ବାଲିପଦରରେ ମହାଲକ୍ଷ୍ମୀ ପୂଜା

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁରେ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଶ୍ରୀରାମ ପରିବା ସଙ୍ଘ ଓ ବଣିକ ସଙ୍ଘର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ଛକରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରା ଯାଉଛି l

ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗରେ ଫଲଗୁ ସାହିତ୍ୟ ସଂସଦର ଶୋକ

ବ୍ରହ୍ମପୁର : ଓଡ଼ିଆ ଭାଷା ସାହିତ୍ୟ ଜଗତର ସମୃଦ୍ଧ ଉଚ୍ଚାରଣ ଯଶସ୍ବୀ ସାରସ୍ୱତ ସ୍ରଷ୍ଟା, ଗବେଷକ, ଶିକ୍ଷାବିତ, ସଂସ୍କୃତ ଓ ସଂସ୍କୃତି ପ୍ରେମୀ, ଆଲୋଚକ, ଅତିବଡି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ସାହିତ୍ୟିକ ତଥା ଫଲଗୁ ସାହିତ୍ୟ ସଂସଦର ଉପଦେଷ୍ଟା ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ବିୟୋଗ

ସୋନାପୁର ବେଳାଭୂମିରେ ଆରମ୍ଭ ହେଲା ଇକୋ ରିଟ୍ରେଟ୍ କିକ୍ ଷ୍ଟାର୍ଟ

ବ୍ରହ୍ମପୁର : ଓଡିଶା ପର୍ଯ୍ୟଟନ ବିଭାଗର ପ୍ରୟାସ କ୍ରମେ ସୋନାପୁର ଠାରେ ଆରମ୍ଭ ହୋଇଛି ‘ଇକୋ ରିଟ୍ରେଟ୍’ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁରୁବାର ପୂର୍ବାହ୍ନ ସମୟରେ ଓଡିଶାର ୭ ଗୋଟି ପର୍ଯ୍ୟଟନ ସ୍ଥଳୀରେ ‘ଇକୋ ରିଟ୍ରେଟ୍‘

ରାଜ ରାସ୍ତା ରେ ମାଣ ବସେଇ ଲକ୍ଷ୍ମୀ ପୁରାଣ ଗାଇଲେ ଧାରଣା ରତ ଅଙ୍ଗନବାଡି କର୍ମୀ…

ନବରଙ୍ଗପୁର :ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣରତ ଅଙ୍ଗନବାଡି କର୍ମୀ ରାଜ ରାସ୍ତା ରେ ମାଣ ବସେଇ ପାଳିଲେ ଗୁରୁବାର ବ୍ରତ ଆଉ ପଢିଲେ ଲକ୍ଷ୍ମୀ ପୁରାଣ ,ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ,ଆଜି ପଞ୍ଚମ ଦିନରେ କୋଷଗୁମୁଡ଼ାବ୍ଲକ ର ଶତାଧିକ ଅଙ୍ଗନବାଡି କର୍ମୀ କାର୍ଯ୍ୟ ବନ୍ଦ ର ଡାକରା ଦେଇ

ରାହୁଲ୍‌ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗଦେଲେ ସ୍ବରା ଭାସ୍କର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଦରେ ପାଦ ମିଶାଇ ଚାଲିଲେ ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର। ୮୩ ଦିନରେ ପହଞ୍ଚିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସ୍ୱରା। ଆଜି ଉଜ୍ଜୟିନୀରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱଧୀନ ଭାରତ ଯୋଡୋ ଯାତ୍ରାରେ ସ୍ୱରା

ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ

ବରଗଡ଼: ବିଜେପିରେ ଯୋଗ ଦେଲେ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ। ଆଜି ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଞ୍ଜୟ ଭୋଇ ହାତ ଛାଡ଼ି ପଦ୍ମ ଧରିଛନ୍ତି। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରଗଡ଼

ଜେଏସଡବ୍ଲୁ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା; ରାଜ୍ୟରେ ହେବ ଆଉ ଲକ୍ଷେ କୋଟି ନିବେଶ

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । ଓଡ଼ିଶା ପାଇଁ ଜେଏସଡବ୍ଲୁ ଅଧ୍ୟକ୍ଷଙ୍କ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଆଉ ୧ଲକ୍ଷ କୋଟିର ପୁଞ୍ଜି ନିବେଶ କରିବା ନେଇ ଘୋଷଣା ହୋଇଛି । ଷ୍ଟିଲ ଓ ସୋଲର କ୍ଷେତ୍ରରେ କମ୍ପାନୀ ପୁଞ୍ଜି ନିବେଶ କରିବ ବୋଲି ଜେଏସଡବ୍ଲୁ

୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର

ଭୁବନେଶ୍ୱର ୦୧।୧୨ : ରାଜ୍ୟରେ ୨୦୨୦-୨୨ରୁ କୋଭିଡ଼-୧୯ରେ ୨୦ହଜାରରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାସହିତ ବନ୍ୟା, ବାତ୍ୟା, ମରୁଡି ଓ ପ୍ରବଳ ବର୍ଷା ଯୋଗୁଁ ବିଗତ ୧୦ ବର୍ଷ ଭିତରେ ୨୨୭ ଜଣଙ୍କ ପ୍ରାଣ ଯାଇଛି ବୋଲି ଗୃହରେ ଉତ୍ତର ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା

ପଦ୍ମପୁରରେ ବିଧାନସଭା ଚାଲିଛି: ଜୟନାରାୟଣ ମିଶ୍ର

ସମ୍ବଲପୁର: ଏବେ ବିଧାନସଭା ତ ପଦ୍ମପୁରରେ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ବୋଧହୁଏ ଚାଲିବ ଏବଂ ଏହା ପରେ କଣ ହେବ ଦେଖାଯିବ ବୋଲି ରାଜ୍ୟ ସରକାରଙ୍କୁ କଟାକ୍ଷକରି ବିଧାନସଭାରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ସ୍ଥାପନ

ଶେଷ ହେଲା ମାଟ୍ରିକ ସମେଟିଭ-୧ ପରୀକ୍ଷା, ଡିସେମ୍ବର ୯ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଶେଷ ହେଲା ମାଟ୍ରିକ ସମେଟିଭ-୧ ପରୀକ୍ଷା। ଡିସେମ୍ବର ୯ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ ପ୍ରକ୍ରିୟା। ପ୍ରାୟ ୧୨ ହଜାର ୨୫୦ ଜଣ ଶିକ୍ଷକ ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ୫୬ଟି କେନ୍ଦ୍ରରେ ଖାତା ଦେଖାଯିବ। ୧୦ ଦିନ ଧରି ଚାଲିବ ପରୀକ୍ଷା ଖାତା ମୂଲ୍ୟାୟନ। ସକାଳ ୯ଟାରୁ