କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ, ଦୁଇ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି | ରାଉରକେଲାର କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି | ସମସ୍ତ ଛାତ୍ର ବାସନ୍ତୀ କଲୋନି ଡ଼ିଏଭି ସ୍କୁଲ ଛାତ୍ର | ସମସ୍ତଙ୍କ ଘର ଲେବରଟେନମେଣ୍ଟରେ l

ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶୁକ୍ରବାର ମଧ୍ୟରାତ୍ରରେ ପଶ୍ଚିମ-ଉତ୍ତର-ପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍‌’ ପାଲଟିବ ବୋଲି

ବିଜେଡି ସରକାର ବିଫଳତାକୁ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ ଦଳ: ପିସିସି ସଭାପତି…

ଭୁବନେଶ୍ୱର: ବିଜେଡି ସରକାର ବିଫଳତାକୁ ପ୍ରସଙ୍ଗ କରି ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ ଦଳ | ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତି ହୋଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ | ଏହା ସହ ବିଜେଡିକୁ ଟାର୍ଗେଟ କରି ପିସିସି ସଭାପତି କହିଛନ୍ତି ସାଧାରଣ

ଚାକିରିରୁ ବିଦା ହେଲେ କୁବେର ଆଇଆଇସି…

ଭୁବନେଶ୍ୱର: ଚାକିରିରୁ ବହିଷ୍କୃତ ହେଲେ କୁବେର ଆଇଆଇସି ସୁଶାନ୍ତ ଶତପଥୀ । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଡିଜିପି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ସାରିଛନ୍ତି ସୁଶାନ୍ତ

ବାଲିଯାତ୍ରାରେ କାମ କରୁନି ମୋବାଇଲ ନେଟୱର୍କ, ହୋଇପାରୁନି ୟୁପିଆଇ ପେମେଣ୍ଟ…

କଟକ : ଜମୁଛି କଟକ ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାରେ କିଣାକିଣି ସାଙ୍ଗକୁ ବୁଲାବୁଲି ସହ ଚଟପଟା ଖାଦ୍ୟର ମଜା ନେଉଛନ୍ତି ଲୋକେ। ତେବେ ବାଲିଯାତ୍ରାରେ ଫେଲ ମାରିଛି ମୋବାଇଲ ନେଟୱର୍କ। ଇଣ୍ଟରନେଟ ତ ଦୂରର କଥା ମୋବାଇଲ ଫୋନରେ କଥା ମଧ୍ୟ ସମ୍ଭବ ହୋଇପାରୁନି। ଫଳରେ ନାନା ଅସୁବିଧାର

ଓଡ଼ିଶାରେ କମୁଛି ଏଡ୍‌‌ସ ରୋଗୀଙ୍କ ସଂଖ୍ୟା, ୨୦୩୦ ମସିହା ସୁଦ୍ଧା ଦେଶକୁ ଏଡ୍‌‌ସ ମୁକ୍ତ କରିବାଲକ୍ଷ୍ୟ…

ପାରାଦୀପ : ୨୦୩୦ ମସିହା ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଏଡ୍‌‌ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ ଫଳରେ ଓଡ଼ିଶାରେ ଏଡ୍‌‌ସ ରୋଗୀଙ୍କ ସଂଖ୍ୟା କମିଛି। ପୂର୍ବାପେକ୍ଷା ପ୍ରତିବର୍ଷ ରାଜ୍ୟରେ କମ୍‌‌ସଂଖ୍ୟକ ଏଡ୍‌‌ସ ରୋଗୀ

ଅଧିକ ସମୟ ଦେବାକୁ ସରକାରଙ୍କ ଆବେଦନ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ କମିଶନ୍‌ଙ୍କ ରିପୋର୍ଟ ସାର୍ବଜନୀନ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଶୁକ୍ରବାର ହୋଇଛି। ରାଜ୍ୟ ସରକାର ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଦେବାକୁ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି।

ଆଉ ୩ ସ୍ଥାନରେ ଆରମ୍ଭହେଲା ‘ଇକୋ ରିଟ୍ରିଟ୍‌’…

ଭୁବନେଶ୍ୱର : ଓଡିଶା ପର୍ଯ୍ୟଟନର ଶ୍ରେଷ୍ଠ ତିନୋଟି ଫ୍ଲାଗ୍‌ସିପ ଇଭେଣ୍ଟ ତଥା ଇକୋ ରିଟ୍ରିଟ୍‌ର ପଞ୍ଚମ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଏହି କ୍ରମରେ ରାଜ୍ୟର ୩ଟି ସ୍ଥାନ କୋଣାର୍କ, ଗଞ୍ଜାମର ସୋନାପୁର ଓ ଭିତରକନିକାରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍‌। ଏଥିସହ

ନୂଆପଡ଼ାରେ ପୁଣି ମାଓ ବ୍ୟାନର୍: ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଚ୍ୟାଲେଞ୍ଜ କଲେ ମାଓବାଦୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କିଛି ମାସ ବ୍ୟବଧାନ ପରେ ପୁଣି ମାଓବାଦୀମାନେ ଖୁଲମଖୁଲା ପୁଲିସ ଓ ଜିଲ୍ଲା ପ୍ରଶାସନକୁ ଚ୍ୟାଲେଞ୍ଜ କରି ନିଜର ଉପସ୍ଥିତି ଜାହିର କରିଛନ୍ତି। ଗତରାତ୍ରିରେ ନୂଆପଡ଼ା ଥାନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠରୁ ମାତ୍ର ୭କିମି ଦୂର ସାରାବଙ୍ଗ ଗାଁର

ଆସିଲା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ…

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେଉଥିବା ଶ୍ରୀରାମ ମନ୍ଦିରରେ ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ସମାରୋହ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସମାରୋହ ପାଇଁ ସାରାଦେଶରୁ ପ୍ରାୟ ୬ ହଜାର ଲୋକଙ୍କୁ