ଜାଲ ସାର୍ଟିଫିକେଟ ଘଟଣା: ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ବଲାଙ୍ଗିର: ନକଲି ଚେର ଖୋଜୁଛି କ୍ରାଇମବ୍ରାଞ୍ଚ। ବଲାଙ୍ଗୀର ଜାଲ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ। ୪ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ। ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ଆଲୋକ ଉଦ୍‌ଗାତା ସମେତ ଆଉ ଦୁଇ ଜଣଙ୍କୁ ରିମାଣ୍ଡରେ ନେବାକୁ ଆବେଦନ

ନୂଆପଡ଼ାରେ ପୁଣି ବାଛୁରୀକୁ ମାରି ଖାଇଲା ବାଘ

ନୂଆପଡ଼ା: ନୂଆପଡ଼ା ସୁନାବେଡା ଅଭୟାରଣ୍ୟରେ ଥମୁନି ବାଘ ଆତଙ୍କ। ପୁଣି ବାଛୁରୀକୁ ମାରି ଖାଇଲା। ନୂଆପଡ଼ା ବନ ବିଭାଗ ରେଞ୍ଜ ଅଧିନସ୍ଥ ଆମାନାରା ପଞ୍ଚାୟତ ପାୱାରତୋଲା ଗାଁର ଚିଟିରାମ ସତନାମୀଙ୍କ ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଛି। ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଟିମ୍‌ ମୁତୟନ

ଅଜଣା ଜନ୍ତୁ ଆକ୍ରମଣରେ ୮ ମେଣ୍ଢା ମୃତ, ୫ ଗୁରୁତର

ମହାକାଳପଡ଼ା: କିଏ ମାରୁଛି ମେଣ୍ଢା। ମହାକାଳପଡ଼ାରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ୮ ମେଣ୍ଢାକୁ ମାରିଲା ଜନ୍ତୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଯଦୁପୁର ପଞ୍ଚାୟତ କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଗାଁର ମହନି ଦାସଙ୍କ ଗୁହାଳରେ ପଶି ବିଳମ୍ବିତ ରାତିରେ ୮ଟି ମେଣ୍ଢାଙ୍କୁ

ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ଵତୀଙ୍କ ପରଲୋକ…

କଟକ: ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ଵତୀ ମହାରାଜଙ୍କର କଟକ ଚହଟା ସ୍ଥିତ ରାମ ମନ୍ଦିର ପରିସରରେ ଆଜି ଭୋର ସମୟରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ  ୮୮ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ପରଲୋକ ଘଟିଥିବା କୁହାଯାଇଛି।

ଅଧିଷ୍ଠାତ୍ରି ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ…

ତାଳଚେର : ଆରମ୍ଭ ହେଲା ତାଳଚେରର ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ମାଙ୍କ ପୀଠ। ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଦୀର୍ଘ ୯ ଦିନ ଧରି ଅଗ୍ନି ରୂପରେ ଦର୍ଶନ ଦେବେ ମା ହିଙ୍ଗୁଳା । ଭିଡକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ସହ ପ୍ରଶାସନର

ରାଜଧାନୀରେ ବାଣ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀରେ ବାଣ ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ହେଲେ ଭିଏସ୍‌ଏସ୍‌ ନଗରର ଶିବାନନ୍ଦ ତାଡନ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ଗତକାଲି ସଂଧ୍ୟାରେ ଭିଏସଏସ ନଗରରେ ଘରେ ବାଣ ଭିଡିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଶିବାନନ୍ଦ

ପଦ୍ମଗିରି ଗ୍ରାମରେ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି : ଘଟଣାକୁ ଦୁଇଦିନ ବିତିଲା, ଖୋଲା ଆକାଶ ତଳେ ବିତୁଛି ଜୀବନ…

ମାଲକାନଗିରି,(୩।୪) ଦୁଇ ଦିନ ପୂର୍ବେ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଓ ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ଘୁର୍ଣ୍ଣିଝଡ଼ ତାଣ୍ଡବ ରଚିଥିଲା । ପ୍ରବଳ ପବନ ଓ ବର୍ଷା ଯୋଗୁଁ ପଦ୍ମଗିରି ସମେତ ଏମ୍ ଭି ୧୦୧, ପଦ୍ମଗିରି ତଳସାହି, ମଝିସାହି, ଡଙ୍ଗରଗୁଡା, ଏମ୍ ଭି ୮୪ ଗାଁରେ ଅନେକ ଘରର ଟିଣ ଉଡିଯିବା

ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଥଇଥାନ ଆଳରେ ଆଦିବାସୀଙ୍କୁ ଜମି ଓ ଜୀବିକାରୁ ବେଦଖଲକୁ ବିରୋଧ

ବ୍ରହ୍ମପୁର : ଛେଳିଗଡ଼ ପ୍ରକଳ୍ପ ବିସ୍ଥାପିତଙ୍କୁ ଥଇଥାନ ଆଳରେ ଚକୁଣ୍ଡା ପଲ୍ଲୀ ଓ ବାଲିପାଟ ମୌଜାରେ ରହି ଆସୁଥିବା ଆଦିବାସୀଙ୍କୁ ଜମି ଓ ଜୀବିକରୁ ବେଦଖଲ କରିବାକୁ ବିରୋଧ କରି ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ନେତୃତ୍ୱରେ ବହୁ ଆଦିବାସୀ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ

ଚମକିଲେ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ନିକୁ, ଜିତିଲେ ୨ ସ୍ବର୍ଣ୍ଣ, ହିଞ୍ଜିଳିକାଟୁ ରେ ଭଵ୍ୟ ସମ୍ବର୍ଦ୍ଧନା

ହିଞ୍ଜିଳିକାଟୁ (୩।୪) : ହରିୟାଣାରେ ଚମକିଲେ ନିକୁ । ହରିୟାଣା ର କର୍ନାଲ ଷ୍ଟାଡିୟମ ଠାରେ ଜାତୀୟ ହରିୟାଣାର କର୍ନାଲ ଠାରେ ଆୟୋଜିତ ଜାତୀୟ ହ୍ବିଲ ଚେୟାର ଅଶି ଚାଳନା ରେ ପ୍ରତିଯୋଗିତା ଭାଗ ନେଇ ଦୁଇ ଗୋଟି ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ସେଥିରେ

ଟିଡିସିସି ଉପାଧ୍ୟକ୍ଷ ହେଲେ କନ୍ଧମାଳର ଦିଲ୍ଲୀପ

ଫୁଲବାଣୀ (୩/୪) : ରାଜ୍ୟରେ ଲଘୁ ବନଜାତ ସାମଗ୍ରୀର ସଂଗ୍ରହ ଓ ବିକ୍ରି ବ୍ୟବସ୍ଥା କରି ଆଦିବାସୀ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଗଠିତ ଆଦିବାସୀ ଉନ୍ନୟନ ସମବାୟ ନିଗମର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ନିର୍ବାଚନରେ କନ୍ଧମାଳର ଦିଲ୍ଲୀପ ପ୍ରଧାନ