ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡାମାଡ କଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ପୁଣି ତାତିଲେ ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବାସଭବନ ଘେରାଉ କରି ହଙ୍ଗାମା କରିଛନ୍ତି ଛାତ୍ର କଂଗ୍ରେସ । ଉତ୍କଳ ବିଶ୍ବବିଦ୍ୟାଳୟର ଆଡମିଶନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଘେରାଉ ସହ ମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କରିଛନ୍ତି ।

‘ଭାରତ ବିଶ୍ୱ ମହାଶକ୍ତି ହେବାକୁ ଯୋଗ୍ୟ’, ପ୍ରଶଂସାରେ ଶତମୁଖ ପୁଟିନ

ଭାରତ ପ୍ରଶଂସାରେ ଶତମୁଖ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଣିଥରେ ଭାରତର ପ୍ରଶଂସା କରି ପୁଟିନ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ତେଣୁ ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ

କଟକରେ ଲଜ୍ଜା: ଡିସିପି କହିଲେ ବ୍ଲାକମେଲକୁ ଭୟ କରନାହିଁ, ପୋଲିସଙ୍କୁ ଜଣାଅ

କଟକ: କଟକରେ ଲଜ୍ଜା । ବ୍ଲାକମେଲ କରି ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ତତ୍ପରତା ଦେଖାଇଛି କଟକ ବାରବାଟି ପୋଲିସ୍ । ସଙ୍ଗେ ସଙ୍ଗେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ୍ । ଏହାକୁ ନେଇ ପ୍ରେସମିଟ୍ କରି ଅଧିକ

ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୩୦ରୁ ଅଧିକ ଆହତ

ନୟାଗଡ଼: ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍, ଜଣେ ମୃତ ୩୦ରୁ ଅଧିକ ଆହତ ହୋଇଛନ୍ତି । ନୟାଗଡ଼ର ନୂଆଗାଁ ଥାନା ସୋରଡ଼ା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜୟ ମା’ ତାରିଣୀ ବସ୍ ରାଇକିଆରୁ ଭୁବନେଶ୍ବର ଆସିବା ସମୟରେ ନୂଆ ଗାଁ ଥାନା ସୋରଡା ଛକରେ ଏହି ଦୁର୍ଘଟଣା ଘଟିଛି ।  ଆହତଙ୍କ ମଧ୍ୟରେ

ଆମ୍ବ ଟାକୁଆ ଜାଉ ମୃତ୍ୟୁ ଘଟଣା; ‘ରିପୋର୍ଟ ଆସିଲେ ମୃତ୍ୟୁର କାରଣ ତର୍ଜମା କରାଯିବ’

ଭୁବନେଶ୍ଵର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାକୁ ନେଇ ଆସିଲା ବଡ଼ ଖବର । ରିପୋର୍ଟ ଆମର ହସ୍ତଗତ ହୋଇନି । ରାଜ୍ୟ ଫୋରେନସିକର ଯେଉଁ ରିପୋର୍ଟ ଗତକାଲି ଟିଭିରେ ଦେଖା ଯାଉଥିଲା, ତାହା ଜିଲ୍ଲା ରିପୋର୍ଟ । ଷ୍ଟେଟ

ସୁପ୍ରିମକୋର୍ଟରେ ଆଉ ରହିବନି ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’

ସୁପ୍ରିମକୋର୍ଟରେ ଆଉ ରହିବନି ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’। ଏହି ଶବ୍ଦର ସ୍ଥାନ ନେବ ‘ଆଂଶିକ ଅଦାଲତ କାର୍ଯ୍ୟ ଦିବସ’ । ନିଜ ନିୟମରେ ସଂଶୋଧନ କରି ସୁପ୍ରିମକୋର୍ଟ ପକ୍ଷରୁ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ମିଳିବ ଟଙ୍କା

ଭୁବନେଶ୍ବର: ଏଣିକି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଆଗୁଆ ଟଙ୍କା ମିଳିବ । ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ

ତହସିଲଦାରଙ୍କ ଗାଳିଗୁଲଜରେ ଚେତାଶୂନ୍ୟ RI, ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ମହିଳା ଆରଆଇଙ୍କୁ ଫୋନରେ ଘଷିପୁରା ତହସିଲଦାରଙ୍କ ଗାଳିଗୁଲଜ ଅଭିଯୋଗ । ଏଥିରେ ମହିଳା ଆରଆଇ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସ୍ୱାମୀ । ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟାରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ମହିଳା ରାଜସ୍ବ

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣା, ପୂଜକ ନିଲମ୍ବିତ

ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ସଭା ମନ୍ଦିରରେ ଥିବା ଭକ୍ତଙ୍କ ଉପରେ ଗତ ୩ ତାରିଖରେ ଖଲିସ୍ତାନୀଙ୍କ ଆକ୍ରମଣ ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

କଟକ: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ତେବେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ସହ ତାଙ୍କୁ ବ୍ଲାକମେଲିଂ କରି