ରାୟଗଡାରେ ଝାଡାବାନ୍ତି ଆତଙ୍କ: ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ

ରାୟଗଡାରେ ଝାଡାବାନ୍ତି ଆତଙ୍କ । ୪ ମୃତ, ୨୦ରୁ ଅଧିକ ଆକ୍ରାନ୍ତ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଝାଡାବାନ୍ତି ଆତଙ୍କ । ସମସ୍ତଙ୍କୁ ନିକଟ ମେଡିକାଲରେ ଭର୍ତ୍ତି କରାଯାଇଛି । କାଶୀପୁର ବ୍ଳକର ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟା, କାକୁଡିପଦର, ରାଉତଘାଟି

ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ, ଜଣେ ଅଟକ

ସାନଖେମୁଣ୍ଡି ୧୫।୦୭ : ମାଟି ତଳୁ ମିଳିଲା ବୃଦ୍ଧଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡ଼ା ପଞ୍ଚାୟତ ଅନନ୍ତନଗର ସ୍ଥିତ ଏକ ତୋଟାରୁ ଏହି ମୃତଦେହ ଠାବ ହୋଇଛି । ମୃତକ ବନ୍ଧାଗୁଡ଼ା ଗାଁର ତ୍ରିନାଥ ପାତ୍ର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଅନନ୍ତନଗର ସ୍ଥିତ ଏକ ତୋଟାରେ

ଉଠିଯିବ ରମାଦେବୀ କନିଷ୍ଠ ମହାବିଦ୍ୟାଳୟ

ଭୁବନେଶ୍ୱର: ରମାଦେବୀ କନିଷ୍ଠ ମହାବିଦ୍ୟାଳୟ (ହାୟର ସେକେଣ୍ଡାରୀ ସ୍କୁଲ) ୟୁନିଟ୍‌-୯ ବାଳିକା ହାଇସ୍କୁଲକୁ ଉଠିଯିବ । ସ୍କୁଲ ପରିସରରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରୀମାନେ ପାଠ ପଢ଼ିବେ । ଏଥିପାଇଁ ସ୍କୁଲରେ ଜମି ଚିହ୍ନଟ ହୋଇସାରିଛି । ଖୁବ୍‌ଶୀଘ୍ର ସେଠାରେ ବିଲ୍ଡିଂ ତିଆରି ହେବ ।

ହାତୀଦାନ୍ତ ଜବତ ସହ ୩ ଶିକାରୀ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ କାନବିନ୍ଧା ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାରେ ୨ଟି ହାତୀଦାନ୍ତ ଜବତ ସହ ୩ ଶିକାରୀକୁ ଗିରଫ କରିଛି ବନବିଭାଗ । ସୂଚନାଅନୁସାରେ, ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ରେଞ୍ଜ କାନବିନ୍ଧା ସଂରକ୍ଷିତ ଜଙ୍ଗଲରେ ଗତ

ଋଣ ଟଙ୍କାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ପରେ ଆତ୍ମହତ୍ୟା କଲେ ସ୍ବାମୀ

ଯାଜପୁର ୧୫।୦୭: ଋଣ ଟଙ୍କା ସୁଝିବାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ପରେ ଆତ୍ମହତ୍ୟା କଲେ ସ୍ବାମୀ। ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ସାପଗଡ଼ିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ପରେ ବେକରେ ରଶି ଲଗାଇ ସ୍ବାମୀ ଆତ୍ମହତ୍ୟା

ସ୍ତ୍ରୀକୁ କଟୁରୀରେ ହାଣି କଟା ମୁଣ୍ଡ ଧରି ବୁଲିଲା ସ୍ୱାମୀ

ଢେଙ୍କାନାଳ: ସ୍ତ୍ରୀକୁ ହତ୍ୟା କରି କଟା ମୁଣ୍ଡ ଧରି ବୁଲିଲା ନୃଶଂସ ସ୍ୱାମୀ। ରାସ୍ତାରେ ୧୨ କିଲୋମିଟର ଧରି ଚାଲିଲା । ଢେଙ୍କାନାଳ ଗଂଦିଆ ଥାନା ଚନ୍ଦ୍ରଶେଖରପୁର ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରିଛି ଅଭିଯୁକ୍ତ ସ୍ୱାମୀ ନାକଫୋଡି

ରାଜ୍ୟରେ ୨୩୨୦ କେନ୍ଦ୍ରରେ ଚାଲିଛି ଟିକାକରଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ଵର : ୧୮ ରୁ ୫୯ ବର୍ଷ ବୟସ ବର୍ଗଙ୍କ ପ୍ରିକସନ ଡୋଜ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା । ଆଜି ରାଜ୍ୟରେ ୨୩୨୦ କେନ୍ଦ୍ରରେ ଚାଲିଛି ଟିକାକରଣ । ଏ ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ଭୁବନେଶ୍ୱରରେ ଏହି ବୟସ

ନାଟକ ହେବ ଅପସଂସ୍କୃତି ରହିତ : ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ

ବ୍ରହ୍ମପୁର, (୧୫/୦୭) : ମା' କୁରେଈଶୁଣୀ ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ସ୍ଥାନୀୟ ଭାଲିଆଗଡ ବିଶ୍ଵକର୍ମା ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଏଣିକି ଲୋକ ନାଟକ ଅପସଂସ୍କୃତି ବିହୀନ ପରିବେଷଣ ହେବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସଂଘ ଉପଦେଷ୍ଟା ସୀମାନ୍ତ ନଟରାଜ ଡ଼ା

ବିଶ୍ୱ ଯୁବଦକ୍ଷତା ଦିବସ ପାଲିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର

ବରିଷ୍ଠ ଓକିଲ ତଥା ସମାଜସେବୀ ବୁଲିୟନଙ୍କ ହୃଦଘାତରେ ପରଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବରିଷ୍ଠ ଓକିଲ ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟାନ ନାୟକଙ୍କ ଶୁକ୍ରବାର ସକାଳୁ ହୃଦଘାତରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା l ବୁଲିୟାନଙ୍କ ଅକାଳ ମୃତ୍ୟୁରେ ଜି. ଉଦୟଗିରି ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି