ତୁମ ଅନ୍ତ ନ ଦେଖିବା ଯାଏଁ ଜୀବିତ ରହିବି, ବିଜେପିକୁ ଟାର୍ଗେଟ କଲେ ମମତା ବାନାର୍ଜୀ

କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ପ୍ରମୁଖ ମମତା ବାନାର୍ଜୀ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି । ବିଜେପିର ଅନ୍ତ ଦେଖିବା ଯାଏଁ ଜୀବିତ ରହିବେ ବୋଲି କହିଛନ୍ତି । ବିଧାନସଭା ନିର୍ବାଚନ ୨୦୨୬ ବେଳେ ବିଜେପି କର୍ମୀ ତାଙ୍କ ଉପରେ କରିଥିବା ଟିପ୍ପଣୀକୁ

ଖାଇବର ପଖତୁନଖ୍ୱାରେ ଆତଙ୍କବାଦୀ ଆକ୍ରମଣ : ୩ ପୁଲିସ କର୍ମଚାରୀ ମୃତ, ୩୪ ଆହତ

ନୂଆଦିଲ୍ଳୀ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ବୁଧବାର ଘଟିଥିଲା ଦୁଇଟି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଅଧିକାରୀମାନଙ୍କ କହିବାନୁସାରେ, ଗୋଟିଏ ଆକ୍ରମଣ ଲୋଅର ଦିର ଜିଲ୍ଲାରେ ପୁଲିସ

ISROରେ ସଙ୍କଟ; ଇସ୍ତଫା ଦେଲେଣି ୧୦୦ରୁ ଅଧିକ ଅଭିଜ୍ଞ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତର ମହାକାଶ ମିଶନ ବର୍ତ୍ତମାନ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି। ପ୍ରତିବର୍ଷ, ଦେଶର ସବୁଠାରୁ ପ୍ରତିଷ୍ଠିତ ମହାକାଶ ସଂସ୍ଥା ISROରୁ ୧୦୦ରୁ ୧୨୦ ଜଣ ବୈଜ୍ଞାନିକ ଇସ୍ତଫା ଦେଉଥିବା ରିପୋର୍ଟରୁ ଜଣାପଡିଛି। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ଗତ କିଛି ମାସ ମଧ୍ୟରେ ଏହି

କାମ ସରିବାର ୬ ମାସ ମଧ୍ୟରେ ଦବିଗଲା ଜାତୀୟ ରାଜପଥ-୧୬ବିଷ୍ଣୁପୁର ସେତୁର ଆପ୍ରୋଚ୍ ରୋଡ୍

ଭଦ୍ରକ : ଭଦ୍ରକର ଜାତୀୟ ରାଜପଥ-୧୬ର ବିଷ୍ଣୁପୁର ସେତୁର ଆପ୍ରୋଚ୍ ରୋଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ମାତ୍ର ଛଅ ମାସ ମଧ୍ୟରେ ଧସିଯାଇଛି। ଏହି ରାସ୍ତା ଦେଇ ଚଳାଚଳ କରୁଥିବା ହଜାର ହଜାର ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ଭାରୀ ଯାନବାହନ ଚଳପ୍ରଚଳ କରୁଥିବାରୁ ଧନଜୀବନ

ଗଜପତି ଜିଲ୍ଲା ଓ ସେସନ୍‌ସ କୋର୍ଟକୁ ଇମେଲ୍‌ ଯୋଗେ ବୋମା ଧମକ

ପାରଳାଖେମୁଣ୍ଡି : ଗତକାଲି ରାଜ୍ୟରେ ଏକାଧିକ କୋର୍ଟକୁ ବେମାଧମକ ମିଳିଥିଲା। ଆଜି ଗଜପତି ଜିଲ୍ଲାରେ ଏହାର ପୁନରାବୃତ୍ତି ଘଟିଛି। ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ଓ ସେସନ୍‌ସ କୋର୍ଟକୁ ଇମେଲ୍‌ ଯୋଗେ ବୋମାଧମକ ମିଳିଛି। ଏହାପରେ ପୁଲିସ, ବୋମା ସ୍କ୍ବାଡ୍‌ ପକ୍ଷରୁ କୋର୍ଟ ପରିସରକୁ ତନ୍ନତନ୍ନ

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି : ଚେନ୍ନାଇରେ କାମ କରୁଥିବା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତର ଜାଙ୍ଗରୀତୁନ ଗ୍ରାମର ଅକ୍ଷୟ ଭୂୟାଁ (୨୨)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଅକ୍ଷୟ ଅଧିକ ରୋଜଗାରର କର୍ମସଂସ୍ଥାନ ନିମନ୍ତେ କିଛି ଦିନ ପୂର୍ବରୁ ଚେନ୍ନାଇ ଯାଇ

ଲଗାଣ ବର୍ଷାରେ କଣ୍ଟାବାଡ଼-ମଲ୍ଲିପଦର ରାସ୍ତା ଉପରେ ୩ ଫୁଟ୍ ପାଣି : ଯୋଗାଯୋଗ ବିଛିନ୍ନ

ବେଗୁନିଆ: ଅବିରତ ଅବିଶ୍ରାନ୍ତ ଏବଂ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କେଉଁଠି ଘର ଭିତରେ ଆଣ୍ଠିଏ ପାଣି ତ ଆଉ କେଉଁଠି ରାସ୍ତା ଉପରେ ତିନି ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଳକରେ ଲଗାଣ ବର୍ଷା ହେବା କାରଣରୁ ଜନଜୀବନ ଏକ ପ୍ରକାର

ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ଦୁଇ ଗୁରୁତର

ଜୟପୁର: ରଥଯାତ୍ରା ଚାଲିଥିବା ବେଳେ ଜୟପୁର ବ୍ଲକର ସିନ୍ଧିଗାଁରେ ଗୋଷ୍ଠୀ ସଂଘର୍ଷ। ଆକ୍ରମଣରେ ଅଭିନବ ଗାଦବାରଙ୍କ ମୃତ୍ୟୁ ହୋଇଛି। ଟୁକୁନା ଗାଦବା ସମେତ ଦୁଇ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ପ୍ରଥମେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଅଧିକ ଚିକିତ୍ସା ପାଇଁ ସହିଦ ଲକ୍ଷ୍ମଣ ନାୟକ

ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ, ଜଣେ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଚାନ୍ଦିଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଲଗାଣ ବର୍ଷା : ୨ ଦିନ ହେବ ପୁରୀରେ ଜାରି ରହିଛି ଜଳ ନିଷ୍କାସନ କାର୍ଯ୍ୟ

ପୁରୀ: ପୁରୀରେ ଲାଗି ରହିଛି ବର୍ଷା। ରଥଯାତ୍ରା ପୂର୍ବ ସନ୍ଧ୍ୟାରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁଁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁ ଓ ସ୍ଥାନୀୟ