ପାକିସ୍ତାନର ଏକ ମଲରେ ଅଗ୍ନିକାଣ୍ଡ; ୨୬ ମୃତ, ୮୧ ନିଖୋଜ

ପାକିସ୍ତାନ : ପାକିସ୍ତାନର କରାଚୀର ଗୁଲ୍ ପ୍ଲାଜା ମଲ୍‌ରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୮୧ ଜଣ ନିଖୋଜ ରହିଛନ୍ତି । ବର୍ତ୍ତମାନ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏବେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି

ନବୀନ ନିବାସରେ ବିଜେଡିର ବଡ ବୈଠକ

ଭୁବନେଶ୍ୱର: ବିଜେଡିରେ ପୁଣି ହଲଚଲ । କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି । ଏହି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି । ନିକଟରେ ଦଳ ଦୁଇ ଜଣ ସିଟିଂ ବିଧାୟକଙ୍କୁ ନିଲମ୍ବନ କରିବା ପରେ ଦଳରେ କମ୍ପନ ସୃଷ୍ଟି

ଏଆଇ ଜରିଆରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିର ବିକୃତ ରିଲ୍ସ ପ୍ରଘଟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବିକୃତ କରି ଜଣେ ବ୍ୟକ୍ତି ଚିତ୍ର ପ୍ରଦର୍ଶିତ କରିଥିବା ଘଟଣା ସାମ୍ନାକୁ ଆସିଛି। ଜାଲା ଭିସଭରାଜ ସିଂ ନାମକ ଏହି ବ୍ୟକ୍ତି ସାମାଜିକ ନିଜ ଗଣମାଧ୍ୟମ ଆଇଡିରେ ଏହା ପୋଷ୍ଟ କରିଛି। ଏନେଇ

କାର ଦୁର୍ଘଟଣାରେ ୨ ମୃତ

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ତେଲିବନ୍ଧ ଛକ ନିକଟରେ ଆଜି ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ

ସେକ୍ସଟର୍ସନ ଶିକାର ହେଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ

କଟକ : ସେକ୍ସଟର୍ସନ ଅଭିଯୋଗ, ୫ ଗିରଫ । କଟକରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସେକ୍ସଟର୍ସନର ଶିକାର କରି ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏକ ଆନ୍ତଃଜିଲ୍ଲା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କଟକ ସାଇବର ଥାନା ପୋଲିସ । ଏହି ମାମଲାରେ ୫ ଜଣଙ୍କୁ ଗିରଫ

ଯୁବ ରେଡକ୍ରସ୍ ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ

ବାଲିଗୁଡା, ତା ୨୦/୦୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ପକ୍ଷରୁ ବିଶ୍ୱନାଥ ପଲ୍ଲୀ ଠାରେ ଅବସ୍ଥିତ ରେଡକ୍ରସ୍ ଦୃଷ୍ଟିହୀନ ଊଚ୍ଚ ବିଦ୍ଯାଳୟର ରେ ଅଧ୍ୟୟନରତ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଛି l ଏହି

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏହି କାର୍ଯ୍ୟକ୍ରମ ରେ ବହୁଭାଷୀ ଶିକ୍ଷଣ ଏବଂ ଦୃଢ ମନୋଭାବ ଓ ସହନଶୀଳତା ବିଷୟ

ମାଲକାନଗିରି ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ର କୃଷି ବିଭାଗ ର “ଶ୍ରୀ ଅନ୍ନ ଅଭିଯାନ” ଯୋଜନା ଅଧୀନରେ ଆଜି ମାଥିଲି ବ୍ଲକ୍ ଅନ୍ତର୍ଗତ ନୂଆଗୁଡ଼ (ଚେଡେଙ୍ଗା) ଠାରେ ଖରିଫ ବିପଣନ ଋତୁ ୨୦୨୫-୨୬ର ପ୍ରଥମ ରାଗି କ୍ରୟ ମଣ୍ଡି ଉଦ୍ଘାଟିତ ହୋଇଛି। ଏହି ମଣ୍ଡିର ଉଦ୍ଘାଟନ ଦ୍ୱାରା ସ୍ଥାନୀୟ କ୍ଷୁଦ୍ର ଓ

ଜେଲରେ ଲାଗିଲା AI କ୍ୟାମେରା, ଢେଙ୍କାନାଳ ଜେଲରେ ସଫଳ ହେଲା ପରୀକ୍ଷଣ

ଭୁବନେଶ୍ୱର : ଜେଲ ଭିତରକୁ ଫିଙ୍ଗିଲେ ଡିଟେକ୍ଟ ହେବ ଜିନିଷ । ନିଶା ଦ୍ରବ୍ୟ କିମ୍ବା କୌଣସି ସନ୍ଦେହ ଜିନିକ ପଦାର୍ଥ ଫିଙ୍ଗିଲେ ହେବ ଡିକ୍ଟେକ୍ଟ । ରାଜ୍ୟରେ ପ୍ରଥମ ଥର ପାଇ ଜେଲରେ ଲାଗିଲା AI କ୍ୟାମେରା । ଢେଙ୍କାନାଳ ଜେଲରେ ସଫଳ ହେଲା ପରୀକ୍ଷଣ । ପ୍ରଥମ ପର୍ଯ୍ୟାୟରେ ୧୮ଟି ଜେଲରେ

ଏପ୍ରିଲ ୧୬ ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର : ଏପ୍ରିଲରୁ ୧୬ ରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଚାଲିବ ଜନଗଣନା । 30 ଦିନ ଧରି ପ୍ରଥମ ପର୍ଯ୍ୟାୟରେ ଘର ଗଣନା କରାଯିବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ପ୍ରଥମ ପର୍ଯ୍ୟାୟରେ ଘର ଏବଂ