ଖୋର୍ଦ୍ଧା ବରୁଣେଇରେ ହେବ ପାଇକ ବିଦ୍ରୋହ ସ୍ମାରକୀ, ମିଳିବ ୯.୬୮ ଏକର ଜମି

ଭୁବନେଶ୍ବର: ଶେଷରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯିବ । ଏଥିପାଇଁ ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟର ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତି

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି

ଭୁବନେଶ୍ୱର: ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବିରେ ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ପୋଲିସ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସଙ୍ଗଠନର ଶତାଧୀକ କର୍ମକର୍ତ୍ତା

ରାଜ୍ୟର ସମସ୍ତ ରୂପାନ୍ତରିତ ସ୍କୁଲକୁ ମିଳିବ ଇଣ୍ଟରନେଟ୍‍, ଲାଗିବ ସିସିଟିଭି

ଭୁବନେଶ୍ୱର: ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ଇଣ୍ଟରନେଟ୍‍ ବ୍ୟବସ୍ଥା ଲାଗୁ କରାଯିବ। ୩ଶହଟି ହାଇସ୍କୁଲରେ ଖୁବଶୀଘ୍ର ଆକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାକୁ 'ମୋ

ରାଜ୍ୟରୁ ଆଜି ୯୪୫ କରୋନା ପଜିଟିଭ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୩୭୧

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୩୯୨ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୧୦ ଆକ୍ରାନ୍ତ ଥିବା ଜଣାପଡିଛି ।

ରାଜ୍ୟ କ୍ୟାବିନେଟ ନିଷ୍ପତି, ଅବଢ଼ା ଯୋଜନାରେ ପୁରୀଠାରେ ୧୩୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଧର୍ମଶାଳା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି ।ଏହି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୧୭ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ବାଜିଛି। ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନେଇ

ବିଦ୍ୟୁତ୍‌ ସଟସର୍କିଟ ଯୋଗୁଁ ଘରପୋଡ଼ି

ଦାରିଙ୍ଗବାଡ଼ି,(୧୯/୭) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମର କୁନାଲ ସେନ ନାୟକଙ୍କ ଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡ଼ି ଯାଇଛି । ସୂଚନା ଅନୁଯାୟୀ ଘରେ କେହି ନଥିବା ସମୟରେ ଆଜି ଅପରାହ୍ନ ପାଖାପାଖି ୪ ଘଣ୍ଟା ସମୟରେ କୁନାଲ ସେନ ନାୟକଙ୍କ ଘରେ ଧୂଆଁ ଉଠୁଥିବାର ଦେଖି

୧୭ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର

ଭୁବନେଶ୍ବର: ଓଡ଼ିଶା IT ପଲିସି ୨୦୨୨କୁ କ୍ୟାବିନେଟ୍‌ ମୋହର । ମୋଟ୍‌ ୧୭ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ମୋହର ଲାଗିଛି । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବରୁଣେଇରେ ପାଇକ ସ୍ମାରକୀ ପାଇଁ ଜମି ପ୍ରଦାନ କରିବେ ରାଜ୍ୟ ସରକାର । ୯ ଏକର ୬୮୫

ଚଲାରାସ୍ତା ନିର୍ମାଣ କାର୍ଯ୍ୟ ସରୁନି : ଜନସାଧାରଣ, ଛାତ୍ରଛାତ୍ରୀ ଦୁର୍ଦ୍ଦଶାର ସମ୍ମୁଖୀନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ୧୪ ନଂ ୱାର୍ଡ଼ ଅନ୍ତର୍ଗତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀ ହୁଡ଼ା ଚଲା ରାସ୍ତା ନିର୍ମାଣ ପାଇଁ ଗତ ୧ ତାରିଖ ଦିନ ଶୁଭ ଦିଆଯାଇଥିଲା । କିନ୍ତୁ ଠିକା ନେଇଥିବା ସଂସ୍ଥା ପୋଖରୀ ଚାରିପଟେ ଜେସିବି ଦ୍ୱାରା ହୁଡ଼ାକୁ ଖୋଳିଦେଇ ଗତ ଦଶ ଦିନ

କୃଷି ରଣ ନୀତି କମିଟି ବୈଠକ : ବଜାର ସୁବିଧା ଉପଲବ୍ଧ ହେଲେ କୃଷକ ଅଣଧାନ ଚାଷ ପ୍ରତି ଆଗ୍ରହୀ ହେବେ – ଜିଲ୍ଲାପାଳ

ଛତ୍ରପୁର (୧୯/୦୭) : ଗଞ୍ଜାମ ଜିଲ୍ଲାରେ ଅଣ ଧାନ ଚାଷ ସକାଶେ ସଚେତନତା ଓ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଚାଷୀଗଣ ଅଧିକ ଲାଭବାନ ହୋଇ ପାରିବେ । ଜିଲ୍ଲାରେ କେଉଁ ବ୍ଲକ୍ ରେ କେଉଁ ଚାଷ ଭଲ ହେଉଛି ତାହାର ଆକଳନ କରାଯାଉ । ସେହି ତଥ୍ୟକୁ ଆଧାର କରି ଉକ୍ତ ବ୍ଲକ୍ ରେ କାର୍ଯ୍ୟ ଖସଡା ପ୍ରସ୍ତୁତ ହେବ

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ନେଇ ଛତ୍ରପୁରରେ ବିକ୍ଷୋଭ

ଜାତୀୟ ରାଜପଥ ସହ ବ୍ୟାଙ୍କ ଓ ବିଭିନ୍ନ ମହାବିଦ୍ୟାଳୟ ବନ୍ଦ ଛତ୍ରପୁର: ଓଡିଶାର ବହୁ ଚର୍ଚ୍ଚିତ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ଦୀର୍ଘ ୧୧ ଦିନ ଧରି କଲେଜ ସାମ୍ନାରେ ପରିବାର ବର୍ଗ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ନ୍ୟାୟ ଦାବି ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇ