୁ ଏକ ବୟାନରେ!-->…
ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ବାୟୁସେନାର ଲଢୁଆ ବିମାନ କରିବ ଟଚ୍ ଆଣ୍ଡ ଗୋ ଅଭ୍ୟାସ
ଉତ୍ତରପ୍ରଦେଶ : ସୁଲତାନପୁରର ଆରବଳୀ-କିରି କରୱତ ସ୍ଥିତ ଏୟାରଷ୍ଟ୍ରିପରେ ଆଜିଠାରୁ ବାୟୁସେନାର ଦୁଇ ଦିବସୀୟ ସ୍ବତନ୍ତ୍ର ଅଭ୍ୟାସ ଆରମ୍ଭ ହେବ । ଅପରାହ୍ନ ୨ଟାରୁ ଆରମ୍ଭ ହେବ ଅଭ୍ୟାସ । ଭାରତୀୟ ବାୟୁସେନାର ଲଢୁଆ ବିମାନ ଏକ୍ସପ୍ରେସ-ୱେକୁ ବିକଳ୍ପ ରନୱେ ଭାବେ ବ୍ୟବହାର କରାଯାଇ ‘ଟଚ୍!-->…
ଖୋଲିଲା ବାବା କେଦାରନାଥଙ୍କ କପାଟ
ଉତ୍ତରାଖଣ୍ଡ : ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ଦ୍ୱାର ଖୋଲିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।!-->…
ବଢ଼ିଲା ଅସ୍ତ୍ରବିରତି ଅବଧି, ବିମାନ ଆକ୍ରମଣ ଓ ମିସାଇଲ ମାଡ଼ ବନ୍ଦ
ନୂଆଦିଲ୍ଲୀ: ବଢ଼ିଲା ଅସ୍ତ୍ର ବିରତି ସମୟ ସୀମା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରବିରତି ସମୟ ସୀମା ବଢ଼ାଇଲେ ଡୋନାଲ୍ଡ ଟ୍ରମ୍ପ । ଇରାନ ସହିତ ଚାଲିଥିବା ଅସ୍ତ୍ରବିରତି ଅବଧିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢ଼ାଇଛନ୍ତି । ଆଜି ସନ୍ଧ୍ୟାରେ ଶେଷ ହେବାର ଥିଲା ୨ ସପ୍ତାହର ଅସ୍ତ୍ର ବିରତି!-->…
କଳାହାଣ୍ଡି ଜିଲ୍ଲା କାରାଗାରରୁ କଏଦୀ ଫେରାର
ଭବାନୀପାଟଣା: କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪ ତାରିଖରୁ ସେ ବିଚାରଧିନ କଏଦୀ ଭାବରେ ସ୍ଥାନୀୟ ଜିଲା!-->…
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍ଓପି: ରାଜସ୍ଵ ମନ୍ତ୍ରୀ
ଭୁବନେଶ୍ଵର: ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍ଓପି। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି। ମନ୍ତ୍ରୀ କହିଛନ୍ତି ଘରକୁ ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ। ଦିନକୁ ଦିନ ପ୍ରଚଣ୍ଡ!-->…
ଡିସେମ୍ବର ୧୩ରେ ପୁରୀ କୋଷ୍ଟାଲ ମାରାଥନ, ବିଜେତାଙ୍କୁ ମିଳିବ କୋଟିଏ ଟଙ୍କାର ପୁରସ୍କାର ରାଶି
ପୁରୀ : ପୁରୀ କୋଷ୍ଟାଲ ମାରାଥନ ବିଜେତାଙ୍କୁ ମିଳିବ ଏକକୋଟିର ପୁରସ୍କାର ରାଶି । ଆସନ୍ତା ଡିସେମ୍ବର ୧୩ ତାରିଖ ଦ୍ୱିତୀୟ ରବିବାରରେ ଅନୁଷ୍ଠିତ ହେବ କୋଷ୍ଟାଲ ମାରାଥନ। ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଓଏମସି ସହଯୋଗରେ ପୁରୀ କୋଷ୍ଟାଲ ମାରାଥନ ନାମରେ ଏକ ମେଗା ମାରାଥନ କାର୍ଯ୍ୟକ୍ରମ!-->…
ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି
ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖାଯାଇ ୩ ଜିଲ୍ଲାରେ ବଢିଲା ସ୍କୁଲ ଛୁଟି ଅବଧି । ସମ୍ବଲପୁର, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ବଢିଲା ସ୍କୁଲ ଛୁଟି ଅବଧି । ତାତି ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଲା ସ୍କୁଲ ଛୁଟି ଅବଧି । ଆସନ୍ତା ୨୭ ତାରିଖ ଯାଏ ଛୁଟି ଘୋଷଣା କଲା!-->…
RTO ଚାଲାଣ ନାଁରେ ଠକେଇ, ୪ ସାଇବର ଲୁଟେରାଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର : RTO ଚାଲାଣ ନାଁରେ ଠକେଇ । ଚାରି ଜଣିଆ ସାଇବର ଠକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ । ଠକେଇ ଘଟଣାରେ ରହିଛି ଜାମତାରା ଲିଙ୍କ୍ । APK ଲିଙ୍କ ପଠାଇ ଖାଲି କରିଦେଉଥିଲେ ଆକାଉଣ୍ଟ। ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ହାତରେ ଧରାପଡିଛି ଗ୍ୟାଙ୍ଗର ଜଣେ ରାଜ୍ୟ!-->…
ଗ୍ରୀଷ୍ମପ୍ରବାହକୁ ନେଇ ବଦଳିଲା ଜନଗଣନା ସମୟ
ଭୁବନେଶ୍ୱର : ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନଗଣନା । ଗ୍ରୀଷ୍ମପ୍ରବାହକୁ ନେଇ ବଦଳିଲା ଜନଗଣନା ସମୟ । ରାଜସ୍ବ ବିଭାଗ ବଡ଼ ନିଷ୍ପତ୍ତି । ଜନଗଣନା ନିର୍ଦ୍ଦେଶକ ଓ ରାଜସ୍ବ ବିଭାଗ ସଚିବଙ୍କ ବୈଠକ ପରେ ନିଷ୍ପତ୍ତି ନିଆଯାଇଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ବୈଠକ ପରେ!-->…