ନିଶା ଔଷଧ ଦେଇ ମହିଳାଙ୍କଠୁ ୨୫ ହଜାର ଟଙ୍କା ଲୁଟିନେଲା ଅଟୋ ଡ୍ରାଇଭର

କାମାକ୍ଷାନଗର : ନିଶା ଦେଇ ମହିଳାଙ୍କଠୁ ଲୁଟ୍‌। ଜୋର ଜବରଦସ୍ତ ନିଶା ଔଷଧ ଦେଇ ମହିଳାଙ୍କଠୁ ଲୁଟିନେଲେ ୨୫ ହଜାର ଟଙ୍କା । କାମାକ୍ଷାନଗର ମାଳାପୁରା ଦେହୁରୀସାହିର କୈଳାଶ ଦେହୁରୀଙ୍କ ପତ୍ନୀ ମିନିକା ଦେହୁରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।

ସ୍କୁଟିକୁ ଧକ୍କା ଦେଲା ବସ୍: ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସାରୁ ଛକ ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା । ଫଳରେ ଏଥିରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି  । ମୃତ ଯୁବକ ହେଉଛନ୍ତି ହିଞ୍ଜିଳିକାଟୁର ରୋଶନ ବେହେରା ବୋଲି ଜଣାପଡିଛି ।

ମାଟ୍ରିକ ରେଜଲ୍ଟ: ଛାତ୍ରୀ ଆଗୁଆ, ୩,୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ

କଟକ: ଆଜି ପୂର୍ବାହ୍ନ ୧୦ଟାରେ ମାଟ୍ରିକ ରେଜଲ୍ଟ ବାହାରିଥିବା ବେଳେ ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ରେଜଲ୍ଟ ବେଶ୍‌ ଭଲ ହୋଇଥିବା ବେଳେ ଛାତ୍ରଙ୍କ ତୁଳନାରେ ଆଗରେ ଅଛନ୍ତି ଛାତ୍ରୀ। ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪% ରହିଛି। ଏଥିସହ କଟକ ଓ

ପୁଣି ଥରେ ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି

କଟକ: ପୁଣି ଥାନାର ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି । କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି । ୨୦୨୦ରେ ଏକ ଘଟଣାରେ ଏତଲା ଦେଇଛନ୍ତି ଅନୁଭବ । ଏତଲା ପରେ ମାମଲା ରୁଜୁ କରିଛି ପୋଲିସ । କିଛି ସାମାଜିକ କର୍ମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅନୁଭବ । ରେ ଦର୍ଶାଇଛନ୍ତି

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ ହାର ୯୬.୪%

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଫଳ ଘୋଷଣା କରିଛନ୍ତି। ଏଥର ପାସ୍ ହାର ୯୬.୪% ରହିଛି। ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ

ଡାକ୍ତର ବୀରେନ ନାୟକ ଙ୍କ ୫୯ ବର୍ଷ ବୟସ ରେ ହାଇଦ୍ରାବାଦ ଠାରେ ଅକାଳ ବିୟୋଗ : ସମଗ୍ର ଦକ୍ଷିଣ ଓଡିଶା ରେ ଶୋକର ଛାୟା…

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲା ର ଲୋକ ପ୍ରିୟ ଡାକ୍ତର ବୀରେନ ନାୟକ ଙ୍କ ୫୯ ବର୍ଷ ବୟସ ରେ ହାଇଦ୍ରାବାଦ ଠାରେ ଅକାଳ ବିୟୋଗ ଘଟିଛି। ସେ ଅନେକ ଦିନ ହେଲା କର୍କଟ ରୋଗରେ ପୀଡିତ ଥିଲେ ସେ ହାଇଦ୍ରାବାଦ ର NIMS ରେ ଚିକିତ୍ସା ହେଉ ଥିଲେ ଯାହାକି ଆଜି ସକାଳୁ ତାଙ୍କର

ହୃଦଘାତରେ ସାମ୍ବାଦିକଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ନନ୍ଦିଘୋଷ ଟିଭି ପ୍ରତିନିଧି କୁନାଲ ବେହେରା ମାତ୍ର ୩୭ ବର୍ଷ ବୟସରେ ହୃଦଘାତରେ ପ୍ରାଣ ହରାଇଛନ୍ତି l ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର କୁନାଲ ଙ୍କ ଛାତିରେ ସାମାନ୍ୟ

ସାହାଯ୍ୟକାରୀକୁ ସାହାଯ୍ୟ

ଫୁଲବାଣୀ :  ଆଜି କିଟ୍‌ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡାଃ ଅଚ୍ୟୁତ ସାମନ୍ତଙ୍କ ନିଜସ୍ଵ କାର୍ଯ୍ୟ କ୍ରମ ୧୦ମ ଆର୍ଟ ଅଫ ଗିଭିଙ୍ଗ କନ୍ଧମାଳର ପ୍ରତି ବ୍ଲକ ସହ ଫୁଲବାଣୀ ପୌର ପରିଷଦରେ ପାଳିତ ହୋଇଯାଇଛି । ଯେଉଁମାନେ ପ୍ରତିଦିନ ସମାଜକୁ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ସାହାଯ୍ୟ

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଦାମୀଫୁଲ ଚାଷ କରିବା ପାଇଁ ଫ୍ଲୋରେନ୍ସ ଫ୍ଲୋରା ମାର୍କେଟିଂ ବାଙ୍ଗାଲୋର ଓ ଗଞ୍ଜାମ ଜିଲ୍ଲା…

ଛତ୍ରପୁର (୧୭.୦୫) : ଗଞ୍ଜାମ ଜିଲ୍ଲାରେ ଫୁଲଚାଷ ପାଇଁ ଅନୁକୁଳ ଜଳବାୟୁ ଓ ଉର୍ବର ମୃତ୍ତିକା ରହିଛି । ଏହାର ସଦୁପଯୋଗ ହୋଇ ପାରିଲେ ଜିଲ୍ଲାର ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇ ପାରିବା ସହ କର୍ମ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇ ପାରିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା

ସ୍କୁଟି ଉପରେ ଚଢ଼ିଗଲା ଘରୋଇ ଯାତ୍ରୀବାହୀ ବସ୍ , ଜଣେ ମୃତ ଓ ଜଣେ ଗୁରୁତର

ହିଞ୍ଜିଳିକାଟୁ (୧୭।୫) : ସ୍କୁଟି ଉପରେ ମାଡ଼ିଗଲା ଘରୋଇ ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ସ୍କୁଟି ଚଳାଉ ଥିବା ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଯୁବକ ଗୁରୁତର ହୋଇଛନ୍ତି । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଓ ସମରଝୋଳ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଆଗରେ ଵୁଧବାର