ଦିଲ୍ଲୀ ସରକାର ମାଗିଲେ ୧୦ ହଜାର କୋଟି ଟଙ୍କା, କେନ୍ଦ୍ର ବଜେଟ୍‌ ପୂର୍ବରୁ ଏହି ଦାବି ରଖିଲେ ଅର୍ଥମନ୍ତ୍ରୀ ଆତିଶୀ

ଜାତୀୟ ରାଜଧାନୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କଠାରୁ ୧୦,୦୦୦ କୋଟି ଟଙ୍କା ମାଗିଛନ୍ତି ଦିଲ୍ଲୀ ସରକାରଙ୍କ ଅର୍ଥମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଯେ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କୁ ୨ ଲକ୍ଷ କୋଟି ଟଙ୍କାର ଟିକସ ମିଳୁଛି, କିନ୍ତୁ ଏହାର ପ୍ରତିବଦଳରେ ଦିଲ୍ଲୀକୁ କିଛି ମିଳୁ ନାହିଁ ।

ବଢ଼ିଲା ଆଇଏଏସ ପୂଜା ଖେଡକରଙ୍କ ଅଡ଼ୁଆ, ମାମଲା ରୁଜ୍ଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍

ବୈଜୟନ୍ତ ପଣ୍ଡା ହେଲେ ପାର୍ଲାମେଣ୍ଟ ବିଜନେସ୍ ଆଡଭାଇଜରୀ କମିଟି ସଦସ୍ୟ

ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଯେଉଁଥିରେ ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲା; ୪ ଡାକ୍ତରୀ ଛାତ୍ର ଗିରଫ

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲାରେ ୪ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି ସିବିଆଇ। ସଂପୃକ୍ତ ଅଭିଯୁକ୍ତମାନେ ବିହାର ପାଟନା ଏମ୍ସର ଡାକ୍ତରୀ ଛାତ୍ରମାନେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ୪ ଡାକ୍ତରୀ ଛାତ୍ର ଏମବିବିଏସ୍ ତୃତୀୟ ବର୍ଷର ଚନ୍ଦନ ସିଂ, ରାହୁଲ

ଗଛରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ, ୩ ଗୁରୁତର

ଯାଜପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ଜଣେ ରୋଗୀର ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରହମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ

ଓଡ଼ିଶାରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ, ଯୋଗ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପୁରୀ: ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ରାଷ୍ଟ୍ରୀୟ

ଭିମସାରରେ ଯୁବତୀଙ୍କ ଅସ୍ତ୍ରୋପଚାର: ମୁଣ୍ଡ ଭିତରୁ ବାହାର କରାଗଲା ୭୩ଟି ଇଞ୍ଜେକେସନ ଛୁଞ୍ଚି

ବଲାଙ୍ଗୀର : ମୁଣ୍ଡ ଭିତରୁ ବାହାରିଲା ପୁଳା ପୁଳା ଛୁଞ୍ଚି । ଯିଏ ଦେଖୁଛି ସିଏ ହତବାକ୍ । ଗୋଟିଏ କି ଦୁଇଟି ନୁହେଁ ଖପୁରୀ ଭିତରେ ଖଞ୍ଜା ହୋଇଥିଲା ୭୩ଟି ଇଞ୍ଜେକସନ୍ ଛୁଞ୍ଚି । ଅନ୍ଧବିଶ୍ୱାସର ଅଭାବନୀୟ କାହାଣୀ, ଆଉ ତାନ୍ତ୍ରିକର ଅଜବ ଚିକିତ୍ସା । ଡାକ୍ତରଖାନା ବେଡରେ ଶୋଇ ଯୁବତୀ

ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ଘୋଷଯାତ୍ରାର ଆଜି ହେଉଛି ଶେଷ ଦିବସ  l ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  l ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇଛନ୍ତି । ଚଳିତବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବାକୁ ଯାଉଛି  । ଆଡ଼ପ

ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର । ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲ୍ଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ଚେତାବନୀ ଦେଲା ଏସସିବି ହାଉସ୍ ସର୍ଜନ୍ ସଂଘ

କଟକ: ହାଉସ୍ ସର୍ଜନ୍ ସଂଘ ଓ ନର୍ସ ସଂଘ ବିବାଦ ସମ୍ପୂର୍ଣ୍ଣ ତୁଟୁନି। ଏଥିଲାଗି ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇପାରେ। ଏନେଇ ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଏସସିବି ହାଉସ୍ ସର୍ଜନ୍ ସଂଘ। ମିଳିଥିବା ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପୁଣି