ଜଙ୍ଗଲରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଶିଶୁ ଉଦ୍ଧାର…

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରୁ ଗତକାଲି ଏକ ୬ ବର୍ଷର ଶିଶୁକୁ ୩ ଜଣ ଯୁବକ ଅପହରଣ କରି ନେଇଥିବା ବେଳେ ଆଜି ତାକୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମେଣ୍ଢାମୁରୁଣି ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏହା ସହିତ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି।

ଋଣ ଟଙ୍କା ହଡ଼ପ ପରେ ବ୍ୟାଙ୍କ ପକ୍ଷରୁ ହଇରାଣ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା…

ଯାଜପୁର: ଜିଲ୍ଲାପାଳଙ୍କୁ ଘେରିଲେ ମହିଳା। ଋଣ ଟଙ୍କା ହଡ଼ପ ପରେ ବ୍ୟାଙ୍କ ପକ୍ଷରୁ ହଇରାଣ ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ମିଳିତ ଅଭିଯୋଗ ଶୁଣାଣି ବେଳେ ଏହା ଦେଖିବାକୁ ମିଳିଛି। ଅଭିଯୋଗର ଶୁଣାଣୀ କରି ଜିଲ୍ଲାପାଳ ଚକ୍ରବର୍ତ୍ତୀ

ବୁଲା କୁକୁରକୁ ଖାଇବାକୁ ଦେଉଥିଲେ ଯୁବତୀ, ମାଡ଼ି ଗଲା କାର୍‌…

ଚଣ୍ଡିଗଡ଼: ପୁଣି ଗୋଟିଏ ହିଟ୍‌ ଆଣ୍ଡ ରନ ମାମଲା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ଜଣେ ଯୁବତୀ ରାସ୍ତା କଡ଼ରେ ଗୋଟିଏ ବୁଲା କୁକୁରକୁ ଖାଇବାକୁ ଦେଉଥିବା ବେଳେ ଘଟିଛି ଅଘଟଣ। ୨୫ ବର୍ଷୀୟ ଯୁବତୀ ଜଣଙ୍କ କୁକୁରକୁ ଖାଇବାକୁ ଦେଉଥିବା ବେଳେ ହଠାତ୍‌ ଗୋଟିଏ ଦ୍ରୁତଗାମୀ କାର୍‌ ତାଙ୍କ ଉପରେ

ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା: ୭ ଜିଲ୍ଲାରେ ପ୍ରଭାବ ପଡ଼ିପାରେ…

ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷା। ୨ଦିନ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମୟୁରଭଞ୍ଜ, ବାଲେଶ୍ବର, କେଉଁଝର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା , ଜଗତସିଂପୁର ରେ ବର୍ଷା ହେବାର ଆଶଙ୍କା

ଉନ୍ନାଉ ରେପ୍‌ ମାମଲା: ଆଜୀବନ ଜେଲ କାଟୁଥିବା କୁଲଦୀପଙ୍କୁ ଝିଅ ବାହାଘର ପାଇଁ ଜାମିନ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଉ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ମିଳିଛି ଜାମିନ। ୨୦୧୭ରେ ବହୁଚର୍ଚ୍ଚିତ ଉନ୍ନାଉ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କୁଲଦୀପ। ନିଜ ଝିଅର

ଇମ୍ରାନ୍‌ ଖାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆଉ ୩ ଗିରଫ…

ଇସଲାମାବାଦ: ଗତ ବର୍ଷ ଏକ ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଆଉ ୩ ଜଣଙ୍କୁ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ପିଏମଏଲ-ଏନର କାର୍ଯ୍ୟକର୍ତ୍ତା ମୁଦାସର ନାଜିର ଏବଂ ଅହସାନ ଅଲି।

ଏଟିଏମ ଚୋର ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଏଟିଏମ କାଉଣ୍ଟରକୁ ଭଦ୍ର ବେଶରେ ଆସନ୍ତି, ଆଉ ପିନ ନମ୍ବର ଓ କାର୍ଡ ନେଇ ଲୋକଙ୍କୁ କଳାକନା ବୁଲାନ୍ତି। ଏଭଳି ଗୋଟିଏ ଗ୍ୟାଙ୍ଗକୁ ଧରିଛି ଲକ୍ଷ୍ମୀସାଗର ପୋଲିସ। ଦୁଇ ଅଭିଯୁକ୍ତ ହେଲେ ଗଂଜାମ ପୋଲସରାର ମନୋଜ କୁମାର ସାହୁ ଓ ଭଞ୍ଜନଗର ର ଗୋବର୍ଦ୍ଧନ ପାତ୍ର । ଏମାନଙ୍କ ନାଁରେ

ଓଡ଼ିଶା ଉପରେ କେସିଆରଙ୍କ ନଜର : ଗମାଙ୍ଗ ପରେ ଭେଟିଲେ ପାଙ୍ଗୀ..

ଭୁବନେଶ୍ୱର : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ନେତୃତ୍ୱାଧୀନ ‘ଭାରତ ରାଷ୍ଟ୍ର ସମିତି’ (ବିଆରଏସ) ଏବେ ତେଲଗୁ ଭାଷାଭାଷୀ ଲୋକମାନେ ରହୁଥିବା ଦେଶର ବିଭିନ୍ନ ଅଂଚଳରେ ନିଜର ଉପସ୍ଥିତି ଜାହିର କରିବାକୁ ରଣନୀତି ପ୍ରସ୍ତୁତ କରିଛି । ଗତ ୪ଦିନ ମଧ୍ୟରେ ଓଡ଼ିଶାର

ମଦ ଟ୍ରକ୍‌ ହାଇଜାକ୍‌ ବେଳେ ଧରିଲା ପୋଲିସ, ୩ ଗିରଫ…

ଭୁବନେଶ୍ୱର: ମଦ ଟ୍ରକ୍‌ ହାଇଜାକ୍‌ ବେଳେ ଧରିଲା ପୋଲିସ । ପାତ୍ରପଡ଼ା ଭଗବାନପୁରରୁ ହାଇଜାକ୍‌ କରି ସମ୍ବଲପୁର ନେଇଯାଉଥିଲେ ଦୁର୍ବୃତ୍ତ । ଟ୍ରକ୍‌ରେ ଥିଲା ୫୬ ଲକ୍ଷ ଟଙ୍କାର ମଦ । ମଦ ଟ୍ରକ୍‌ ଉଦ୍ଧାର କରି ୩ ଜଣଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ମାମଲାର ମାଷ୍ଟରମାଇଣ୍ଡ

ମିଳିଲା ୨ଟି ନିଖୋଜ ବୋଟ୍ ର ସନ୍ଧାନ, ସମସ୍ତ ୧୩ ମତ୍ସ୍ୟଜୀବୀ ସୁରକ୍ଷିତ…

ପାରାଦୀପ: ମିଳିଲା ୨ଟି ନିଖୋଜ ବୋଟ୍ର ସନ୍ଧାନ। ୪ ଦିନ ହେବ ପାରାଦୀପ ନିକଟ ସମୁଦ୍ରରେ ନିଖୋଜ ଥିଲା ଦେବୀ ଲକ୍ଷ୍ମୀ ଓ କିନ୍ନରା ବୋଟ୍‌ । ସମସ୍ତ ୧୩ ମତ୍ସ୍ୟଜୀବୀ ମଧ୍ୟ ସୁରକ୍ଷିତ ଅଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓମଫାର ସଭାପତି। ୪ ଦିନ ତଳେ ପାରାଦୀପ ମାଛଧରା ବନ୍ଦରରୁ ଦେବୀ