ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଶ୍ରୀନଗର:ଆଜିଠୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ଶୁକ୍ରବାର ଜମ୍ମୁକଶ୍ମୀର ଉପରାଜ୍ୟପାଳ  ମନୋଜ ସିଂହ୍ନା ଜମ୍ମୁ ବେସ କ୍ୟାମ୍ପର ଯାତ୍ରୀ ନିବାସରେ ପତାକା ଦେଖାଇ ପ୍ରଥମ ଯାତ୍ରା ଆରମ୍ଭ କରିଥିବା ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଥମ ବ୍ୟାଚରେ ୪୮୮ ତୀର୍ଥଯାତ୍ରୀ ଅମରନାଥ ଦର୍ଶନରେ

ଯାତ୍ରୀବାହୀ ବସ୍‌ ଓଲଟି ଲାଗିଗଲା ନିଆଁ, ୨୫ ଜୀବନ୍ତ ଦଗ୍ଧ

ନିଃସର୍ତ୍ତ ଅଫିସ : ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଢାନାରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ବସ୍‌ରେ ନିଆଁ ଲାଗିଯିବାରୁ ଶୋଇଥିବା ଅବସ୍ଥାରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି। ବସ୍‌ଟି ନାଗପୁରରୁ ପୁଣେ ଅଭିମୁଖେ

ସିନ୍ଦେ କ୍ୟାମ୍ପରେ ଯୋଗଦେବେ ଆଦିତ୍ୟ ଠାକରେଙ୍କ ସହଯୋଗୀ…!

ନିଃସର୍ତ୍ତ ଅଫିସ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ ତାଙ୍କର ଯୁବ ସେନାକୁ ଶକ୍ତ ଝଟକା ଲାଗିଛି। ଆଦିତ୍ୟଙ୍କ ଘନିଷ୍ଠ ସହଯୋଗୀ ରାହୁଲ କାନାଲ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେବାକୁ ଯାଉଛନ୍ତି। ଆଜି ହିଁ ରାହୁଲ ମୁମ୍ବାଇରେ

ବାହନାଗା ଦୁର୍ଘଟଣା: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ହଟାଇଲା କେନ୍ଦ୍ର

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଘଟିଥିହା ଲୋମହର୍ଷଣକାରୀ ଟ୍ରେନ୍ ଦୁର୍ଘଟଣାକୁ ମାସେ ପୂରିବାରୁ ଗୋଟିଏ ଦିନ ବାକି ରହିଛି। ଏହା ପୂର୍ବରୁ ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ

ଟ୍ରକକୁ ଧକ୍କା ଦେଲା ଓଏସଆରଟିସି ବସ୍: ୮ ଆହତ, ୩ ଗୁରୁତର

କୁଚିଣ୍ଡା: ରାତି ବେଳେ ପୁଣି ବସ ଦୁର୍ଘଟଣାର ଶିକାର। କେନ୍ଦୁଝରରୁ ବଲାଙ୍ଗୀର ଯାଉଥିବା ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ରାସ୍ତା କଡରେ ଟ୍ରକଟି ଛିଡା ହୋଇଥିବା ବେଳେ ବସଟି ପିଟି ହୋଇଯାଇଥିଲା। ତେଣୁ ଦୁର୍ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ

ଜଳେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ବିବାଦ; ପୁଜାରୀଙ୍କ ମୁଣ୍ଡ ଫଟାଇଲେ,ଥାନାରେ ମାମଲା

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜଲେଶ୍ୱର ମନ୍ଦିର ଟଙ୍କା ବଣ୍ଟାକୁ ନେଇ ନେଇ ତୁମୁଳ କାଣ୍ଡ ହୋଇଛି । ଜଣେ ପୂଜରୀଙ୍କୁ ସମ୍ପୃକ ମନ୍ଦିରର ଅନ୍ୟ ଜଣେ ପୁଜାରୀ ଏବଂ ତାଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିଛନ୍ତି । ଏପରିକି ଘରେ ପଶି ଆସିବାବ ପତ୍ର ଭାଙ୍ଗି ଦେଇଛନ୍ତି ।

ଓଡ଼ିଶାକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅନୁଦାନ ପଠାଇଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ୧୯ଟି ରାଜ୍ୟ ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍) ଅନ୍ତର୍ଗତ ୬,୧୯୪.୪୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ରାଶିରେ ୧ ହଜାର ୨୦୯ କୋଟି ଟଙ୍କା ସାମିଲ ରହିଛି। ଛତିଶଗଡ଼,

ଓଡ଼ିଶାକୁ ନାନୋ ୟୁରିଆ ନଦିଆଯାଇ ପାରମ୍ପରିକ ୟୁରିଆ ଦିଆଯାଉ: ମନ୍ତ୍ରୀ ରାଜା ସ୍ୱାଇଁ

ଭୁବନେଶ୍ୱର: ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବାରେ ସହାୟତା କରିବା ପାଇଁ ରାଜ୍ୟକୁ ୪ ଲକ୍ଷ ଟନ୍ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ମିଳିଛି ୨୨ ହଜାର ୫୦୦ ମେଟ୍ରିକ ଟନ୍ ସାର। ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ଅଧ୍ୟକ୍ଷତାରେ

ମୌସୁମୀ ଅଧିବେଶନରେ ଆଗତ ହେବ ୟୁସିସି ବିଲ୍‌

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ତୃତୀୟ ସପ୍ତାହରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନରେ ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌ ଆଗତ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିଲ୍‌କୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପଠାଯିବ। କମିଟି ବିଲ୍‌ ସଂକ୍ରାନ୍ତ ବିଭିନ୍ନ

ଫ୍ରାନ୍ସରେ ଦଙ୍ଗା ସ୍ଥିତି ଅଣାୟତ୍ତ, ୪୫ ହଜାର ସୁରକ୍ଷାକର୍ମୀ ମୁତୟନ

ନିଃସର୍ତ୍ତ ଅଫିସ : ୟୁରୋପୀ ଦେଶ ଫ୍ରାନ୍ସରେ ୪ ଦିନ ହେଲା ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି। ଯୁବ ଦଙ୍ଗାକାରୀମାନେ ପୁଲିସ୍‌ ଅଧିକାରୀଙ୍କ ସହ ଲଢ଼େଇ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି। ସେମାନେ ଆପଲ ରିଟେଲ ଷ୍ଟୋର ଠାରୁ ଆରମ୍ଭ କରି ବିଭିନ୍ନ