ରାଜ୍ୟ ସମ୍ପାଦକ ଭାବେ ରାଜୁ ଘିବେଲାଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର : ବରଗଡ ଜିଲ୍ଲା ପଦ୍ମପୁରର ରାଜୁ ଘିବେଲା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ଦଳ ପକ୍ଷରୁ ନିଯୁକ୍ତି ପାଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଘିବେଲାଙ୍କୁ ଦେଇଛନ୍ତି ଦଳରେ ଗୁରୁତ୍ୱପୂର୍ଣ୍ଣ ପଦ । ଏନେଇ ଦଳ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ତୁରନ୍ତ ଏହି

ଅଚାନକ୍ ବ୍ୟାଙ୍କ ଭିତରେ ପଶିଲେ, ମୁଖା ପିନ୍ଧିଥିବା କିଛି ଯୁବକ, ମକଡ୍ରିଲ୍ ଦେଖି ଲୋକଙ୍କ ଉଡିଗଲା ହୋସ୍

ଭଞ୍ଜନଗର: ବ୍ୟାଙ୍କ ଭିତରେ ଜମାକାରୀ ଓ ଗ୍ରାହକଙ୍କ ଭିଡ଼ ରହିଥିଲା । ଅଚାନକ୍ ବ୍ୟାଙ୍କ ଭିତରେ ପଶିଲେ, ମୁଖା ପିନ୍ଧିଥିବା କିଛି ଯୁବକ । ବ୍ୟାଙ୍କର ସାଇରନ୍ ବାଜିଉଠିଲା । ପରେ ପରେ ବ୍ୟାଙ୍କ ଭିତରେ ପଶିଲେ, ସଶସ୍ତ୍ର ପୋଲିସ୍ । ମୁଖା ପିନ୍ଧା ଯୁବକଙ୍କୁ କାବୁ କଲେ ପୋଲିସ । ବ୍ୟାଙ୍କ ଭିତରେ

ରାଷ୍ଟ୍ରପତିଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କୁ ‘ବିଜେପି’ର ତୀବ୍ର ସମାଲୋଚନା

କୋଲ୍‌କାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାରଙ୍କର ଅନ୍ୟତମ ମନ୍ତ୍ରୀ ଅଖିଳ ଗିରିଙ୍କୁ ‘ବିଜେପି’ ତୀବ୍ର ନିନ୍ଦା କରିଛି। ଭାଇରାଲ୍‌ ହୋଇଥିବା ଗୋଟାଏ ‘ଭିଡଓ’ରେ ମନ୍ତ୍ରୀ ଗିରି କହୁଛନ୍ତି ଯେ,

ଆଜି ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ; ସ୍ବାଗତ କରିବେ ନାହିଁ ମୁଖ୍ୟମନ୍ତ୍ରୀ ‘କେସିଆର୍‌’

ହାଇଦ୍ରାବ: ୪ଟି ଦକ୍ଷିଣ ଭାରତୀୟ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନା ଅନ୍ତର୍ଗତ ହାଇଦ୍ରାବାଦର ବେଗମ୍‌ପେଟ୍‌ ବିମାନ ବନ୍ଦରରେ ଅବତରଣ କରିବେ, କିନ୍ତୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ସ୍ବାଗତ କରିବା ପାଇଁ ଆସିବେ ନାହିଁ।

ଶ୍ରୀଲଙ୍କାରେ ଚୀନ୍‌ର ମୁକାବିଲା କରିବେ ଆଦାନି

ନୂଆଦିଲ୍ଲୀ : ଭୂ-ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥଳ ଭାବେ ବିଚାର କରାଯାଉଥିବା ଶ୍ରୀଲଙ୍କାରେ ଚୀନ୍‌ର ରହିଥିବା ଆଧିପତ୍ୟକୁ ହ୍ରାସ କରିବା ଲାଗି ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ଆଗେଇ ଆସିଛନ୍ତି। ସେଠାରେ ଏକ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଆଦାନି

ସଂରକ୍ଷଣ ୭୭ ପ୍ରତିଶତକୁ ବୃଦ୍ଧି କରିବାପାଇଁ ଝାଡ଼ଖଣ୍ଡ ବିଧାନସଭାରେ ବିଲ୍‌ ଗୃହୀତ

ରାଞ୍ଚି : ଝାଡ଼ଖ‌ଣ୍ଡରେ ବିଭିନ୍ନ ‌ବର୍ଗକୁ ମିଳିଥିବା ସଂରକ୍ଷଣକୁ ୭୭ ପ୍ରତିଶତକୁ ବୃଦ୍ଧି କରିବାପାଇଁ ଝାଡ଼ଖଣ୍ଡ ବିଧାନସଭାରେ ଏକ ବିଲ୍‌ ଗୃହୀତ ହୋଇଛି। ଏକ ସ୍ବତନ୍ତ୍ର ଅଧିବେଶନରେ ଝାଡ଼ଖଣ୍ଡ ‘ରିଜର୍ଭେସନ ଅଫ୍‌ ଭା‌କାନ୍ସିଜ୍‌ ଇନ ପୋଷ୍ଟ୍‌ସ ଆଣ୍ଡ ସର୍ଭିସ ଆକ୍ଟ, ୨୦୦୧’ରେ ସଂଶୋଧନ

ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: ନାମ ସୁପାରିସ ସତ୍ତ୍ବେ ମଂଜୁରିରେ ବିଳମ୍ବ…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ବିଚାରପତିଙ୍କ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚ ନ୍ୟାୟାଳ‌ୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ଦ୍ବାରା

ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ଓ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ ପରେ ଏବେ ବଡ଼ବଡ଼ିଆ ଛାନିଆ । ରିମାଣ୍ଡରେ ଖଗେଶ୍ୱର ପାତ୍ର । ଅର୍ଚ୍ଚନା ନାଗ୍‌ଙ୍କ ସହଯୋଗୀ ଖଗେଶ୍ୱରକୁ ୧୦ ଦିନିଆ ରିମାଣ୍ଡରେ ନେଇଛି ଇଡି । ଆଗକୁ ଅର୍ଚ୍ଚନା-ଜଗବନ୍ଧୁ-ଖଗେଶ୍ୱର ସହ ମୁହାଁମୁହିଁ ଜେରା ହୋଇପାରେ।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା!

ଖୋର୍ଦ୍ଧା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁରେ। ମୃତକ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାରସିଂ। ଅଭିଯୋଗ ଅନୁସାରେ, ଗତ କିଛି

ପୁରୀ ଗସ୍ତରେ 5ଟି ସଚିବ, ଶ୍ରୀସେତୁ କାର୍ଯ୍ୟରେ କଲେ ସମୀକ୍ଷା

ପୁରୀ ୧୨।୧୧ : ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି 5 ଟି ସଚିବ ଭି କେ ପାଣ୍ଡିଆନ୍। ଏଥିସହ ଶ୍ରୀସେତୁ ନିର୍ମାଣ କାଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି । ଖବର ଅନୁଯାୟୀ, ଶନିବାର ସକାଳେ 5 ଟି ସଚିବ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ