ନିର୍ମାଣାଧୀନ ଏୟାର ଷ୍ଟ୍ରିପ ପରିଦର୍ଶନ କରି ସମୀକ୍ଷା କଲେ ରାଜ୍ୟସ୍ତରୀୟ ଅନୁଧ୍ୟାନକାରୀଦଳ…

ମାଲକାନଗିରି,୧୨।୧୨ : ଆଜି ମାଲକାନଗିରି ଜିଲ୍ଲାରେ ନିର୍ମାଣ ଧୀନ ଏୟାର ଷ୍ଟ୍ରିପ କାର୍ଯ୍ୟ ତଦାରଖ କରିଛନ୍ତି ଏକ ଟିମ । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ଉଡାଣ ଉଦ୍ୟୋଗର ଉପଦେଷ୍ଟା ସୁରେଶ ଚନ୍ଦ୍ର ହୋତା ଏବଂ ବାୟୁ ଯାତାୟତର ଏଜିଏମ ପ୍ରଦୀପ୍ତ କୁମାର ବେଜ ଏକ ସ୍ଵତନ୍ତ୍ର ହେଲିକେପ୍ଟର

ମଟର ସାଇକେଲ ଦୁର୍ଘଟଣା, ୪ ଜଣ ଆହତ

ଦାରିଙ୍ଗବାଡି,୧୨/୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ମୁଖ୍ୟ ରାସ୍ତା ଡବେରୀ ନିକଟ ବରଧାଡ଼ିରେ ଦୁଇଟି ମଟର ସାଇକେଲ ସନ୍ଧ୍ୟା ସମୟରେ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି । ଆହତ ମାନେ ହେଲେ ବଡିପଦର ଗ୍ରାମର ସୀମାଞ୍ଚଳ ପ୍ରଧାନ(୨୨) ଓ ଗ୍ରେଆଡ଼ି ଗ୍ରାମର ଲୋକନାଥ ପ୍ରଧାନ(୪୦)

ନୂଆ ଓଡିଶା ନବୀନ ଓଡିଶାର ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ମୁଖ୍ୟ ଅତିଥିଭାବେ ଟିକାବାଲି ପଂଚାୟତ ସମିତି ଅଧ୍ୟକ୍ଷ ଦିଲ୍ଲୀପ କଂହର ଯୋଗ ଦେଇ ନୂଆ ଓଡିଶା, ନବୀନ ଓଡିଶାର

ପ୍ରଚାର ପ୍ରସାର ଅଭାବରୁ ଅଧିକ ଲୋକପ୍ରିୟ ହୋଇପାରୁନାହିଁ ମାଲ୍ୟବନ୍ତ ମହୋତ୍ସବ…

ମାଲକାନଗିରି : ମାଲକାନଗିରିର ଜନଜାତୀୟ ମାନ୍ୟତା ପାଇଥିବା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଦୀର୍ଘ ଦିନ ବର୍ଷ ହେବ ପାଳିତ ହୋଇ ଆସୁଅଛି l ଜିଲ୍ଲାର ଲୁକାୟତ ପ୍ରତିଭା ତଥା ଜନଜାତୀୟ ଲୋକ କଳା ଏବଂ ହସ୍ତ ତନ୍ତର ପ୍ରସାର ଓ ପ୍ରଚାର କରିବା ମୂଳ ଉଦେଶ୍ୟ ରହିଥିବା ବେଳେ ଏହା ବହୁ ଆଡ଼ମ୍ବରରେ

ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ…

ମାଲକାନଗିରି : ମାଲକାନଗିରି ଜିଲ୍ଳାର ଜିଲ୍ଲାର କୋରୁକୋଣ୍ଡା ବ୍ଲକର ପୁରୁଣା ଚିମଟାପାଲ୍ଲୀ ଓ ଚିତାପାରୀ-୩ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହାକୁ କୋରୁକୋଣ୍ଡା ବ୍ଲକ ବିଡ଼ିଓ ଶିବ ପ୍ରସାଦ ପଟ୍ଟନାୟକ ଆନୁଷ୍ଠାନିକ ଭାବେ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଫିରିଙ୍ଗିଆ ବ୍ଲକ୍ ସଂଘ ଶାଖାର ପୁର୍ନଗଠନ

ଫୁଲବାଣୀ (୧୨/୧୨) : ଆଜି ଅପରାହ୍ନ ୪-୩୦ ମିନିଟ୍ ସମୟରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଓପିଏସ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଫିରିଙ୍ଗିଆ ବ୍ଲକ୍ ସଂଘ ଶାଖାର ପୁର୍ନଃଗଠନ ହୋଇଛି ।ଏହି ଶିକ୍ଷକ

ସରସ୍ବତୀ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡ଼ାପ୍ରତିଯୋଗିତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉନ୍ନୀତ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ବିଦ୍ୟାଭରତୀ ଶିକ୍ଷାବିକାଶ ସମିତି ଆନୁକୂଲ୍ୟରେ ସରସ୍ବତୀ ଶିଶୁ ମନ୍ଦିରର ଫୁଲବାଣୀ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ାପ୍ରତିଯୋଗିତା ହୋଇଯାଇଛି। ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରଦ୍ୟୁମ୍ନ ବିଶିଙ୍କ

ଅବ୍ୟବସ୍ଥାରେ ସରିଲା ଭୀମ ଭୋଇ ସାମର୍ଥ୍ୟ ଶିବିର…

ଦାରିଙ୍ଗବାଡି,୧୨/୧୨ : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ଗଦାଧର ପାତ୍ରଙ୍କ ନେତୃତ୍ୱ କ୍ରମେ ବିଏସଏସଓ କ୍ଷୀତିଶ ପ୍ରିୟଦର୍ଶୀ ସାହୁ ପରିଚାଳନା କରିଥିଲେ । ଏହି ଶିବିରରେ ୨୫୪ ଜଣ ରେଜିଷ୍ଟ୍ରେସନ କରିଥିଲେ ।

ବିଜେପିର ସାଂଗଠନିକ ବୈଠକ…

ବ୍ରହ୍ମପୁର, ୧୨/୧୨ : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ସମସ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲା ପଦାଧିକାରୀ ମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଭାରତୀୟ ବିକାଶ ପରିଷଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ

ଏକକାଳୀନ ୩ହଜାର ବ୍ୟକ୍ତିଙ୍କ ପାଇଁ ଧ୍ୟାନ ଯୋଗ କେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସର୍ବାଧିକ ବଜେଟ୍‌ରେ ନିର୍ମିତ ହେଉଛି ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର। ବୃହତ୍ତର ପାର୍କିଂ ସମସ୍ୟା ଦୂର କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ତେବେ ଯୋଗ, ପ୍ରାଣାୟମ ଓ ଧ୍ୟାନର ବିଶାଳ କ୍ଷେତ୍ର ପାଲଟିବ ଏହି…