ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ, ମହାନଦୀକୁ ଓହ୍ଲାଇବା ମନା

କଟକ : ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ । ଆଜି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୨ଲକ୍ଷ ୩୨ହଜାର ୩୮୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅଫ ଷ୍ଟ୍ରିମ ୮୨.୧୦ ଥିବାବେଳେ ଡାଉନ ଷ୍ଟ୍ରିମ ୭୯.

ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ ! ଅବସ୍ଥା ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ସହରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଲୋଚାପଡ଼ା ଅଞ୍ଚଳର ବାସୁଦେବନଗରରେ ଜଣେ ମହିଳା ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏହି ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି । ତାଙ୍କ ଶରୀରର ୬୦ ପ୍ରତିଶତ

୧୧ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତର ଆତ୍ମହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳର ଜଣେ ୧୧ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବାନ୍ଥପୁର ଗ୍ରାମର ଚଇ ପ୍ରଧାନ(୨୪) ଆତ୍ମହତ୍ୟା କରିଥିବା ଜଣାପଡିଛି। ଜୁଲାଇ ୭ ତାରିଖ ମଙ୍ଗଳବାର ଦିନ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଓଡ଼ଗାଁ ଥାନାରେ ହେବା ପରେ

ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ: ଥାନାରେ ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଚଡୟାପଲ୍ଲୀ ଗ୍ରାମର ଜଣେ ୭୫ବର୍ଷୀୟ ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ କରାଯାଇଛି ।ଅଭିଯୋଗକାରୀ ଛାଟିଆ ପ୍ରଧାନ (୭୫) ଙ୍କ କହିବା ଅନୁସାରେ, ମଙ୍ଗଳବାର ରାତି ୯.୩୦ ସମୟରେ ତାଙ୍କ

ମରଣ ଯନ୍ତା ପାଲଟିଛି କୋଟଗଡ ଠାରୁ ନରେନ୍ଦ୍ର ପୁର ରାସ୍ତା

ନୟାଗଡ଼,୦୯/୦୭(ନିସର୍ତ୍ତ) : ମରଣ ଯନ୍ତା ପାଲଟିଛି କୋଟଗଡ ଠାରୁ ନରେନ୍ଦ୍ର ପୁର ରାସ୍ତା । ସୂଚନା ମୁତାବକ ନୟାଗଡ ଜିଲ୍ଲା ରଣପୁର ବ୍ଲକ ପୂର୍ତ୍ତ ବିଭାଗ ପକ୍ଷରୁ କୋଟଗଡ ଗ୍ରାମ ଠାରୁ ରାଶୋଳ ଭାୟା ବଧୀପାଟଣା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରା ଯାଇଥିଲା। ଏହାର ଅଟକଳ ମୂଲ୍ୟ ୨ କୋଟି ୪୧ ଲକ୍ଷ

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାଁ କୁ ଗାଁ ବୁଲି ଲୋକ ସଚେତନତା କାର୍ଯ୍ୟକ୍ରମ କରାଇଲେ ବ୍ଲକ୍…

ନୟାଗଡ଼,୯/୭(ନିସର୍ତ୍ତ) : କେନ୍ଦ୍ର ସରକାରଙ୍କୁ ବାର ବର୍ଷ ଏବଂ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଗାଁ କୁ ଗାଁ ବୁଲି ଜନ ସଚେତନତା କରାଇଲେ ରଣପୁର ବ୍ଲକ ଚେୟାର ମ୍ୟାନ ନିର୍ମଳା ବେହେରା। ଏହି ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଅଞ୍ଚଳରେ ଜନ

ବିଡିଓ ଓ ବିଇଓଙ୍କ ହସ୍ତକ୍ଷେପ ପରେ ୨୧ ଦିନ ପରେ ଖୋଲିଲା ସ୍କୁଲ : ପୁଣି ଶ୍ରେଣୀଗୃହକୁ ଫେରିଲେ ଛାତ୍ରଛାତ୍ରୀ

ଉମରକୋଟ/ଝରିଗାଁ : ଦୀର୍ଘ ୨୧ ଦିନ ଧରି ଜନଆନ୍ଦୋଳନ ଯୋଗୁଁ ବନ୍ଦ ରହିଥିବା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶେଷରେ ଖୋଲିଛି। ଝରିଗାଁ ବିଡିଓ ମଧୁସୂଦନ ମାଝୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ

ଉତ୍କଳମେଲର ବରିଷ୍ଠ ସାମ୍ବାଦିକ ଦେବାଶିଷ ଦାଶଙ୍କ ମାତୃ ବିୟୋଗ

ଉମରକୋଟ/ରାଇଘର : ଉତ୍କଳମେଲର ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ନବରଙ୍ଗପୁର ଜିଲ୍ଲା ଉପସଭାପତି ଦେବାଶିଷ ଦାଶଙ୍କ ମାତୃଦେବୀ ଶୈଳବାଳା ଦାଶଙ୍କର ଗୁରୁବାର ସକାଳ ୭ଟା ୨୫ ମିନିଟ୍‌ରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ନିଜ ବାସଭବନରେ ପରଲୋକ ଘଟିଛି।

ଖୋଲିଲା ହୀରାକୁଦର ୧୦ଟି ଗେଟ୍

ସମ୍ବଲପୁର : ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା। ପରେ ଖୋଲିଲାଆଉ ୬ଟି ଗେଟ୍। ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବେଳେ ପୂର୍ବ ଘୋଷଣା ମୁତାବକ ଗୁରୁବାର ପୂର୍ବାହ୍ନ

ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ

ସୁନ୍ଦରଗଡ଼: ସୁନ୍ଦରଗଡ଼ କୁତ୍ରାରେ ଫୁଟିଲା ଗୁଳି । ଏକ ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର । ସୌଭାଗ୍ୟବଶତଃ ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଖତକୁର ବାହାଲରୁ ପଥର ବୋଝେଇ ଟ୍ରକ ନେଇ ଡ୍ରାଇଭର ବନାରସି ଓରାମ