ନବ ଦାସଙ୍କ ହତ୍ୟା ଘଟଣା: ପିଏସ୍ଓ ସସ୍‌ପେଣ୍ଡ, ଆଇଆଇସିଙ୍କ ବଦଳି…

ଝାରସୁଗୁଡା : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ଜାରି ରହିଥିବାବେଳେ ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ସେହିପରି ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ

ଭୋଜିଖାଇ ଫେରିବା ବେଳେ ଦୁର୍ଘଟଣା; ପୁଲିସ କର୍ମଚାରୀ ମୃତ, ୩ ଗୁରୁତର…

ଖଲ୍ଲିକୋଟ: ଖଲ୍ଲିକୋଟ ନିକଟସ୍ଥ ଡି. ଗୁହାରିଆପାଟଠାରେ ଆଜି ଅପରାହ୍ନରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ପୁୂଲିସ କର୍ମଚାରୀ ଜଣକ ଛତ୍ରପୁର ଅଷ୍ଟମ ବାଟାଲିୟନର ସତ୍ୟ ଯାନୀ ବୋଲି

ଲାଞ୍ଚନେଇ ଧରାପଡ଼ିଥିବା ଶିକ୍ଷକଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ

କେନ୍ଦୁଝର : କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ରଶ୍ମୀତା ବାରିକ ମଙ୍ଗଳବାର ଏକ ଟ୍ରାପ୍ କେସର ଶୁଣାଣୀ କରି ଜଣେ ସହକାରୀ ଶିକ୍ଷକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ୨ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଆଉ ୨ ମାସ ଜେଲ ଦଣ୍ଡ

ଘରୋଇ ବିଶ୍ୱ ବିଦ୍ୟାଳୟର ନର୍ସିଂ କଲେଜରେ ପଢ଼ୁଥିବା ଛାତ୍ରଙ୍କ ଆତ୍ମହତ୍ୟା…

ଭୁବନେଶ୍ୱର: ଭରତପୁର ଥାନା ଅନ୍ତର୍ଗତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟର ନର୍ସିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲ ରୁମ୍‌ରେ ଗାମୁଛା ଦ୍ୱାରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲା ଚିତ୍ତରଞ୍ଜନ ଥାନା ଅଞ୍ଚଳର ସୌରଭ ଦେ (୧୯)। ସେ ଏଠାରେ

ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ସେ ଫେବ୍ରୁଆରୀ ୧୦ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ଏବଂ ପରେ ରମାଦେବୀ

ନିର୍ମଳା ସୀତାରମଣଙ୍କ ପସନ୍ଦ ହାତବୁଣା ଇଲ୍‌କଲ୍‌ ଶାଢ଼ୀ…

ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ରୀୟ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟ୍‌କୁ ନେଇ ଯେତିକି ଚର୍ଚ୍ଚା ଚାଲିଛି ନିର୍ମଳା ସୀତାରମଣ ପିନ୍ଧିଥିବା ଶାଢ଼ୀକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ଜୋର ଧରିଛି। ପୁଣି ଥରେ ହାତବୁଣା

୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍‌…

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ବରିଷ୍ଠ ଲାବୋରଟୋରୀ ଟେକ୍ନିସିଆନ୍‌ । ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍‌। ସୁବର୍ଣ୍ଣପୁର ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବରିଷ୍ଠ ଲାବ୍‌ରେଟୋରୀ ଟେକ୍ନିସିଆନ୍‌ ଅକ୍ଷୟ କୁମାର ପଟ୍ଟନାୟକ। ମେଡିକାଲ ପରୀକ୍ଷା

ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତଦେହ ଉଦ୍ଧାର…

ସୋର: ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ସଦର ଏସ୍ଡ଼ିପିଓ ଓ ଆଇଆଇସିଙ୍କର ଛାନଭିନ ଚାଲିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆ କୋଇଲି ପଞ୍ଚାୟତ ପାଟଣା ଗ୍ରାମରେ ଜଗବନ୍ଧୁ

୮୭ ମିନିଟରେ ବଜେଟ ଅଭିଭାଷଣ ସାରିଦେଲେ ନିର୍ମଳା…

ନୂଆଦିଲ୍ଲୀ: ସଂସଦରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିବାବେଳେ ମାତ୍ର ୮୭ ମିନିଟରେ ସେ ଭାଷଣ ସମାପ୍ତ କରିଛନ୍ତି | ରିପୋର୍ଟ ମୁତାବକ ୮୭ ମିନିଟର ଅଭିଭାଷଣରେ ଅର୍ଥମନ୍ତ୍ରୀ ସମସ୍ତ କ୍ଷେତ୍ର ବାବଦରେ କହିବାକୁ ଚେଷ୍ଟା କରିଥିଲେ। ସେ ଅନେକ ଥର ଏପରି

୧୦୬ ହାଇସ୍କୁଲ ପାଇଁ ଆସିଲା ଚିଠା ଗାଇଡଲାଇନ…

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ ହୋଇଥିବା ୧୦୬ ହାଇସ୍କୁଲ ପାଇଁ ଚିଠା ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଯାହାର ଅନୁମୋଦନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପଠାଯାଇଛି । ତେବେ ୫୭ଟି ଉଚ୍ଚମାଧ୍ୟମିକ ସ୍କୁଲ ସମଗ୍ର