ମାର୍ଚ୍ଚ ୧୩ରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ…

ନୂଆଦିଲ୍ଲୀ :ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୭ଟି କାର୍ଯ୍ୟ ଦିବସ ରହିବ। ଏହା ଆସନ୍ତା ମାସ ଅର୍ଥାତ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏକ ମାସର ବ୍ୟବଧାନ ପରେ ବଜେଟ୍ ଅଧିବେଶନ ପୁଣି ଆରମ୍ଭ ହେବାକୁ

ମାଟ୍ରିକ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ…

ଭୁବନେଶ୍ୱର: ଶିକ୍ଷାବ୍ୟବସ୍ଥାକୁ ମଜବୁତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ଭିତରେ କିନ୍ତୁ ଚଳିତ ମାଟ୍ରିକ ପରୀକ୍ଷାରେ ୧୫ ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା ଚିନ୍ତାର କାରଣ ବଢ଼ାଇଛି। ସେହିପରି ସମ୍ମେଟିଭ ଓ୍ୱାନ ପରୀକ୍ଷାରେ ୧୩ ହଜାର ପରୀକ୍ଷାର୍ଥୀ

ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି। ସଦର ଥାନା ଅନ୍ତର୍ଗତ ଏକ ଘରୋଇ କୋଚିଂ ସେଣ୍ଟର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁବ୍ରତ ମୁଦୁଲି। ସେ କଂସାରି ପଞ୍ଚାୟତର ଫୋରଡ଼ ଗାଁର ସୁବାସ ମୁଦୁଲିଙ୍କ ପୁଅ।

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ…

ରାଜନଗର : ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି। କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା

ଆଇୟୁପିଏସି ପୁରସ୍କାର ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ମନୋନୀତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ପାଇବେ ଆଇୟୁପିଏସି ପୁରସ୍କାର। ଏହି

ଆତଙ୍କବାଦ ପ୍ରତି ମୋଦୀ ସରକାରଙ୍କ ‘ଜିରୋ-ଟଲେରାନ୍‌ସ୍‌’ ନୀତି ବଳବତ୍ତର ରହିବ: ଅମିତ ଶାହ

ହାଇଦ୍ରାବାଦ: ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ଜିରୋ-ଟଲେରାନ୍‌ସ୍‌’ ନୀତି ବଳବତ୍ତର ରହିବ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ‘ସିଆଇଏସ୍‌ଏଫ୍‌’ର ୫୪ତମ ‘ରାଇଜିଙ୍ଗ୍‌ ଡେ’ ପରେଡ୍‌’ରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି,

ପାଟନା ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ସାମଗ୍ରୀ ଚୋରାଇ ନେଇଛନ୍ତି ଲୋକ-କଳାକାର: ତେଜ ପ୍ରତାପ

ପାଟନା: ହୋଲି ଉତ୍ସବ ବେଳେ ବୃନ୍ଦାବନରୁ ଆସିଥିବା ଲୋକ-କଳାକାରମାନେ ପାଟନାର ୩ ଷ୍ଟ୍ରାଣ୍ଡ୍‌ ରୋଡ୍‌ସ୍ଥିତ ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କାର ଦାମୀ ସାମଗ୍ରୀ ଚୋରାଇ ନେଇଥିବା ଉଲ୍ଲେଖ କରି ବିହାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ ସେମାନଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଦେଇଛନ୍ତି।

ହରିହର ମିଶ୍ର ପାଇବେ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’

କଟକ: ବହୁଳ ପ୍ରସାରିତ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ ପକ୍ଷରୁ ନିରବଚ୍ଛିନ୍ନ ସାହିତ୍ୟ ସାଧନା ପାଇଁ ପ୍ରଦାନ କରାଯାଉଥିବା ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ୨୦୨୨ ବର୍ଷ ପାଇଁ ବର୍ଷୀୟାନ, ଲବ୍ଧପ୍ରତିଷ୍ଠିତ କବି, ସ୍ବନାମଧନ୍ୟ ନାଟ୍ୟକାର, ଗାଳ୍ପିକ, ସମାଲୋଚକ ତଥା ସାରଳା

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କଲେ ଗାୟତ୍ରୀବାଳା

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ମିଳିଛି ୨୦୨୨ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ‘ଦୟାନଦୀ’ ପୁସ୍ତକ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ନବନିର୍ବାଚିତ ସଭାପତି ମାଧବ କୌଶିକ ଡ଼.

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବାଧା ଦେବାକୁ ଧମକ ମାମଲା, ୨ ଗିରଫ

ବନ୍ଧା ହେଲେ ଦୁଇ ସନ୍ଦିଗ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବାଧା ସୃଷ୍ଟି କରିବାକୁ ଧମକ ଦେଇଥିବା ଦୁଇ ଜଣ ଦୁର୍ବୃତ୍ତଙ୍କୁ ଧରିଛି ପୁଲିସ। ଗିରଫ ଦୁଇ ଜଣ ବ୍ୟକ୍ତି ଖଲିସ୍ତାନୀ ସଙ୍ଗଠନର ସମର୍ଥିତ ସଦସ୍ୟ ବୋଲି ଜଣାପଡିଛି।