ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା : ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୩ ଦେଶର ରାଷ୍ଟ୍ରଦୂତ ଉପସ୍ଥିତ

କଟକ : ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନେକ ବର୍ଷ ବ୍ୟବଧାନ ପରେ ଜଣେ ମୁଖ୍ୟମନ୍ତ୍ରୀ କଟକ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୧୩ଟି ଦେଶର…

ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ

ଭୁବନେଶ୍ୱର: ଆଜି ଜନତା ମୈଦାନରେ ରାଜ୍ୟସ୍ତରୀୟ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ…

ଦୁର୍ଦ୍ଦଶା ନାଟକର ସଫଳ ରୂପାୟନେ ଆଦିବାସୀ ଦର୍ଶକ ବିମୋହିତ…

ବ୍ରହ୍ମପୁର :ସୁହାନୀ କ୍ରିଏସନ୍, ସୁରଳ ପ୍ରଯୋଜିତ ଆଦିବାସୀ ଜନ ଜୀବନର ନିଚ୍ଛକ କାହାଣୀ ଆଧାରିତ ନାଟକ 'ଦୁର୍ଦ୍ଦଶା' ଭରପୁର ଆଦିବାସୀ ଦର୍ଶକଙ୍କୁ ବିମୁଗ୍ଧ କରିବାରେ ସକ୍ଷମ ହୋଇପାରିଛି। ଗଜପତି ଜିଲ୍ଲା ବଣ ଜଙ୍ଗଲ ଘେରା ପାହାଡି ଗ୍ରାମ ୱାଇ. ଏଙ୍ଗାରସିଂ ସ୍ଥିତ 'ଅଚ୍ୟୁତାନନ୍ଦ ଶୁନ୍ୟ…

ହଟିଲା କଟକଣା: ଶ୍ରୀମନ୍ଦିରକୁ ୪ ଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ

ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ପ୍ରବେଶ ନେଇ ଥିବା କଟକଣା ନେଇ ସଂସ୍କାର ଅଣାଯାଇଛି। ଏଣିକି ଭକ୍ତମାନେ ଶ୍ରୀମନ୍ଦିରର ଚାରି ଦ୍ବାର ଦେଇ ପ୍ରବେଶ କରିବେ। କିନ୍ତୁ ଫେରିବା ବେଳକୁ ସିଂହଦ୍ବାର ବ୍ୟତୀତ…

୧୦ ବର୍ଷ ଭିତରେ ଆଦିବାସୀ ପରିବାରଙ୍କ କଲ୍ୟାଣ ପାଇଁ ସରକାର ୫ ଗୁଣା ଖର୍ଚ୍ଚ ବଢାଇଛନ୍ତି : ନରେନ୍ଦ୍ର ମୋଦି

୧୦ ବର୍ଷ ଭିତରେ ଆଦିବାସୀ ପରିବାରଙ୍କ କଲ୍ୟାଣ ପାଇଁ ସରକାର ୫ ଗୁଣା ଖର୍ଚ୍ଚ ବଢାଇଛନ୍ତି। ୧୦ ବର୍ଷ ତଳେ ୨୫ ହଜାର କୋଟିରୁ କମ ଟଙ୍କା ଖର୍ଚ୍ଚ ହେଉଥିଲା। ସରକାର ଏହାକୁ ୫ ଗୁଣା ବଢାଇ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା କରିଥିବା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିର୍ସା…

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ: ଜଳାଶୟରେ ବୁଡ଼ିଗଲେ ୫ ନାବାଳକ-ନାବାଳିକା

ଭୁବନେଶ୍ବର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ସକାଳୁ ରାଜ୍ୟବ୍ୟାପି ଗାଁରୁ ସହର ଯାଏଁ ଶ୍ରଦ୍ଧାର ଡଙ୍ଗା ଭସାଯାଇଛି। ଏହି ଖୁସିର ପର୍ବରେ କିଛି ସ୍ଥାନରେ ଅଘଟଣ ଘଟିଛି, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କର ବୟସ ୩ରୁ ୧୨ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି। ପାଣିରୁ…

୮ ଘଣ୍ଟାର ଡିଜିଟାଲ ଆରେଷ୍ଟ କରି ନେଇଗଲେ ୧୦ କୋଟି ଟଙ୍କା

ସାଇବର ଠକେଇର ନୂଆ ଫଣ୍ଡା ଏବେ ଡିଜିଟାଲ ଆରେଷ୍ଟ ବା ଗିରଫଦାରୀ। ଠକମାନେ ବିଭିନ୍ନ ନିରୀହ ଲୋକଙ୍କୁ ଡିଜିଟାଲ ଆରେଷ୍ଟ ଜାଲରେ ଫସାଇ ସର୍ବସ୍ୱ ଲୁଟି ନେଉଛନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ପୁଣି ସାମ୍ନାକୁ ଆସିଛି। ଏଥର ସାଇବର ଠକଙ୍କ ଡିଜାଟାଲ ଆରେଷ୍ଟର ଶିକାର ହୋଇ ସବୁ କିଛି ହରାଇଛନ୍ତି…

ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି: ମନ୍ତ୍ରୀ

ମାଲକାନଗିରି: ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ତଥା ଏଠାରେ ବସବାସ କରୁଥିବା ଜନଜାତିଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବଦ୍ଧ ପରିକର। ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗର ୨୪ ଟି ନୂତନ କୋଠା…

ପରକୀୟା ପ୍ରିତି: ମାଆ ଆଗରେ ପୁଅଝିଅଙ୍କୁ ଚେଙ୍କ ଦେଲା ପ୍ରେମିକ

ଭୁବନେଶ୍ବର: ରାଜଧାନୀର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ମହାବୀର ନଗର ବସ୍ତି ଅଞ୍ଚଳରୁ ନଜରକୁ ଆସିଛି ଛାତିଥରା ଘଟଣା। ବାପାର ଅନୁପସ୍ଥିତିରେ ମାଆ ପର ପୁରୁଷ ସହ ସମ୍ପର୍କ ରଖିଥିଲା। ଏମିତିକି ସବୁଦିନ ଘରକୁ କରୁଥିଲା ଯିବା ଆସିବା ଯୁବକଜଣକ। ହେଲେ ଏହି ସବୁକୁ ବରଦାସ୍ତ କରି ପାରିଲେନି ଭାଇ…

ଦିଲ୍ଲୀରୁ ବିମାନ ଆସିବା ପରେ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି

ଝାରଖଣ୍ଡର ଦେଓଘର ଏୟାରପୋର୍ଟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ଦିଲ୍ଲୀ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରୁ ଗୋଟିଏ ସ୍ୱତନ୍ତ୍ର ବିମାନ ଦେଓଘର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦି ସେଥିରେ ଦିଲ୍ଲୀ ଫେରିଛନ୍ତି। ବାସ୍ତବରେ ମୋଦି ଯେଉଁ ବିମାରେ ଦେଓଘର…