ସାତ ଦିନିଆ ଜାପାନ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜିଠୁ ସାତ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କରିଛନ୍ତି। ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଜାପାନରେ ରହିବେ। ଏହି ଗସ୍ତ ଭିତରେ ମୁଖ୍ୟମନ୍ତ୍ରୀ ଟୋକିଓ,କ୍ବୋଟୋ ଓ ଓସାକା ଆଦି

କଳା ପଲସରରେ ଆସି ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୧୭ଲକ୍ଷ ୫୦ହଜାର ଟଙ୍କା

ଫୁଲବାଣୀ: କଳା ପଲସରରେ ଆସି ୨ ଲୁଟେରା ଆକ୍ସିସ ବ୍ୟାଙ୍କ ପାଖରୁ ଫୁଲବାଣୀର ଜଣେ ବ୍ୟବସାୟୀଙ୍କଠାରୁ ୧୭ଲକ୍ଷ ୫୦ହଜାର ଝାମ୍ପିନେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଫୁଲବାଣୀର ଏକ ତେଜରାତି ଦୋକାନ ମାଲିକ ଅଜୟ ପାତ୍ର ଓ ସହଯୋଗୀ ରମେଶ ପ୍ରଧାନ ଏକ ସ୍କୁଟିରେ ଆକ୍ସିସ୍

ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ଓ ଗିରଫ ଘଟଣା: ତଦନ୍ତ କରିବ ଇଡି

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ଓ ଗିରଫ ମାମଲାର ତଦନ୍ତ କରିବ। ଇଡି ଆର୍ଥିକ କାରବାରର ଖୋଳତାଡ଼ କରିବ। ଏନେଇ ଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।ଉଲ୍ଲେଖଯୋଗ୍ୟ, ଏହି ଘଟଣାକୁ ନେଇ ପୂର୍ବରୁ ଇଡି କମିସନରେଟ ପୁଲିସକୁ ତଥ୍ୟ ମାଗିଥିଲା।

ରୁଷ୍‌ର ପୂର୍ବ ଉପକୂଳରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ; ସୁନାମି ଆଶଙ୍କା ନାହିଁ

ମସ୍କୋ: ଆଜି ରୁଷ୍‌ର ସୁଦୂର ପୂର୍ବ ଉପକୂଳ ସମୁଦ୍ର ମଧ୍ୟରେ ୬.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।‘ରୁଷିଆନ୍‌ ଏକାଡେମି ଅଫ୍ ସାଇନ୍‌ସେସ୍’ର ଜିଓଫିଜିକାଲ୍‌ ସର୍ଭିସେସ୍‌’ ମଧ୍ୟ କହିଛି ଯେ, ରୁଷ୍‌ର ସୁଦୂର ପୂର୍ବରେ ଥିବା

ବାରିପଦା କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ସ୍କୁଟିକୁ ପଛରୁ ପିଟିଲା ବସ୍‌, ଘଟଣାସ୍ଥଳରେ ଯୁବତୀ ମୃତ

ବାରିପଦା: ସ୍କୁଟିକୁ ପଛରୁ ପିଟିଲା ବସ୍‌ । ଘଟଣାସ୍ଥଳରେ ଜଣେ ଯୁବତୀ ମୃତ । ଅନ୍ୟ ଜଣେ ଆହତ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ଦୁର୍ଘଟଣା ଘଟିଛି । ଏକ ସ୍କୁଟିରେ ୨ ଜଣ ଯୁବତୀ ଯାଉଥିବା ବେଳେ ଉଦଳାରୁ ଆସୁଥିବା ଦୁଲାରୀ ନାମକ ବସ୍‌

କୋରାପୁଟ ଲାଉଡି ନିକଟରେ ପିକଅପ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୨ ଶ୍ରମିକ ମୃତ…

କୋରାପୁଟ: ମର୍ମନ୍ତୁଦ ଦୁର୍ଘଟଣାରେ ୨ ଶ୍ରମିକ ମୃତ । କୋରାପୁଟ ପଟାଙ୍ଗି ବ୍ଲକ୍‌ ଲାଉଡି ନିକଟରେ ପିକଅପ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨ ଜଣ ଆନ୍ଧ୍ର ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ହୋଇଛନ୍ତି । ଭାରତମାଳା ରାସ୍ତା କାମରେ ନିୟୋଜିତ ଥିଲେ ଆନ୍ଧ୍ର ପ୍ରଦେଶ

ନିର୍ମାଣଧୀନ କୂଅରେ ପଡ଼ି ୩୬ଜଣଙ୍କ ମୃତ୍ୟୁ ହେବାପରେ ମନ୍ଦିରରେ ଚଢ଼ିଲା ବୁଲଡୋଜର

ଇନ୍ଦୋର୍‌: ମଧ୍ୟପ୍ରଦେଶର ଇନ୍ଦୋର୍‌ସ୍ଥିତ ବେଲେଶ୍ବର ମହାଦେବ ଝୁଲେଲାଲ୍‌ ମନ୍ଦିର ପ୍ରାଙ୍ଗଣରେ ଥିବା ବାମ୍ଫିକୂଅରେ ପଡ଼ି ୨୧ଜଣ ମହିଳା ଓ ଦୁଇଜଣ ଶିଶୁଙ୍କ ସମେତ ୩୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପ୍ରଶାସନର ଚେତା ପଶିଛି। ବେଆଇନ ମନ୍ଦିର ନିର୍ମାଣକୁ ଭାଙ୍ଗିବା ପାଇଁ

ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲା: ଗିରଫ ପରେ ନିଲମ୍ବିତ ହେଲେ ଭଦ୍ରକ ଚୂଡ଼ାମଣି ଥାନା ଏସ୍‌ଆଇ

ଭଦ୍ରକ: ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ମାମଲାରେ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ଥାନା ଏସ୍‌ଆଇ। ଏସ୍‌ଆଇ ତପସ୍ୱିନୀ ମହାପାତ୍ର ଗିରଫ ହୋଇ ଜେଲ୍‌ ଯିବା ପରେ ଭଦ୍ରକ ଏସ୍‌ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ତାଙ୍କ ବେଲ୍‌ ପିଟିସନ୍‌ ଆବେଦନର ଶୁଣାଣି ଆଜି

ଛତିଗଡ଼ରେ କଂଗ୍ରେସର ମଶାଲ ରାଲି ବେଳେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ବିଧାୟକ, ନେତା ଆହତ

ବିଳାସପୁର: ଲୋକସଭା ସାଂସଦ ପଦରୁ ରାହୁଲ୍‌ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା କଥାକୁ ବିରୋଧ କରିବା ପାଇଁ ରବିବାର ସନ୍ଧ୍ୟାବେଳେ ଛତିଶଗଡ଼ର ବିଳାସପୁରରେ ପ୍ରତିବାଦ ସମାବେଶ ପାଇଁ ନିର୍ମିତ ମଞ୍ଚ ଭାଙ୍ଗିପଡ଼ିବାରୁ ୨ଜଣ କଂଗ୍ରେସ ବିଧାୟକ ଓ କେତେକ ନେତା ଆହତ ହୋଇଛନ୍ତି।ସମ୍ବାଦ

କ୍ରିକେଟ ପଡ଼ିଆରେ ଯୁବକଙ୍କୁ ହତ୍ୟା ଘଟଣା, ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ସ୍ମୃତି ରଞ୍ଜନ

କଟକ: ନୋ ବଲ୍‌କୁ ନେଇ ବଚସାରୁ ବର୍ବର ହତ୍ୟାକୁ ନେଇ ସବୁଠି ଚର୍ଚ୍ଚା । ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ସ୍ମୃତି ରଞ୍ଜନ । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କଲା ପୋଲିସ । କଟକର ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା ପୋଲିସ । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କଟକ