ସାକ୍ଷୀଗୋପାଳ ନିକଟରେ ଜଳିଗଲା ତୀର୍ଥଯାତ୍ରୀଙ୍କ ବସ୍‌…

ପିପିଲି: ସାକ୍ଷୀଗୋପାଳ ମନ୍ଦିର ନିକଟ ରେ ଏକ ଯାତ୍ରୀ ବାହି ବସ ଆଜି ହୁତୁହୁତୁ ହୋଇ ଜଳିଯାଇଛି l ବସ୍‌ ଟି ଉତ୍ତର ପ୍ରଦେଶରୁ ପ୍ରାୟ ୫୦ ରୁ ଅଧିକ ତୀର୍ଥ ଯାତ୍ରୀଙ୍କୁ ନେଇ ଗଙ୍ଗା ସାଗର ବୁଡକୁ ଆସିଥିଲା l ଉକ୍ତ ତୀର୍ଥଯାତ୍ରୀ ବସ ଟି ସାକ୍ଷୀଗୋପାଳ ମନ୍ଦିର ନିକଟରେ ଥିବା ସମୟ ରେ ହଟାତ

ବସ୍‌ ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ…

ଢ଼େଙ୍କାନାଳ଼ : ଢେଙ୍କାନାଳ ଓଡାପଡା ବ୍ଳକ ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ଉପର ବାଘଲୁଣ୍ଡା ଗ୍ରାମ ନିକଟରେ ରୁଙ୍ଗଟା କମ୍ପାନୀ ବସ ଦୁର୍ଘଟଣାରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣଙ୍କ ସମ୍ପକୀୟ ଙ୍କ ସହ ସ୍କୁଟିରେ ବସି କଲେଜ ଯାଉଥିବା ବେଳେ ବସ ସହ ଘଟିଥିଲା ଦୃଘଟଣା

୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଗଲା ୧୨୫ କୋଟି…

ଭୁବନେଶ୍ବର: ଆହୁରି ସୁଦୃଢ଼ ହେବ ମିଶନ ଶକ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ

କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ, ଜଣେ ଗିରଫ…

ଭୁବନେଶ୍ୱର: ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ତା’ଠାରୁ ୧ କିଲୋ ୧୯୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ବ୍ରାଉନ୍‌ସୁଗର ବେପାରୀର ନାଁ ହରପ୍ରସାଦ ପୃଷ୍ଟି

ଭୁବନେଶ୍ୱର Embassy କ୍ଲବ ସମ୍ମୁଖରେ ଭଙ୍ଗାରୁଜା ଘଟଣା: ୩୪ ଜଣଙ୍କୁ ଗିରଫ

ଭୁବନେଶ୍ୱର: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ରାଜଧାନୀର ଛାତି ଉପରେ ଆତଙ୍କରାଜ ଖେଳାଇଲେ ଦଳେ ଯୁବକ । ଏକ ବାର୍‌ରେ ପ୍ରବେଶ ଅନୁମତି ନ ମିଳିବାରୁ ତାଣ୍ଡବ ରଚାଇଲେ। ଏକ ବସ୍‌ ସମେତ ଅନ୍ୟ କିଛି ଗାଡ଼ିରେ ଆସି ବ୍ୟାପକ ଭଙ୍ଗାରୁଜା କଲେ। ଚନ୍ଦ୍ରଶେଖରପୁର ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଏହି

ରୋଗୀଙ୍କ ମୃତଦେହକୁ ସତ୍କାର କଲେ ଡାକ୍ତର…

ସମ୍ବଲପୁର: ସମାଜରେ ଦିନକୁ ଦିନ ହଜି ଯାଉଛି ମାନବିକତା। ଯାହାର ଅନେକ ଘଟଣା ପ୍ରତିଦିନ ଆମ ଆଖପାଖରେ ଦେଖିବାକୁ ମିଳୁଛି। ହେଲେ ସମାଜରେ ଏମିତି ଲୋକବି ଅଛନ୍ତି ଯିଏ ନିସ୍ବାର୍ଥପର ଭାବେ ସେବା କରିଚାଲିଛନ୍ତି। ଏମିତି ଜଣେ ମଣିଷ ହେଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନି। ଯିଏ ମାନବ ସେବାକୁ ହିଁ

ଭିଜିଲାନ୍ସ ଜାଲରେ ରାୟଗଡାର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ରାୟଗଡା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ। ଲାଞ୍ଚ ଟଙ୍କା ନେଇ ବାଇକରେ ଯାଉଥିବାବେଳେ କିଶୋର ଚନ୍ଦ୍ର ନାୟକଙ୍କୁ ଧରିଲା ଭିଜିଲାନ୍ସ। ତାଙ୍କ ନିକଟରୁ ନଗଦ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ

ରାଜଧାନୀରେ ପୁଣି କୃଷକ ଆନ୍ଦୋଳନ: ନବୀନ ନିବାସ ଆଡ଼କୁ ଯିବା ବାଟ‌ରେ ଚାଷୀଙ୍କୁ ଉଠାଇନେଲା ପୁଲିସ…

ଭୁବନେଶ୍ବର: ରାଜଧାନୀରେ ଆଜି ସକାଳେ ପୁଣି କୃଷକ ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା

ନିଯୁକ୍ତି ନାଁରେ ଠକେଇ ଅଭିଯୋଗ, ୩ ଯୁବତୀ ଗିରଫ

କଟକ: ନିଯୁକ୍ତି ନାଁରେ ଠକେଇ ଅଭିଯୋଗ । ମାମଲାରେ ୩ ଜଣ ଯୁବତୀ ଗିରଫ । କଟକ ଜିଲ୍ଲା ବାଦାମବାଡି ହାଇକୋର୍ଟ କଲୋନି ଅଞ୍ଚଳର A ଟୁ Z ସଲ୍ୟୁସନ କମ୍ପାନିର ୩ କର୍ମଚାରୀଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ । ପୂର୍ବରୁ କମ୍ପାନିର ମାଲିକ ବିନୟ କୁମାର ଦାସକୁ ଗିରଫ କରାଯାଇଥିଲା ।

ଚନ୍ଦନପୁର ପୁରୁଷୋତ୍ତମପୁରରେ ବୁଲୁଛି ହାତୀ…

ପୁରୀ: ପୁରୀରେ ହାତୀ। ସଦର ବ୍ଲକ ଚନ୍ଦନପୁର ପ୍ରତାପ ପୁରୁଷୋତ୍ତମପୁରରେ ବୁଲୁଛି ହାତୀ। ଗାଁରେ ହାତୀ ପଶିବା ଦେଖି ଲୋକେ ଆତଙ୍କିତ ହୋଇ ରହିଛନ୍ତି। ହାତୀକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ହାତୀଟି କାହାର କିଛି କ୍ଷତି କରିନାହିଁ। ଗୋଟିଏ ହାତୀ କି ହାତୀ ପଲ