ସାପ ଯୋଗୁ ନଈ ମଝିରେ ବୁଡ଼ିଗଲା ଡଙ୍ଗା! ୭ ଜଣ ଯାତ୍ରୀଙ୍କ ମୃତ୍ୟୁ

ତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ଡଙ୍ଗା ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୫ ଜଣଙ୍କ ମୃତଦେହ ନଈରୁ ଉଦ୍ଧାର କରିଛି। ଖବରରୁ ଜଣାପଡ଼ିଛି, ଗତକାଲି ସନ୍ଧ୍ୟା ସମୟରେ ଏଠାରେ ଏକ ନଈରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଭାରତୀୟ ନୌସେନାରୁ ହଟିଲା ଗୁଲାମୀର ଚିହ୍ନ

ସେସେମ୍ବେର ୨୦୨୨ ଅର୍ଥାତ ଆଜିର ଦିନ । କେବଳ ନୌସେନା ପାଇଁ ନୁହେଁ, ସାରା ଦେଶବାସୀଙ୍କ ପାଇଁ ଆଜିର ଦିନ ଗୌରବର ଦିନ, ସ୍ମରଣୀୟ ମୁହୁର୍ତ୍ତର ସମୟ । ଭାରତୀୟ ନୌସେନାକୁ ଗୁଲାମୀର ଚିହ୍ନ ବା ନିଶାନରୁ ଶେଷରେ ମୁକ୍ତି ମିଳିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ନୂଆ ନିଶାନର

କୋଇଲା ଦୁର୍ନୀତି ମାମଲାରେ ଇଡିରେ ହାଜରେ ହେଲେ ମମତାଙ୍କ ଭଣଜା ଅଭିଷେକ

ଦିଲ୍ଲୀ, ବିହାର ପରେ ପଶ୍ଚିମବଙ୍ଗରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲାରେ ଶାସକ ଦଳ ଟିଏମସିର ମହା ସଚିବ ଅଭିଷେକ ବାନାର୍ଜୀ ଆଜି କୋଲକତା ସ୍ଥିତ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି । ଅଗଷ୍ଟ ୩୦ ତାରିଖରେ ଇଡି ତରଫରୁ ଅଭିଷେକଙ୍କୁ

ବିଶ୍ୱସ୍ତରୀୟ ହେବ ବାଲେଶ୍ୱର ଷ୍ଟେସନ

ବାଲେଶ୍ୱର : ବିଶ୍ୱସ୍ତରୀୟ ହେବ ବାଲେଶ୍ୱର ରେଳ ଷ୍ଟେସନ । ଭୁବନେଶ୍ୱର ଭଳି ଏହି ଷ୍ଟେସନ ଚମକିବ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓଡ଼ିଶାର ୪ଟି ଷ୍ଟେସନ ଏହି ଯୋଜନାରେ ସାମିଲ କରିଛନ୍ତି । ବାଲେଶ୍ୱର ସହ କଟକ, ସମ୍ବଲପୁର ଓ ରାଉଲକେଲା ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବା ନେଇ ଯୋଜନା ଜାରି ରହିଛି

ଆଇଏନଏସ ବିକ୍ରାନ୍ତକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଜୟରାମ ରମେଶଙ୍କ ପ୍ରଶ୍ନ

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତକୁ ନୌସେନାରେ ସାମିଲ କରାଇଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଅଭିଯାନର ଜୋରଦାର ପ୍ରଶଂସା କରିଥିଲେ । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ‘ମୋ ଗୁହାଳ’ର ବିଲ୍ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ଯରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଧରିଛି। 'ମୋ ଗୁହାଳ'ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ

ଟ୍ରକ୍‌ ତଳେ ଚାପିହୋଇ ବାଇକ୍‌ ଚାଳକ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ଛକରେ ସଡକ ଦୁର୍ଘଟଣା ଘଟିଛି। ଏକ ଲୁହାପଥର ବୋଝେଇ ଟ୍ରକ୍‌ ତଳେ ଚାପି ହୋଇ ଜଣେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଖପରାଖାଇ ଗ୍ରାମର ସଞ୍ଜୟ ବାରିକ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାସ୍ତା କଡ଼ରେ ଠିଆ ହୋଇ ମୋବାଇଲରେ

ପାରିବାରିକ କଳହରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ବାମୀ ଓ କୀଟନାଶକ ପିଇ ଜୀବନ ହାରିଲା ସ୍ତ୍ରୀ

ପାଣିକୋଇଲି : ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା। ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଭକଣ୍ଡରୀ ଗ୍ରାମରେ ପାରିବାରିକ କଳହକୁ ନେଇ ଦମ୍ପତ୍ତି ଆତ୍ମହତ୍ୟା କରିଥିଵା ଦେଖିବାକୁ ମିଳିଛି । ଗାଁର କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା ଆତ୍ମହତ୍ୟା କରିଛନ୍ତି ।

ଦୁଇ ପରିବାର ମଧ୍ୟରେ ହଣାକଟା, ୪ ଆହତ

ରେଢ଼ାଖୋଲ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପରିବାରର ୪ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁରେ। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା

ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ

ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ସୂଚନା