Sign in
Sign in
Recover your password.
A password will be e-mailed to you.
ବେଳାଭୂମିରେ ମାଳମାଳ ଅଲିଭ୍ ରିଡ୍ଲେ ଶବ…
ପୁରୀ/ବ୍ରହ୍ମଗିରି : ଦେବୀ ମୁହାଣ ମୁହାଣ ଓ କୋଣାର୍କ ବେଳାଭୂମି ପରେ ଏବେ ପୁରୀ ବେଳାଭୂମିରେ ଅଲିଭ୍ ରିଡ୍ଲେଙ୍କ ଶବ ଲାଗିଛି। ମାଛ ଧରିବା ପାଇଁ ନିଷିଦ୍ଧ ଘୋଷଣା ହୋଇଥିବା ସ୍ଥାନରେ ପ୍ରତିଦିନ ଟ୍ରଲର୍ ବୁଲୁଥିବା ଦେଖିବାକୁ ମିଳୁଥିଲେ ହେଁ ଏଥିରେ ରୋକ ଲଗାଯାଇପାରୁନାହିଁ। ମୋଟର ବୋଟ୍!-->…
ଓଡ଼ିଶା ସୀମା ଭିତରେ ପଶି ପୁଣି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର…
ରାୟଗଡ଼ା: ଓଡ଼ିଶା ସୀମା ଭିତରେ ପଶି ପୁଣି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର। ୨ କିମି ରାସ୍ତା ନିର୍ମାଣ ପାଇଁ ଆନ୍ଧ୍ର କାମ ଚଲାଇଥିବା ବେଳେ ବନ୍ଦ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଦୁଇ ରାଜ୍ୟର ରାଜସ୍ବ ବିଭାଗ-ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ସୀମା ମାପଚୁପ୍ ସରିବା ପରେ ଆନ୍ଧ୍ର!-->…
ଘରୋଇ ନର୍ସିଂହୋମରେ ମହିଳାଙ୍କୁ ଅସ୍ତ୍ରୋପଚାର ପରେ ମୃତ୍ୟୁ ଅଭିଯୋଗ, ବ୍ୟାପକ ଭଙ୍ଗାରୁଜା
ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଏକ ଘରୋଇ ନର୍ସିଂହୋମରେ ଗତବର୍ଷ ଡିସେମ୍ବର ୨୫ ତାରିଖରେ ଜଣେ ମହିଳାଙ୍କର ପ୍ରସବ ପାଇଁ ଅପରେସନ କରାଯାଇଥିଲା। ପରେ ତାଙ୍କର ଅପରେସନରେ ତ୍ରୁଟି ପାଇଁ ମୃତ୍ୟୁ ହୋଇଯାଇଥିବାର ଅଭିଯୋଗରେ ଆଜି ଉକ୍ତ ନର୍ସିଂହୋମରେ ମୃତକଙ୍କ ପରିବାର ଏବଂ!-->…
ରେଳ ପାଇଁ ରାଜ୍ୟ ମାଗିଥିଲା ୮ ହଜାର ୪୦୦ କୋଟି, କେନ୍ଦ୍ର ଦେଲା ୧୦ ହଜାର ୧୨ କୋଟି
ରେଳ ପାଇଁ ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି ଟଙ୍କା । କିନ୍ତୁ ବଜେଟରେ ରେଳ ପାଇଁ ଓଡ଼ିଶାକୁ ମିଳିଲା ୧୦ ହଜାର ୧୨ କୋଟି ଟଙ୍କା। ଚଳିତ ବର୍ଷ ରାଜ୍ୟରେ ୨୮୦ କିମି ନୂଆ ରେଳ ଲାଇନ ତିଆରି ହୋଇଛି । ଚଳିତ ବର୍ଷ ରାଜ୍ୟରେ ୫୭ଟି ଷ୍ଟେସନର ନବୀକରଣ ଲାଗି ବ୍ୟୟ ବରାଦ!-->…
ମୁଖ୍ୟମନ୍ତ୍ରୀ, 5-T ସଚିବଙ୍କୁ ତାରାଙ୍କ ପ୍ରଶଂସା…
କୋରାପୁଟ : ମାନ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ବିକ୍ରମଦେବ କଲେଜର ପ୍ଲାଟିନମ୍ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ନାରା ମଧ୍ୟ ଦେଲେ। ତାରା ଏତିକିରେ!-->…
ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି କୋଟିଏ ଟଙ୍କାର ସୁନା ଓ ୫ ଲକ୍ଷ ଟଙ୍କା ଲୁଟ୍…
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଲୁଟ। ନଗଦ ୫ ଲକ୍ଷ ଟଙ୍କା ସହ କୋଟିଏରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ ହୋଇଛି। ଆଜି ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶିବା ପରେ ଫାଙ୍କା ଗୁଳି ଫୁଟାଇ କ୍ୟାସିୟର ଓ ଅନ୍ୟ କର୍ମଚାରୀଙ୍କ ଠାରୁ ଏ!-->…
ଆଦାନି ବିବାଦ ଯୋଗୁଁ ସଂସଦରେ ପୁଣି ହଟ୍ଟଗୋଳ
ନୂଆଦିଲ୍ଲୀ: ଆଜି ଦ୍ବିତୀୟ ଦିନରେ ବି ବିରୋଧୀ ଦଳମାନେ ଆଦାନି ଗ୍ରୁପ୍ ବିରୋଧରେ ଉଠିଥିବା ଜାଲିଆତି ଅଭିଯୋଗ ଉପରେ ଆଲୋଚନା କରିବା ଲାଗି ଦାବି କରି ସଂସଦରେ ପ୍ରତିବାଦ ଓ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
ଆଜି ମଧ୍ୟ!-->!-->!-->…
ପଞ୍ଜାବରେ ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର..
ପଞ୍ଜାବରେ ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର। ଶୁକ୍ରବାର ଏଠାରେ ରାଜ୍ୟ କ୍ୟାବିନେଟ ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ୯୦ ପଇସା ସେସ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଅମନ ଆରୋରା ସ୍ପଷ୍ଟ କରିଛନ୍ତି। କ୍ୟାବିନେଟ ବୈଠକ ପରେ!-->!-->!-->…
ପ୍ରବାସୀଙ୍କ ମତ ଦାନ ଲାଗି ଆରଭିଏମ ପ୍ରସ୍ତାବ ନାହିଁ: ଆଇନମନ୍ତ୍ରୀ…
ମତ ଦାନ ପାଇଁ ରିମୋଟ୍ ଇଲେକଟ୍ରୋନିକ୍ ଭୋଟିଂ ମେସିନ ବା RVMର ବ୍ୟବହାର ନେଇ କୌଣସି ପ୍ରସ୍ତାବ ନାହିଁ। ସଂସଦରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଏହା କହିଛନ୍ତି। ଘରଠାରୁ ଦୂରରେ ରହୁଥିବା ଅର୍ଥାତ ପ୍ରବାସୀମାନେ ଏହି ଆରଭିଏଏମ ମାଧ୍ୟମରେ ଭୋଟ ଦେବା ନେଇ ଚର୍ଚ୍ଚା ହୋଇଥିଲା। ଆଜି!-->…
ବାଲେଶ୍ବର: ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ…
ବାଲେଶ୍ବର: ଉପଜିଲ୍ଲାପାଳଙ୍କୁ ମରଣାନ୍ତକ ଆକ୍ରମଣ। ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଫିଲାଡି କଣ୍ଟା ବଣିଆ ନିକଟ ବୁଢାବଳଙ୍ଗ ନଦୀ ରେ ଏକ ବେଆଇନ ବାଲି ଖାଦାନରେ ଚଢାଉ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତି ରାମ!-->…