ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା:ଖୁବ୍‌ଶୀଘ୍ର ଖୋଲିବ ହତ୍ୟାକାଣ୍ଡର ଗୁମର

ଭୁବନେଶ୍ବର : ରାଉରକେଲାରୁ ନିରାଶ, ଭୁବନେଶ୍ୱରରେ ଖିଅ ଖୋଜା । ଭୁବନେଶ୍ୱରରେ ଧାନବାଦ ଏକ୍ସପ୍ରେସ ଟଏଲେଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏଯାଏ ମିଳିନି ପରିଚୟ । ରାଉରକେଲାରେ ତନାଘନା ପରେ ଜିଆରପିକୁ ବଡ଼ ସୁରାକ ମିଳିଲାନି । ଅନୁମାନ କରାଯାଉଛି, ଭୁନେଶ୍ୱରରେ ମହିଳାଙ୍କୁ ହତ୍ୟା

ପ୍ରଥମଥର କର୍ଣ୍ଣାଟକାରେ ସୋନିଆଙ୍କ ପ୍ରଚାର: କହିଲେ- ବିଜେପିର ଲୁଟ ବନ୍ଦ ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ

ବେଙ୍ଗାଲୁରୁ : ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରେ ଆଜି ପ୍ରଥମଥର ପାଇଁ ପ୍ରଚାର କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି। ସେ ନିଜର ପ୍ରଥମ କର୍ଣ୍ଣାଟକା ନିର୍ବାଚନ ପ୍ରଚାରରେ ବିଜେପି ଉପରେ ବର୍ଷିବା ସହ କଂଗ୍ରେସକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ବିଜେପିର

ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଓୱେସି; କହିଲେ- ଆପଣଙ୍କଠାରୁ ଏଭଳି ଆଶା ରଖିନଥିଲି

ବେଙ୍ଗାଲୁରୁ : ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ପାଇଁ ଶନିବାର ସୋନିଆ ଗାନ୍ଧି ନିର୍ବାଚନ ପ୍ରଚାର କରିବା ପରେ ତାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି। ଗତକାଲି କର୍ଣ୍ଣାଟକାର ହୁବଲୀରେ

କୁଖ୍ୟାତ ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ

ମାଲକାନଗିରି : କୁଖ୍ୟାତ ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ । ହିଡମା ସହଯୋଗୀ ଟପ୍‌ ମାଓ ନେତା ବସନ୍ତ ଅରଫ ସମଲୁର ମୃତ୍ୟୁ । ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମୃତ୍ୟୁ ହୋଇଥିବା ମାଓ ସଂଗଠନର ପ୍ରବକ୍ତା ସମତା ଏକ ପ୍ରେସନୋଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି । ଟପ୍‌ ମାଓ ନେତା ହିଡମା

ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ଧରିଲା ଇଡ଼ି, ରାକେଟ୍‌ରେ ନେତା-ପ୍ରଶାସକ

ରାୟପୁର : ଛତିଶଗଡ଼ରେ ୨୦୦୦ କୋଟି ଟଙ୍କା ମଦ ଦୁର୍ନୀତି ମାମଲାରେ ଇଡି ଗିରଫଦାରୀ ଜୋରଦାର କରିଛି। କଂଗ୍ରେସ ନେତା ତଥା ରାୟପୁର ନଗରପାଳ ଏଜାଜ ଦେବରଙ୍କ ଭାଇ ଅନୱର ଧେବରଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ସେ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। ଶନିବାର

ପିକ୍‌ଅପରେ ବସି ବାହାଘର ଉତ୍ସବକୁ ଯାଉଥିଲେ, ଟ୍ରକ୍‌ ଚଢ଼ି ଯିବାରୁ ୮ ମୃତ ଓ ୧୫ ଆହତ

ଲକ୍ଷ୍ନୌ : ଏକ ଯାତ୍ରୀବାହୀ ପିକ୍‌ଅପ୍‌କୁ ଦୃତଗତିରେ ଯାଉଥିବା ଟ୍ରକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେକି ୧୫ ଜଣ ଲୋକ ଗୁରୁତର ହୋଇଛନ୍ତି। ମୃତଙ୍କ ଭିତରେ ଜଣେ ଶିଶୁ ରହିଛି। ଆଜି ଉତ୍ତରପ୍ରଦେଶ ମୋରଦାବାଦ୍‌ ଅନ୍ତର୍ଗତ ଦଳପାଟପୁର-କାଶୀପୁର ରାସ୍ତାର

ଆସନ୍ତା ଗଣତନ୍ତ୍ର ଦିବସରେ କେବଳ ମହିଳା କରିବେ ପରେଡ୍

ନୂଆଦିଲ୍ଲୀ : ଆସନ୍ତା ବର୍ଷ ୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଇତିହାସରେ ଏକ ବିଶେଷ ଦିନଟିଏ ହେବାକୁ ଯାଉଛି। ଗଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ କେବଳ ମହିଳା ଯବାନମାନଙ୍କୁ ପରେଡ୍‌ କରିବା ଦେଖିବାକୁ ମିଳିବ। ଏହାଛଡ଼ା ମାର୍ଚ୍ଚିଂ ଓ ସଂସ୍କୃତିକ

ନୟାପଲ୍ଲୀ ବେହେରା ସାହି ଲେଡିଜ୍‌ ହଷ୍ଟେଲରେ ଗୁଣ୍ଡାଗର୍ଦ୍ଦି ଘଟଣା: ସିସିଟିଭି ଫୁଟେଜ୍‌ ଆଧାରରେ ତିନି ଜଣ ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିରେ ଲେଡିଜ୍‌ ହଷ୍ଟେଲରେ ଗୁଣ୍ଡାଗର୍ଦ୍ଦି ଘଟଣାରେ ୩ ଜଣ ଅଟକ । ସିସିଟିଭି ଫୁଟେଜ୍‌ ଆଧାରରେ ତିନି ଜଣଙ୍କୁ ଅଟକ ରଖିଛି ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କୁ ପଚରାଉଚରା ଚାଲିଛି । ଲେଡିଜ୍‌ ହଷ୍ଟେଲରେ ଗଣ୍ଡଗୋଳ ଓ ମାରପିଟ୍‌ ଘଟଣାରେ

ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରେ ମରଣାନ୍ତକ ଆକ୍ରମଣ, ମହିଳା ଏଏସଆଇ ଗୁରୁତର

ତିର୍ତ୍ତୋଲ: ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା । ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରୋଳ ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଛି । ଏକ ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ । ଏତିକିବେଳେ ପୋଲିସ ଟିମ

ଆସନ୍ତାକାଲି ଇଭିଏମ୍ ସହ ବୁଥ୍ ଯିବେ ପୋଲିଂ ଅଧିକାରୀ, ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ

ଝାରସୁଗୁଡା: ଦୁଇ ଦିନ ପରେ ଝାରସୁଗୁଡ଼ା ଉପନିର୍ବାଚନ । ଶୃଙ୍ଖଳିତ ମତଦାନ ନେଇ ସବୁ ପ୍ରକାର ପ୍ରସ୍ତୁତି କରୁଛି ପ୍ରଶାସନ । ଆସନ୍ତାକାଲି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ । ଭୋଟ୍‌ ଗ୍ରହଣ ପରେ ୧୦ ତାରିଖରେ ଫେରିବେ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୫୩ ବୁଥ ରହିଛି । ପ୍ରାୟ