ଗୋଆ ଅଗ୍ନିକାଣ୍ଡ ପରେ ଛୁ ହେଲେ କ୍ଲବ ମାଲିକ

ଗୋଆ : ଇଣ୍ଡିଗୋ ଫ୍ଲାଇଟରେ ମାଲିକ ଛୁ । ଅଗ୍ନିକାଣ୍ଡର ୬ ଘଣ୍ଟା ପରେ ଫୁକେଟ୍ ପଳାଇଲେ ୨ ମାଲିକ । ଦିଲ୍ଲୀର ଉଦ୍ୟୋଗପତି ସୌରଭ ଓ ଗୌରଭ ଲୁଥ୍ରା ରବିବାର ଭୋର ୫ଟା ୩୦ରେ ଇଣ୍ଡିଗୋ ଫ୍ଲାଇଟ (6E 1073)ରେ ଫୁକେଟ ପଳାଇଛନ୍ତି । ଏହି ଘଟଣାରେ କ୍ଲବ ମାଲିକଙ୍କ ବିରୋଧରେ ପରିଚାଳନାଗତ

ଭାରତୀୟ ଚାଉଳ ଉପରେ ଲାଗିବ ନୂଆ ଟାରିଫ, ସଙ୍କେତ ଦେଲେ ଟ୍ରମ୍ପ

ଆମେରିକା : ଟ୍ରମ୍ପଙ୍କ ନୂଆ ଚେତାବନୀ । ଭାରତୀୟ ଚାଉଳ ଓ କାନାଡାର ସାର ଉପରେ ଲାଗିପାରେ ଅଧିକ ଟ୍ୟାକ୍ସ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଚାଉଳ ଓ କାନାଡାର ସାର ଉପରେ ନୂଆ ଶୁଳ୍କ ବା ଟାରିଫ ଲଗାଇବା ନେଇ ସଙ୍କେତ ଦେଇଛନ୍ତି । ହ୍ୱାଇଟ୍ ହାଉସ୍ ରେ ଆମେରିକୀୟ

ଚାଉଳ ଯୋଗାଣ ବନ୍ଦ: ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସୁରଡ଼ା ପଞ୍ଚାୟତର ମହଗାଁ ଗାଁ। ଗ୍ରାମବାସୀ ମାନଙ୍କୁ ୩ ମାସ ହେଲା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ଚାଉଳ ପ୍ରଦାନ କରାଯାଇ ନାହିଁ।

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ ୫ବର୍ଷରେ ରାଜ୍ୟରେ ମୋଟ୍‌ ୩୦ଲକ୍ଷ ୮ହଜାର ୩୮୩ ପ୍ରସବ ହୋଇଛି । ସେଥିରୁ ସରକାରୀ ହସ୍ପିଟାଲରେ ସର୍ବାଧିକ ୨୩ଲକ୍ଷ ୬୯ହଜାରରୁ ଅଧିକ ପ୍ରସବ ହୋଇଛି । ଏହାସହିତ ସରକାରୀ ହସ୍ପିଟାଲରେ ୧୯ଲକ୍ଷ ୫୯ହଜାର ୯୧୮ନର୍ମାଲ ଡେଲିଭରୀ

ଏବେ ବଢ଼ିବନି ପାଚିକାଙ୍କ ଦରମା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଏବେ ବଢ଼ିବନି ପାଚିକାଙ୍କ ଦରମା । ପୂର୍ବରୁ ପାଚିକାମାନେ ମାସକୁ ୨ ହଜାର ଟଙ୍କା ଦରମା ପାଉଥିଲେ । ବିଜେପି ସରକାର ପାଚିକାଙ୍କ ଦରମା ୩ ହଜାର ଟଙ୍କାଙ୍କୁ ବୃଦ୍ଧି କରିଛନ୍ତି । ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ । ଦରମା ବୃଦ୍ଧି ପାଇଁ ବାରମ୍ବାର

ଫାଟିଲା ଗ୍ୟାସ ସିଲିଣ୍ଡର: ବର୍ତ୍ତିଗଲେ ପରିବାର

ଦେବଗଡ଼: ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର । ଅଳ୍ପକେ ବର୍ତ୍ତିଲେ ପରିବାର । ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳରେ ବିଳମ୍ବିତ ରାତିରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ରେ ପରିବାର କାହାର କ୍ଷତି ହୋଇ ନଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ବାରକୋଟ ଅଞ୍ଚଳର ଅନୂଲ୍ୟ

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ପରିବର୍ତ୍ତନ, ମାର୍ଚ୍ଚ ୧୧ରେ ହେବାକୁ ଥିବା ପରୀକ୍ଷା ମାର୍ଚ୍ଚ ୨୩ରେ ହେବ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ । ମାର୍ଚ୍ଚ ୧୧ ତାରିଖରେ ହେବାକୁ ଥିବା ପରୀକ୍ଷା ୨୩ ମାର୍ଚ୍ଚରେ ହେବ । ଓଡ଼ିଆ ପରୀକ୍ଷା ବ୍ୟତୀତ ଅନ୍ୟ ସବୁ ଭାଷାର ପରୀକ୍ଷା ମାର୍ଚ୍ଚ ୨୩ରେ ହେବ । ମାର୍ଚ୍ଚ

ବଢ଼ିଲା ଦରମା: ଭତ୍ତା ସହ ବାଚସ୍ପତି ଓ ଉପବାଚସ୍ପତି ପାଇ​‌ବେ ୪.୨୮ ଲକ୍ଷ

ଭୁବନେଶ୍ବର: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି ପାଇଛି। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ବଦଳରେ ୯୮ ହଜାରକୁ ବୃଦ୍ଧି ପାଇଥିବାବେଳେ ଉପବାଚସ୍ପତିଙ୍କ ଦରମା ୩୮ ହଜାରରୁ ୯୪ ହଜାରରୁ ବଢ଼ିଛି। ପୂର୍ବରୁ ବାଚସ୍ପତି ୪୦ ହଜାର ୫୦୦ ଟଙ୍କା ଦରମା

ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା

ଭୁବନେଶ୍ବର: ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ଏବଂ ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ସଂଶୋଧନ ବିଲ୍ ଗୃହୀତ ହେଲା। ବିଧାୟକଙ୍କ ଦରମା ୧ ଲକ୍ଷ ୧୧ ହଜାରରୁ ୨ ଲକ୍ଷ ୭୮ ହଜାର ଟଙ୍କା ହେଲା । ସେହିପରି

ଶେଷ ହେଲା ବିଧାନସଭା ଅଧିବେଶନ, ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ଗୃହ ବନ୍ଦ

ଭୁବନେଶ୍ବର : ସରିଲା ବିଧାନସଭା ଅଧିବେଶନ । ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ହେଲା ବିଧାନସଭା । ୧୮ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ । ମୋଟ ୧୧ ଦିନ ଚାଲିଲା ଶୀତ ଅଧିବେଶନର ଗୃହକାର୍ଯ୍ୟ । ସମସ୍ତଙ୍କ ଅନୁମୋଦନକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।