ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ପ୍ରାର୍ଥୀ କୋଟିପତି; ସନା ସବୁଠୁ ଧନୀ, ଦ୍ୱିତୀୟରେ ସୌମ୍ୟ

ଭୁବନେଶ୍ବର : ଓଡ଼ିଶାରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା

ADR ରିପୋର୍ଟ: ୨ ପ୍ରାର୍ଥୀ ଆଦୌ ପାଠ ପଢ଼ିନାହାନ୍ତି

ଭୁବନେଶ୍ବର : ମେ’ ୨୫ ତାରିଖରେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିରେ ମୌଦାନକୁ ଓହ୍ଲାଇଛନ୍ତି ୩୮୩ ଜଣ ପ୍ରାର୍ଥୀ। ସେମାନଙ୍କ ଭିତରୁ ଦୁଇ ଜଣ ପ୍ରାର୍ଥୀ ଜୀବନରେ ଆଦୌ ପାଠ ପଢ଼ିନାହାନ୍ତି। ସେମାନେ ହେଲେ ରେଢାଖୋଲର ସ୍ୱାଧୀନ ପ୍ରାର୍ଥୀ ସଞ୍ଜୀତ କୁମାର ବାବଙ୍ଗା ଓ କେନ୍ଦୁଝର

ଛତିଶଗଡ଼ ପୁଲିସକୁ ପୁଣି ସଫଳତା: ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ପୁଣି ସଫଳତା। ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ବିଶେଷ ସୂତ୍ରରୁ ସୁକମା ପୁଲିସ ଖବର ପାଇଥିବା ଯେ ଏରୋବରା ଓ ପରାମପାଲୀ ଥାନା ଅଂଚଳରେ ନକ୍ସଲ ଗତିବିଧି ରହିଛି। ଏଠାରେ କୋଣ୍ଟା ଏରିଆ କମିଟିର ସଚିବ

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ

ଭୁବନେଶ୍ବର: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ

ବ୍ୟାପକ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ମହିଳାଙ୍କୁ ବିନା ମୂଲ୍ୟରେ ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା…

ଭୁବନେଶ୍ବର: ସାଧାରଣ ଜନତାଙ୍କର ସ୍ବାସ୍ଥ୍ୟର ଉନ୍ନତି ଓ ଅର୍ଥ ଚିନ୍ତାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଓଡ଼ିଶାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) ଲାଗୁ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ସରକାର ବଡ଼ ଉଦ୍ୟମ କରିଛନ୍ତି। ରାଜ୍ୟର

ଓଡ଼ିଶାରେ ଜବତ ହେଲାଣି ୭୩ କୋଟି ଟଙ୍କାର ନିଶାଦ୍ରବ୍ୟ ସମେତ ୨୫୪ କୋଟି ଟଙ୍କା

ଭୁବନେଶ୍ବର : ଆସନ୍ତା ସୋମବାର ରାଜ୍ୟରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ହେଲେ ଏଯାବତ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୭ କୋଟି ୧୮ ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି। ସେହିପରି ୭୩ କୋଟି ଟଙ୍କାର ଗଞ୍ଜେଇ, ବ୍ରାଉନସୁଗର

ପୁରୀରେ ରୋଡ୍ ଶୋ’ କରିବେ ମୋଦି

ପୁରୀ : ଆସନ୍ତାକାଲି ସନ୍ଧ୍ୟାରେ ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ ତାରିଖରେ ସକାଳ ୮ଟାରେ ପୁରୀରେ ସେ ରୋଡ୍‌ ଶୋ’ କରିବେ। ମହାପ୍ରଭୁଙ୍କ ଦର୍ଶନ କରି ସେ ରୋଡ୍‌ ଶୋ’ କରିବେ। ପୁରୀରେ ରୋଡ୍ ଶୋ’ କରି ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ। ସକାଳ

ରୋକ୍‌ଠୋକ୍‌ ଶୁଣାଇଦେଲେ ଗାଁ ଲୋକ; ଆମେ ଭୋଟ୍‌ ଦେବୁନି

କେନ୍ଦୁଝର : ଆଉ ୭ ଦିନ ପରେ ହେବ ଭୋଟ୍‌ ଗ୍ରହଣ। ତା’ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ଗାଁ ଲୋକେ। ରୋକ୍‌ଠୋକ୍‌ ଶୁଣାଇଦେଲେ। ଆଗାମୀ ନିର୍ବାଚନରେ ଆମେ ଭୋଟ୍‌ ଦେବୁନୁ। ଗାଁରେ ଥିବା ମୈଳିକ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଭୋଟ୍‌ ଦେବୁନୁ ବୋଲି ବୈଠକ କରି ଲୋକମାନେ ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ ସ୍ଥିତି କଥା କହି ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆଣିବାକୁ ଲୋକଙ୍କୁ ଅପଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଗୋଟିଏ ଶକ୍ତିଶାଳୀ (ଧକଡ଼) ସରକାର ଥିବାରୁ ପାକିସ୍ତାନ ଯେଉଁ ହାତରେ ବୋମା ଧରିଥିଲା,ଏବେ ଭିକ ମାଗିବା ପାଇଁ ଥାଳି ଧରିଥିବା ମୋଦି କହିଛନ୍ତି।

କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ, ବିଜେପି ୨୦୦ ଆସନ ବି ଜିତିପାରିବନି – ମମତା

କୋଲକାତା : କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ଇଣ୍ଡିଆ ମିଳିତ ମେଣ୍ଟ ଜିତିବ। କେନ୍ଦ୍ରରେ ଇଣ୍ଡିଆ ମିଳିତ ମେଣ୍ଟ କ୍ଷମତାକୁ ଆସିବ। ସେ ଦାବି କରିଛନ୍ତି ବିଜେପି ଏଥର ୨୦୦ ଆସନ ମଧ୍ୟ ଅତିକ୍ରମ କରିପାରିବ