Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଜିଲାପାଳ ପାଇବେ ରାଜ୍ୟସ୍ତରୀୟ ସମ୍ମାନ…
ନବରଙ୍ଗପୁର: ଜାତୀୟ ନିର୍ବାଚନ ଆୟୋଗର ନିର୍ଦ୍ଦେଶ ପ୍ରକାରେ ଗତ ୫ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର କାର୍ଡ ସହିତ ଆଧାର ସଂଯୋଗରେ ରାଜ୍ୟସ୍ତରରେ ନବରଙ୍ଗପୁର ଜିଲା ପ୍ରଥମ ହେବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ଉତ୍ତମ ପାରଦର୍ଶିତା ଲାଭ କରିଛି । ଏହି ସଫଳତା ପାଇଁ!-->…
ଅକ୍ସିଜେନ ଅଭାବରୁ ଏସସିବିରେ ରୋଗୀଙ୍କର ମୃତ୍ୟୁ ଅଭିଯୋଗ…!
କଟକ: କଟକ ବଡ଼ ମେଡିକାଲରେ ଅକ୍ସିଜେନ ଅଭାବରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି। ମୃତକ ବାଲେଶ୍ୱର ଜିଲ୍ଲାର ଜଣେ ୮୨ ବର୍ଷିୟ ବୃଦ୍ଧ ଭାଗବତ ମହାନ୍ତି। ସଂପର୍କୀୟ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିଛନ୍ତି।
ବୃଦ୍ଧ ପ୍ରଥମେ ବାଲେଶ୍ବର ଡାକ୍ତରଖାନାରେ!-->!-->!-->…
ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ନାବାଳକ ଅଭିଯୁକ୍ତ ଲୋଡ଼ି ପାରିବେ ଆଗୁଆ ଜାମିନ
କଟକ : କୌଣସି ଅପରାଧିକ ମାମଲାରେ ଅଭିଯୁକ୍ତ ଥିବା ନାବାଳକ ଆଗୁଆ ଜାମିନ ଆବେଦନ କରି ପାରିବେ। ସିଆର୍ପିସିର ଧାରା ୪୩୮ରେ ନାବାଳକଙ୍କ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି!-->…
କୋର୍ଟରେ ହାଜର ହେବେ ଅର୍ଚ୍ଚନା-ଜଗବନ୍ଧୁ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଏବଂ ସ୍ବାମୀ ଜଗବନ୍ଧୁ ଚାନ୍ଦ ମଙ୍ଗଳବାର ଖୋର୍ଦ୍ଧା ଜିଲା ଓ ଦୌରା ଜଜ୍ଙ୍କ କୋର୍ଟରେ ହାଜର ହେବେ। ଏଥିସହିତ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଏବଂ ଖଗେଶ୍ୱରଙ୍କୁ କୋର୍ଟରେ ହାଜର ହେବାକୁ ସମନ ଜାରି କରାଯାଇଛି।
ପ୍ରସ୍ତୁତ ହେଉଛି ବୃହତ୍ ନନ୍ଦନକାନନ ନକ୍ସା: ଚୂଡ଼ଙ୍ଗଗଡ଼କୁ ଉଠିଯିବ ସଫାରି…
ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର କଳେବର ବଢ଼ିବ। ୧୦୮୦ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ସହ ଚୂଡ଼ଙ୍ଗଗଡ଼ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲର ୧୫୦୭ ଏକର ଜମି ମିଶିବା ପରେ ଏହାର କ୍ଷେତ୍ରଫଳ ୨୫୮୭ ହେବ। କ୍ଷେତ୍ରଫଳ ବଢ଼ିବା ସହ ଏହାକୁ ବିଶ୍ବସ୍ତରୀୟ କରିବା!-->…
ଏକ କୋଟି ନୁହେଁ, ୧୦ ଲକ୍ଷ ଟଙ୍କାର ସୁନା କଳସ ଶନି ମନ୍ଦିରକୁ ଦାନ କରିଛି : ନବ ଦାସ..
ସମ୍ବଲପୁର : ମହାରାଷ୍ଟ୍ରର ଅମହଦନଗର ଜିଲ୍ଲାର ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଥରିଥିବାବେଳେ ଆଜି ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି।!-->…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସ୍କୁଲରେ ପିଲା ପଢିବେ ଗୀତା,ରାମାୟଣ
ଭୋପାଳ,୨୪।୧: ବିଦ୍ୟାଳୟରେ ଗୀତା, ରାମାୟଣ ସହିତ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ଗ୍ରନ୍ଥର ଶିକ୍ଷା ଦିଆଯିବ। ସୋମବାର ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ରାମାୟଣ, ମହାଭାରତ, ବେଦ, ପୁରାଣ, ଉପନିଷଦ!-->…
ମହାରାଷ୍ଟ୍ରରେ କରୋନା ମହାମାରୀ ସମୟରେ ପାରୋଲରେ ଯାଇଥିବା ୪୫୧ କଏଦୀଙ୍କର ମିଳୁନାହିଁ ପତ୍ତା…
ମୁମ୍ବାଇ,୨୪ ।୧: କରୋନା ସମୟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲରେ ସଜା ଭୋଗୁଥିବା କଏଦୀଙ୍କୁ କରୋନା ମହାମାରୀ ସମୟରେ ପରୋଲରେ ଛାଡି ଦିଆଯାଇଥିଲା । ହେଲେ ଏବେ ଏହି କଏଦୀମାନେ ଜେଲକୁ ଫେରୁ ନ ଥିବା ଜଣାପଡିଛି । ମହାରାଷ୍ଟ୍ରରେ ଏମିତି ପ୍ରାୟ ୪୫୧ କଏଦୀ କରୋନାର ଫାଇଦା ଉଠାଇ ନିଖୋଜ!-->…
ବଦଳିଲା ଦିଗ୍ବିଜୟ ସିଂଙ୍କ ସ୍ବର…
ନୂଆଦିଲ୍ଲୀ,୨୪।୧: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଦିଗ୍ବିଜୟଙ୍କ ମନ୍ତବ୍ୟକୁ ନେଇ କେବଳ ଭାଜପା ତାଙ୍କୁ ଟାର୍ଗେଟ୍ କରିନାହିଁ, କଂଗ୍ରେସ ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖିଛି। ବିବାଦ ପରେ ଏବେ ଦିଗବିଜୟ!-->…
ରାଜଧାନୀରେ ଶୀତ ଲହରି ଭିତରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ, ୪ ବର୍ଷ ପରେ ୨୩ ଜାନୁୟାରୀରେ ସର୍ବାଧିକ ତାପମାତ୍ରା
ନୂଆଦିଲ୍ଲୀ,୨୪ ।୧: ଚଳିତ ବର୍ଷର ହାଡଭଙ୍ଗା ଶୀତରେ ସାଧାରଣ ଜୀବନଯାତ୍ରା ବେଶ ପ୍ରଭାବିତ ହୋଇଛି । ଜାନୁୟାରୀର ଶୀତ ମଧ୍ୟରେ ଗରମ ବି ତା’ର ରେକର୍ଡ ଭାଙ୍ଗିଛି । ବିଶ୍ୱାସ ହେଉ ନ ଥିଲେ ବି ଜାନୁୟାରୀ ୨୩ ଅର୍ଥାତ୍ ସୋମବାର ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା ୨୫.୯ ଡିଗ୍ରୀ!-->…